ଗଜପତି,୧୯।୫(ଗିରିଧାରୀ ପରିଛା): ଗଜପତି ପୋଲିସକୁ ମିଳିଛି ବଡଧରଣର ସଫଳତା। ଜଣେ ଆନ୍ତଃରାଜ୍ୟ ଲୁଟେରାକୁ ଧରିବାରେ ସକ୍ଷମ ହୋଇଛି ପୋଲିସ। ଗିରଫ ଲୁଟେରା ଜଣକ ହେଉଛି ୟୁ ନବୀନ କୁମାର। ସେ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲା ମାନ୍ଦାସା ମଣ୍ଡଳର ସୋଣ୍ଡିପୋଡି ଗ୍ରାମର ବୋଲି ଜଣାପଡିଛି। ନବୀନଙ୍କ ଠାରୁ ପୋଲିସ ୭୩ ଗ୍ରାମ ସୁନା ସହ ଗୋଟିଏ ବାଇକ ଓ ଗୋଟେ ମୋବାଇଲ ଫୋନ ଜବତ କରିଛି ପୋଲିସ। ଏହି ବ୍ୟକ୍ତି ଜଣକ ପାରଳାଖେମୁଣ୍ଡି ବଡ଼ବ୍ରହ୍ମଣ ସାହିରେ ଥିବା ତାଙ୍କ ଭଉଣୀ ଘରେ ରହୁଥିଲେ। ବାଇକରେ ବୁଲି ବୟସ୍କ ମହିଳା,କିମ୍ବା ବୟସ୍କ ଦମ୍ପତି ଏକୁଟିଆ ରାସ୍ତାରେ ଯାଉଥିବା ସୁଯୋଗ ନେଇ ସୁନା ଅଳଙ୍କାର ଝାମ୍ପି ଚମ୍ପଟ ମାରୁଥିଲେ। ଚୋରି କରିବା ସୁନା ନେଇ ନିଜ ଭଉଣୀ ଘରେ ରଖୁଥିବା ପୋଲିସ ସୂଚନା ଦେଇଛି । ତେବେ ଲୁଟେରା ଅଭିଯୋଗରେ ଗିରଫ ବ୍ୟକ୍ତି ଜଣକ ନାଁରେ ପୂର୍ବରୁ ଆନ୍ଧ୍ରର ମେଳିଆପୁଟି, ପଲାସା,ଇତ୍ୟାଦି ଥାନାରେ ଏକାଧିକ ଲୁଟ କରିଥିବା ମାମଲା ରହିଥିବା ସୂଚନା ଦେଇଛନ୍ତି ଜିଲା ଆରକ୍ଷୀ ଅଧିକ୍ଷକ ଯତୀନ୍ଦ୍ର କୁମାର ପଣ୍ଡା।


