Categories: ଜାତୀୟ

ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା, ଜଣଙ୍କୁ ଏନ୍‌କାଉଣ୍ଟର, ଅନ୍ୟ ଜଣେ ଗିରଫ…

ଶ୍ରୀନଗର,୧୪।୮: ସ୍ବାଧୀନତା ଦିବସର ଗୋଟିଏ ଦିନ ପୂର୍ବରୁ ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିରୋଧୀ ଅପରେଶନ୍‌ରେ ମିଳିତ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ କୁଲଗାମ୍‌ ଜିଲାରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି ସେହିପରି କିସ୍ତଓ୍ବାର ଜିଲାରେ ଜଣେ ହିଜବୁଲ୍‌ ମୁଜାହିଦ୍ଦିନ୍‌ ଆତଙ୍କବାଦୀ ସଂଗଠନର ସଦସ୍ୟଙ୍କୁ ଗିରଫ କରାଯାଇଛି। ମୃତ ପାକିସ୍ତାନୀ ଆତଙ୍କବାଦୀଙ୍କୁ ଉସ୍ମାନ ଭାବେ ଚିହ୍ନଟ କରାଯାଇଛି। ସେହିପରି ଗିରଫ ହୋଇଥିବା ମୁଜମିଲ୍‌ ଶାହାଙ୍କ ପାଖରୁ ଏକେ-୪୭ ରାଇଫଲ ସହିତ ୩୦ ଗୁଳି ଜବତ ହୋଇଥିବା କଶ୍ମୀର ପୋଲିସ ମହାନୀରିକ୍ଷକ ବିଜୟ କୁମାର ସୂଚନା ଦେଇଛନ୍ତି।

Share