Posted inଖେଳ

ଛତିଶଗଡ଼, ତାମିଲନାଡୁର ବୃହତ୍‌ ବିଜୟ

ଭୁବନେଶ୍ୱର, ୨୧ା୯(ସରୋଜ ଜେନା): ଭୁବନେଶ୍ୱରରେ ବୁଧବାର ଆରମ୍ଭ ହୋଇଛି ଜାତୀୟ ଜୁନିୟର ବାଳିକା ଫୁଟବଲ ଚାମ୍ପିୟନଶିପ ୨୦୨୩। ଓଡ଼ିଶା ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ଓ ଫୁଟବଲ ଆସୋସିଏଶନ୍‌ ଅଫ୍‌ ଓଡ଼ିଶା(ଫାଓ) ପକ୍ଷରୁ ଏହି ଟୁର୍ନାମେଣ୍ଟ ମିଳିତ ଭାବରେ ଆୟୋଜନ କରାଯାଇଛି। ପ୍ରଥମ ଦିନରେ ୪ ମ୍ୟାଚ୍‌ ଖେଳା ଯାଇଥିବା ବେଳେ ଛତିଶଗଡ ଓ ତାମିଲନାଡୁ ଦଳ ବଅହତ ବିଜୟ ହାସଲ କରିଛନ୍ତି। କ୍ୟାପିଟାଲ ଫୁଟବଲ ଆରେନାରେ ଅନୁଷ୍ଠିତ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ କ୍ରୀଡା ଓ ଯୁବ ବ୍ୟାପାର ବିଭାଗର ଯୁଗ୍ମ ସଚିବ ରଞ୍ଜିତ ପରିଡା ମୁଖ୍ୟ ଅତିଥି, ପୂର୍ବତନ ଭାରତୀୟ ଫୁଟବଲର ଓଇନାମ ବେମ୍‌ବେମ୍‌ ଦେବୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ଫାଓ ଉପସଭାପତି ଦିଲ୍ଲୀପ କୁମାର ସାହୁ, ଫାଓ ଯୁଗ୍ମ ସଚିବ ତଥା ସର୍ବଭାରତୀୟ ଫୁଟବଲ ଫେଡେରେଶନ କାର୍ଯ୍ୟକାରୀ କମିଟି ସଦସ୍ୟ ଅଭିଜିତ ପଲ୍‌, ଯୁଗ୍ମ ସଚିବ ବିଶ୍ୱରଞ୍ଜନ ଘଡେଇ, ସଙ୍ଗୀତା ଶର୍ମା ଓ ଫାଓ ମହିଳା କମିଟି ଚେୟାରମ୍ୟାନ୍‌ ସହଦେବ ରାଉତ ଯୋଗ ଦେଇଥିଲେ।
ପ୍ରଥମ ଦିନରେ ଝାଡଖଣ୍ଡ ୬-୨ ଗୋଲରେ ବେଙ୍ଗଲକୁ, ତାମିଲନାଡୁ ୨୪-୦ରେ ଦାଦ୍ରା ନଗର ଓ ହାବେଳୀକୁ, ଛତିଶଗଡ ୧୯-୦ରେ ହିମାଚଳ ପ୍ରଦେଶକୁ ପରାସ୍ତ କରିଥିବା ବେଳେ ବିହାର ୪-୪ରେ ମିଜୋରାମ ସହିତ ମ୍ୟାଚ୍‌ ଡ୍ର ରଖିଛି। ଝାଡଖଣ୍ଡ ପକ୍ଷରୁ କାଜଲ କୁମାରୀ(୩ ଓ ୬୮ ମିନିଟ), ଦିବ୍ୟାନି ଲିଣ୍ଡା( ୩୪ ଓ ୭୨ ମିନିଟ) ଦୁଇଟି ଲେଖାଏ ଗୋଲ ସ୍କୋର କରିଥିଲେ। ରୀନା କୁମାରୀ (୧୫ ମିନିଟ) ଅନ୍ୟ ଗୋଲଟି ଦେଇଥିବା ବେଳେ ବେଙ୍ଗଲ ପକ୍ଷରୁ ରାକ୍ଷୀ ମଣ୍ଡଳ ଦୁଇଟି ଯାକ ଗୋଲ ଦେଇଥିଲେ।

ତାମିଲନାଡୁ ପକ୍ଷରୁ କାବ୍ୟା(୯, ୧୭, ୩୦, ୩୬, ୬୨ ମିନିଟ) ୫ ଓ ମୋନିଷା(୫, ୪୪, ୫୦, ୮୫ ମିନିଟ) ୪ଟି ଗୋଲ ଦେଇଥିବା ବେଳେ ଦଳ ୨୪-୦ରେ ବିଜୟୀ ହୋଇଥିଲା। ଛତିଶଗଡ ପକ୍ଷରୁ ବିନ୍ଦୁ ତେଲାମ(୨୮, ୩୪, ୪୨,୪୩, ୭୪ ମିନିଟ)ରେ ୫ ଗୋଲ ଦେଇଥିବା ବେଳେ ଭୂମିକା ଦଓ୍ବୋଙ୍ଗନ, ଦାମିନୀ ସିହ୍ନା ଓ ଭାବନା ସାହୁ ହ୍ୟାଟ୍ରିକ୍‌ ଅର୍ଜନ କରିଥିଲେ। ବିହାର ଓ ମିଜୋରାମ ମଧ୍ୟରେ ଖେଳାଳଯାଇଥିବା ମ୍ୟାଚ୍‌ଟି କଡା ସଂଘର୍ଷପୂର୍ଣ୍ଣ ରହିଥିଲା। ଇଞ୍ଜୁରୀ ଟାଇମରେ ଲାଲସାଙ୍ଗପୁଲି ସାଇଲୋଙ୍କ ଗୋଲ ବଳରେ ମ୍ୟାଚ୍‌ ଡ୍ର କରିବାରେ ସମର୍ଥ ହୋଇଥିଲା ମିଜୋରାମ। ବିହାର ପକ୍ଷରୁ ଅବିବା ପରଓ୍ବିନ(୫ ମିନିଟ), ଆଲିୟା (୭୩ ମିନିଟ) ଓ ଅଧିନାୟିକା ମନୀଷା କୁମାରୀ(୧୮ ଓ ୫୩ ମିନିଟ) ଗୋଲ ଦେଇଥିଲେ। ଅନ୍ୟ ପକ୍ଷରେ ମିଜୋରାମ ପକ୍ଷରୁ ଭନଲାଲରୋହଲୁଇ(୩୦, ୬୨ ମିନିଟ) ଡବଲ ଗୋଲ ଦେଇଥିବା ବେଳେ ଏମି ଲାଲରୁଆସାଙ୍ଗି (୬୨ ମିନିଟ) ଓ ଲାଲସାଙ୍ଗପୁଲି ସାଇଲୋ(୯୦+୨ ମିନିଟ)ରେ ଗୋଟିଏ ଲେଖାଏ ଗୋଲ୍‌ ସ୍କୋର କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri