ରିଷିଡା, ୭।୮ (ସୁଶାନ୍ତ ମଲ୍ଲିକ) : କର୍ଲାମୁଣ୍ଡା ବ୍ଲକ ରିଷିଡା ଫାଣ୍ଡିରେ ନୂତନ ଫାଣ୍ଡଧିକାରୀ ଭାବେ ମକରଧ୍ୱଜ ବିଷୋୟୀ ଯୋଗଦେଇଛନ୍ତି । ଏହା ପୂର୍ବରୁ ସେ ଜୁନାଗଡ ଥାନାରେ କାର୍ଯ୍ୟରତ ଥିଲେ । ଏଠିକାର ଫାଣ୍ତିଧିକାରୀ ପଦୋନ୍ନତି ପାଇବାରୁ ଏହା ଖାଲିପଡିଥିଲା । ତେବେ ଦାୟିତ୍ୱ ଗ୍ରହଣ କରିବା ପରେ ବିଷୋୟୀ କହିଛନ୍ତି ଯେ ରିଷିଡା ଫାଣ୍ଡିଅଞ୍ଚଳରେ ଶାନ୍ତି ବଜାୟ ରଖିବା ସହ ଅସାମାଜିକ କାର୍ଯ୍ୟାକଳାପ ରୋକିବା ଅପରାଧ ନିୟନ୍ତ୍ରଣ କରିବାକୁ ପ୍ରାଥମିକତା ଦେବେ । ଏ ଦିଗରେ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି ।