ନୂଆଦିଲ୍ଲୀ,୧ା୬: ଜୀ ଏଣ୍ଟରଟେନ୍ମେଣ୍ଟ ଏଣ୍ଟରପ୍ରାଇଜେସ୍ ଲିମିଟେଡ (ଜୀଲ୍) ବିଶ୍ୱ ଫୁଟ୍ବଲ ପରିଚାଳନା ସଂସ୍ଥା ଫିଫା ସହ ଏକ ୮ବର୍ଷୀୟା ପାର୍ଟନରଶିପ୍ ଚୁକ୍ତି କରଥିବା ସୋମବାର ପ୍ରକାଶ କରିଛି।
ଫଳତଃ ଜୀ ଏଣ୍ଟରଟେନ୍ମେଣ୍ଟ ଭାରତୀୟ ବଜାରରେ ବିଶ୍ୱକପ୍ ୨୦୨୬ ସମେତ ଫିଫା ଦ୍ୱାରା ପରିଚାଳିତ ୩୯ ଗ୍ଲୋବାଲ ଇଭେଣ୍ଟର ସିଧାପ୍ରସାରଣ କରିବ। ଫିଫା ବିଶ୍ୱକପ୍ ୨୦୨୬ ଆସନ୍ତା ଜୁନ୍ ୧୧ରୁ ଆରମ୍ଭ ହେବାକୁ ଯାଉଛି। ଭାରତୀୟ ଫୁଟ୍ବଲ ପ୍ରେମୀମାନେ ଏହାର ସିଧା ପ୍ରସାରଣ ଜିଲ୍’ର ସ୍ପୋଟର୍ସ ନେଟଓ୍ବର୍କ ଏବଂ ଷ୍ଟ୍ରିମିଂ ପ୍ଲାଟଫର୍ମ ଜି୫ ଜରିଆରେ ଦେଖିପାରିବେ।