ବିଗ୍‌ବସ୍‌-୧୫ର ଗ୍ରାଣ୍ଡ୍‌ ପ୍ରିମିୟର ତାରିଖ ଘୋଷଣା କଲେ ସଲମାନ

ମୁମ୍ବାଇ: ରିୟାଲିଟି ଶୋ’ ବିଗ୍‌ବସ୍‌ -୧୪ ଶନିବାର ଶେଷ ହୋଇଥିବା ବେଳେ ବିଗ୍‌ବସ୍‌ -୧୫ର ଗ୍ରାଣ୍ଡ୍‌ ପ୍ରିମିୟର ପାଇଁ ପ୍ରସ୍ତୁତ ହେବାକୁ ଘୋଷଣା କରିଛନ୍ତି ସଲମାନ। ଏଥର ବିଗ୍‌ବସ୍‌-୧୫ରେ କିଛି ନୂଆ ଟୁଇଷ୍ଟ୍‌ ଦେଖିବାକୁ ମିଳିବ। ପ୍ରତିଯୋଗୀମାନଙ୍କୁ ବିନା ସୁବିଧାରେ ରହିବାକୁ ହେବ। ଯାହାକି ପ୍ରତିଯୋଗୀଙ୍କ ପାଇଁ ବହୁତ ଚ୍ୟାଲେଞ୍ଜିଂ ହେବ।

ବିଗ୍‌ବସ୍‌-୧୫ର ପ୍ରିମିୟର ଗାନ୍ଧୀଜୟନ୍ତୀ ଅର୍ଥାତ୍‌ ଅକ୍ଟୋବର ୨ରେ ହେବ। କଲର୍ସ ଚ୍ୟାନେଲ ପ୍ରୋମୋ ଶେୟାର କରି ଏହା କହିଛି। ସୋମବାରରୁ ଶୁକ୍ରବାର ରାତି ସାଢ଼େ ୧୦ରେ ଏବଂ ଶନିବାର, ରବିବାର ରାତି ୯ଟାରେ ଏହା ଅନ୍‌ ଏୟାର ହେବ। ଏହି ଶୋ’ର ହୋଷ୍ଟ କରିବେ ଦବଙ୍ଗ ଖାନ୍‌ ସଲମାନ। ବିଗ୍‌ବସ୍‌ ୧୫କୁ ନେଇ ପ୍ରତିଯୋଗୀମାନେ ଖୁବ୍‌ ଉତ୍ସାହିତ ଅଛନ୍ତି। ଏହି ଶୋ’ ପାଇଁ ଆଜିଠୁ ପ୍ରସ୍ତୁତ ହୁଅ ବୋଲି ସଲମାନ କହିଛନ୍ତି।

Share