ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ବିଜୟ

ଓ୍ବାଶିଂଟନ,୨୪।୧: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନ୍ୟୁ ହାମ୍ପସାୟାରର ପ୍ରାଥମିକ (GOP Primary)ରେ ଏକ ବଡ଼ ବିଜୟ ହାସଲ କରିଛନ୍ତି। ରିପବ୍ଲିକାନ ପ୍ରାର୍ଥୀ ଭାବରେ ଟ୍ରମ୍ପ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ତଥା ଭାରତୀୟ ବଂଶୋଦ୍ଭବ ନିକ୍କି ହାଲିଙ୍କଠାରୁ ବହୁ ଆଗରେ ଅଛନ୍ତି। ଏହି ଫଳାଫଳକୁ ରିପବ୍ଲିକାନ ପ୍ରତିଦ୍ୱନ୍ଦ୍ୱୀ ନିକ୍କି ହାଲିଙ୍କ ପାଇଁ ଏକ ବଡ଼ ଝଟକା ବୋଲି ବିବେଚନା କରାଯାଉଛି। ନ୍ୟୁ ହାମ୍ପସାୟରରେ ଗଣନା ଆରମ୍ଭ ହେବା ମାତ୍ରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରାରମ୍ଭିକ ଧାରାରେ ଏକ ପ୍ରମୁଖ ନେତୃତ୍ୱ ନେଇଥିଲେ।
ମୋଟ ଭୋଟର ୨୬ ପ୍ରତିଶତ ଗଣିବା ପରେ ୫୩.୮ ପ୍ରତିଶତ ଭୋଟ ଟ୍ରମ୍ପଙ୍କ ଆକାଉଣ୍ଟକୁ ଯାଇଥିଲା। ଏଥି ସହିତ ହାଲି ମାତ୍ର ୪୫.୫ ପ୍ରତିଶତ ଭୋଟ ପାଇଥିଲେ। ସିଏନଏନ ରିପୋର୍ଟ ଅନୁଯାୟୀ, ୧୫ ପ୍ରତିଶତ ଭୋଟ ଗଣିବା ପରେ ଟ୍ରମ୍ପ ୫୩.୧ ପ୍ରତିଶତ ଭୋଟ ପାଇଛନ୍ତି। ୧୧ଜଣ ପ୍ରତିନିଧୀଙ୍କ ସହ ଟ୍ରମ୍ପ ନିକି ହାଲିଙ୍କଠାରୁ ମଧ୍ୟ ଆଗରେ ଅଛନ୍ତି। ହାଲିଙ୍କ ପାଖରେ ମାତ୍ର ୪୫.୪ ପ୍ରତିଶତ ଭୋଟ ଏବଂ ୮ ଜଣ ପ୍ରତିନିଧୀଙ୍କ ଅଗ୍ରଣୀ ରହିଛି। ଏଭଳି ପରିସ୍ଥିତିରେ ବର୍ତ୍ତମାନ ଟ୍ରମ୍ପଙ୍କ ବିଜୟର ଆନୁଷ୍ଠାନିକ ଘୋଷଣା ବାକି ଅଛି।

 

Share