ଡାକ୍ତରଖାନାରେ ରାକେଶ, ତଡ଼ା ଖାଇଲେ ଅଫ୍‌ସାନା

ବମ୍ବେ: ବିଗ୍‌ବସ୍‌ ୧୫ରେ ଏଣ୍ଟ୍ରି କରିବାର ସପ୍ତାହେ ନ ପୂରୁଣୁ ଶୋ’ରୁ ବାହାରିଛନ୍ତି ଅଭିନେତା ରାକେଶ ବାପଟ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରାକେଶଙ୍କ କିଡନୀରେ ଷ୍ଟୋନ(ପଥର) ହୋଇଛି।
କୁହାଯାଉଛି ରାକେଶଙ୍କ ପେଟରେ ଯନ୍ତ୍ରଣା ହୋଇଥିଲା। ଏଥିନେଇ ତାଙ୍କୁ ବିଗ୍‌ବସ୍‌ ଘରୁ ବାହାରକୁ ଅଣାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏବେ ସେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରହିଛନ୍ତି। ଠିକ୍‌ ହେବା ପରେ ସେ ଶୋ’କୁ ଫେରିବେ ବୋଲି କୁହାଯାଉଛି।

ଦୀପାବଳି ସ୍ପେଶାଲ ସପ୍ତାହରେ ରାକେଶ ଏବଂ ନେହା ଭସିନ ଓ୍ବାଇଲ୍ଡ କାର୍ଡ ଭାବେ ଶୋ’ରେ ଏଣ୍ଟ୍ରି କରିଥିଲେ। ପୂର୍ବରୁ ବିଗ୍‌ବସ୍‌ ଓଟିଟିରେ ରାକେଶଙ୍କ ଅନ୍ୟତମ ପ୍ରତିଯୋଗୀ ସମିତା ସେଟ୍ଟୀଙ୍କ ସହ ସମ୍ପର୍କ ଗଢ଼ି ଉଠିଥିଲା। ଏଣୁ ପୁଣିଥରେ ଶୋ’ରେ ରାକେଶଙ୍କୁ ଦେଖି ସମିତା ବେଶ ଖୁସି ହୋଇଯାଇଥିଲେ।

ରାକେଶଙ୍କ ବ୍ୟତିତ ପ୍ରତିଯୋଗୀ ଅଫ୍‌ସାନା ଖାନ୍‌ ମଧ୍ୟ ଶୋ’ରୁ ବାହାର ହୋଇଛନ୍ତି। ତାଙ୍କୁ ପ୍ୟାନିକ୍‌ ଆଟାକ୍‌ ଆସିଥିଲା। ଉମର ରିୟାଜ ଭିଆଇପି ଟାସ୍କ ସମୟରେ ଅଫ୍‌ସାନାଙ୍କ ସ୍ଥାନରେ କରନ୍‌ କୁନ୍ଦ୍ରା, ନିଶାନ୍ତ ଭଟ୍ଟ ଏବଂ ତେଜସ୍ବି ପ୍ରକାଶଙ୍କୁ ବାଛିଥିଲେ। ଏହାକୁ ଅଫସାନାଙ୍କୁ ଆଘାତ ଦେଇଥିଲା। ସେ ଏହାକୁ ସହଜରେ ଗ୍ରହଣ କରିପାରି ନ ଥିଲେ। ଏପରିକି ନିଜକୁ କ୍ଷତି ପହଞ୍ଚାଇବାକୁ ହାତରେ ଛୁରୀ ଧରିବାକୁ ପଛାଇ ନ ଥିଲେ। ତାଙ୍କୁ ଉମର, ଜୟ ଭାନୁଶାଳୀ ଏବଂ କରନ୍‌ ରୋକିବାକୁ ଚେଷ୍ଟା କରିଥିଲେ। ପରେ ସମିତା-ଅଫ୍‌ସାନାଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ପରେ କଥା ଆଗକୁ ବଢ଼ିବା ଯୋଗୁ ବିଗ୍‌ବସ୍‌ ଅଫ୍‌ସାନାଙ୍କୁ ଶୋ’ରୁ ବାହାର କରିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

କଟକରେ ଫୁଟିଲା ଗୁଳି, ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ

କଟକ,୧୮।୨(କାର୍ତ୍ତିକ ସାହୁ): ଭୋଜି ଚାଲିଥିଲା ବେଳେ ଗୁଳିମାଡ଼ । ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ । କଟକ ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍‌ କଲୋନୀରେ ଫାୟାରିଂ ହୋଇଥିବା…

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା କଲେ ସ୍ୱାମୀ

ବଲାଙ୍ଗୀର,୧୮।୨(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଜାମପଡା ଗାଁ ଖୁଣ୍ଟିଆପଡାରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri