ଜବରଦଖଲ ପଛରେ ବଡ଼ କେଳେଙ୍କାରୀ

ବରଗଡ଼,୩୧।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଲେଙ୍ଗୁ ମିଶ୍ର ଛକରୁ ନୂଆ ଜିରା ବ୍ରିଜ ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ୱ ଜବରଦଖଲ ଉଚ୍ଛେଦ ବର୍ତ୍ତମାନ ମୁଖ୍ୟ ପ୍ରସଙ୍ଗ ପାଲଟିଛି। ଏହାକୁ ନେଇ ସହର ଉଠୁଛି ପଡ଼ୁଛି। ସମ୍ପୃକ୍ତ ଅଞ୍ଚଳରୁ ଜବରଦଖଲ ଉଚ୍ଛେଦ ଦୀର୍ଘଦିନର ଦାବି ହୋଇଥିବାରୁ ସହରବାସୀ ସଙ୍ଗଠିତ ହୋଇଛନ୍ତି। ପ୍ରଶାସନ ଉଚ୍ଛେଦ ଆରମ୍ଭ କରି ନ ଥିଲେ ସୁଦ୍ଧା ସୀମା ଚିହ୍ନଟ କରିବା ସହିତ ଜବରଦଖଲ ସ୍ଥାନ ଖାଲି କରିବାକୁ ଡାକବାଜି ଯନ୍ତ୍ରରେ ସୂଚନା ଦେଇ ସାରିଛି। ପ୍ରଶାସନର ସୂଚନାମତେ ୪୮ଘଣ୍ଟାର ଅବଧି ରବିବାର ପୂରିଯାଇଛି। ସୋମବାର ୯ଟାରୁ ଉଚ୍ଛେଦ ଉଚ୍ଛେଦ ଆରମ୍ଭ ହୋଇଛି। ଏହାକୁ ନେଇ ପ୍ରତିବାଦ ମଧ୍ୟ ଜାରିରହିଛି। ଅନ୍ୟପଟେ ସୀମା ଚିହ୍ନଟ ଅନୁଯାୟୀ ବହୁସଂଖ୍ୟକ ବଡ଼ ବଡ଼ କୋଠା, ଦୋକାନ ଗୃହ ଜବରଦଖଲରେ ରହିଥିବା ଯୋଗୁ ଉଚ୍ଛେଦକୁ ଏଡ଼ାଇବା ପାଇଁ ସମ୍ପୃକ୍ତ ଘର, ଦୋକାନ ମାଲିକମାନେ ମଧ୍ୟ ଏକଜୁଟ୍‌ ହୋଇ ଯୋଜନା ପ୍ରସ୍ତୁତ କରୁଥିବା ଆଲୋଚନା ହେଉଛି।
ଉଚ୍ଛେଦ ପ୍ରକ୍ରିୟାକୁ ନେଇ ବର୍ତ୍ତମାନ ସହର ଏଭଳି ଉଠୁଥିଲେ, ପଡ଼ୁଥିଲେ ହେଁ ସ୍ଥାନୀୟ ଲେଙ୍ଗୁ ମିଶ୍ର ଛକରୁ ନୂଆ ଜିରା ବ୍ରିଜ ପର୍ଯ୍ୟନ୍ତ ରାସ୍ତା ଜବରଦଖଲ ପଛରେ ହୋଇଥିବା ବଡ଼ କେଳେଙ୍କାରୀ ଦିନକୁ ଦିନ ସାମ୍ନାକୁ ଆସିବାରେ ଲାଗିଛି। ଏକଦା ଏହି ରାସ୍ତା ପୁରୁଣା ଜାତୀୟ ରାଜପଥ ରହିଥିଲା। ସେତେବେଳେ ରାଜପଥର ଓସାର ପ୍ରାୟ ୧୧୦ରୁ ୧୨୦ ଫୁଟ୍‌ ମଧ୍ୟରେ ଥିଲା ଏବଂ ହମିଦ ନକ୍ସାରେ ତାହା ବର୍ତ୍ତମାନ ମଧ୍ୟ ଉଲ୍ଲେଖ ରହିଛି ବୋଲି ସ୍ଥାନୀୟ ଲୋକେ କହୁଛନ୍ତି। ମାତ୍ର ଏହା ସଙ୍କୁଚିତ ହୋଇ ପଡ଼ିଥିବାବେଳେ ସୀମା ଚିହ୍ନଟ ପରେ ବାସ୍ତବତା ପଦାକୁ ଆସିଛି। ରାସ୍ତାପାର୍ଶ୍ୱର କେଉଁ ଦୋକାନ ତଥା ଘର ଭିତରକୁ ୨୦ଫୁଟ୍‌ ତ ଆଉ କେଉଁଠାରେ ୫୦, ୬୦ଫୁଟ୍‌ ଭିତରକୁ ମଧ୍ୟ ସରକାରୀ ଜମି ରହିଥିବା ଚିହ୍ନଟ ହୋଇଛି। ସେହି ସ୍ଥାନରେ ବଡ଼ ବଡ଼ କୋଠାବାଡ଼ି, ଘରଦ୍ୱାର, ଦୋକାନ ଗଢ଼ି ଉଠିଛି। ତେବେ ଗୋଟିଏ କିମ୍ବା ଦୁଇଟି ନୁହେଁ, ପ୍ରାଥମିକ ପର୍ଯ୍ୟାୟରେ ଏଭଳି ୫୩ ପ୍ଲଟକୁ ରାଜସ୍ବ କର୍ମଚାରୀମାନେ ଚିହ୍ନଟ କରିଛନ୍ତି। ସେହି ସ୍ଥାନ ରାଜସ୍ବ, ପୌର ପରିଷଦ ଏବଂ ପୂର୍ତ୍ତ ବିଭାଗ ନାମରେ ଏବେ ମଧ୍ୟ ରହିଛି। ସେହିପରି ଅନ୍ୟ କେତେକ ପ୍ଲଟ ହମିଦ୍‌ରୁ ଯାଇ ମେଜର ବନ୍ଦୋବସ୍ତରେ କିଛି ଲୋକଙ୍କ ନାମରେ ରେକର୍ଡ଼ ହୋଇଛି। ଅସାଧୁ ଉପାୟ ଅବଳମ୍ବନ କରି ସେଭଳି ରେକର୍ଡ଼ କରାଯାଇଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଥିବାବେଳେ ରାଜପଥର କିସମ କିଭଳି କୋଠାବାଡ଼ିକୁ ପରିବର୍ତ୍ତନ ହେଲା ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି।
ଏଭଳି ଘଟଣାକ୍ରମରେ ରାସ୍ତା ଜବରଦଖଲରେ କିଭଳି କେଳେଙ୍କାରୀ ହୋଇଥିବ ତାହା ସହଜରେ ଅନୁମେୟ। ଏଥିରେ ତତ୍କାଳୀନ ବିଭାଗୀୟ ଅଧିକାରୀଙ୍କ ଭୂମିକାକୁ ନେଇ ମଧ୍ୟ ସନ୍ଦେହ ଦୃଢ଼ୀଭୁତ ହେବାରେ ଲାଗିଛି। ସେହିପରି ଦୀର୍ଘବର୍ଷରୁ ବିଭିନ୍ନ ସମୟରେ ଏହି ସ୍ଥାନ ଉଚ୍ଛେଦ ପାଇଁ ସହରବାସୀ ଦାବି କରିଆସୁଥିବା ବେଳେ ପ୍ରଶାସନ ପୂର୍ବରୁ ତାକୁ ହାଲୁକା ଭାବେ ଗ୍ରହଣ କରିଆସିଛି। ଏହାକୁ ନେଇ ଦୀର୍ଘଦିନରୁ କୁହୁଳୁଥିବା ଅସନ୍ତୋଷ ଏବେ ବଢ଼ିବା ସହିତ ଉଚ୍ଛେଦ ଦାବି ଜୋର୍‌ ଧରିଛି। ଏଥର ଉଚ୍ଛେଦ ପ୍ରକ୍ରିୟାରେ ପ୍ରଶାସନର ଭୂମିକା କିଭିଳି ରହିବ, ତାହା ସୋମବାର ସ୍ପଷ୍ଟ ହୋଇଯିବ ବୋଲି ସାଧାରଣରେ ଆଲୋଚନା ହେଉଛି। ସେହିପରି ଶାସକ ଦଳ ହୁଅନ୍ତୁ କିମ୍ବା ବିରୋଧୀ ଦଳ ଲୋକଙ୍କ ଏହି ଦାବିକୁ ଗୁରୁତ୍ୱ ଦେଇ ଆଗେଇ ଆସିବା ବଦଳରେ ନିରବତା ଅବଲମ୍ବନ କରିବା ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri