ଶ୍ରୀମନ୍ଦିର ପ୍ରଶାସନର ବଡ଼ ପଦକ୍ଷେପ: ଜୈବିକ ଅମୃତ ଅନ୍ନରେ ପ୍ରସ୍ତୁତ ହେବ କୋଠଭୋଗ

ପୁରୀ,୨୩ା୬: ଚଳିତବର୍ଷ ରଥଯାତ୍ରାରେ ଜୈବିକ ଅମୃତ ଅନ୍ନରେ କୋଠଭୋଗ ପ୍ରସ୍ତୁତ ହେବ। କୋରାପୁଟର ‘ପ୍ରଗତି’ ଅନୁଷ୍ଠାନ ଅମୃତ ଅନ୍ନ ଯୋଗାଣ ସକାଶେ ସହଯୋଗର ହାତ ବଢାଇଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷେ କୋରାପୁଟରୁ ୫ ପ୍ରକାର ଜୈବିକ ଚାଉଳ ପୁରୀ ଆସିଥିବା ସୁଆର ମହାସୁଆର ନିଯୋଗ ସମ୍ପାଦକଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ମହାପ୍ରଭୁଙ୍କ କୋଠଭୋଗ କେବଳ ଜୈବିକ ଚାଉଳରେ ହେବ। ଜୈବିକ ଚାଉଳରେ ପ୍ରସ୍ତୁତ ଭୋଗର ଦାମ ଅଧିକ ରହିବ ନାହିଁ। ଏପରିକି ପରବର୍ତ୍ତୀ ସମୟରେ ନୀଳାଚଳ ଭୋଗ ପାଇଁ ଏହି ଚାଉଳ ବ୍ୟବହାର ହେବ ବୋଲି ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଚଳିତ ବର୍ଷ ରଥଯାତ୍ରା ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପ ବିଜେ ସମୟରେ ମହାପ୍ରଭୁଙ୍କୁ କୋଠଭୋଗରେ ଅମୃତ ଅନ୍ନ (ଜୈବିକ ଚାଉଳ) ଲାଗି ହେବ। ଏନେଇ ପୂର୍ବରୁ ଆଲୋଚନା ହୋଇଥିବା ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା।

ବୈଠକରେ କୋଠଭୋଗରେ ଜୈବିକ ଚାଉଳ ଲାଗିହେବା ନେଇ ନିଷ୍ପତ୍ତି ହୋଇଛି। ବଡୁ ସୁଆର ଏବଂ ସୁଆର ମହାସୁଆର ନିଯୋଗ ପ୍ରତିନିଧିମାନେ ବୈଠକରେ ଉପସ୍ଥିତ ଥିଲେ। ସେହିପରି ସୁଆର ମହାସୁଆରଙ୍କ ପକ୍ଷରୁ ଭୋଗମଣ୍ଡପରେ ଅମୃତ ଅନ୍ନ ବ୍ୟବହାର ନେଇ ଯୋଜନା ହୋଇଛି। ମହାପ୍ରଭୁଙ୍କ ଭୋଗ ପ୍ରସ୍ତୁତିରେ ଅମୃତ ଅନ୍ନ ଉପଯୋଗ ନେଇ ପୂର୍ବରୁ ଆଲୋଚନା ହେବା ସହିତ ପରୀକ୍ଷାମୂଳକ ଭାବେ ଲାଗି ମଧ୍ୟ ହୋଇଥିଲା। ବୈଠକରେ ପ୍ରଗତି ଅନୁଷ୍ଠାନର ପ୍ରତିନିଧି ମଧ୍ୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୃଦ୍ଧି ନା ହ୍ରାସ? ଆଜି ଦେଶରେ ପେଟ୍ରୋଲ-ଡିଜେଲର ମୂଲ୍ୟ କେତେ? ଆସିଲା ଅପଡେଟ୍‌

ନୂଆଦିଲ୍ଲୀ,୩।୪: ପଶ୍ଚିମ ଏସିଆରେ ଭୂରାଜନୈତିକ ଉତ୍ତେଜନା ମଧ୍ୟରେ ବିଶ୍ୱ ତୈଳ ବଜାରରେ ଉଲ୍ଲେଖନୀୟ ପରିବର୍ତ୍ତନ ଜାରି ରହିଥିଲେ ମଧ୍ୟ ଭାରତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ୩…

ଏକମାତ୍ର ଦେଶ ଭାବେ ଭାରତ ହରାଇଛି…ଯୁଦ୍ଧ ମଧ୍ୟରେ ୬୦ ଦେଶକୁ ନେଇ ଚାଲିଥିବା ବୈଠକରେ ହୃଦୟର କଥା କହିଲା ଭାରତ

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଇରାନ ନିୟନ୍ତ୍ରଣରେ ଥିବା ହର୍ମୁଜ ପ୍ରଣାଳୀକୁ ପୁନର୍ବାର ଖୋଲିବା ପାଇଁ ଭାରତ ଦାବି କରିଛି। ଭାରତ ଏହା ମଧ୍ୟ…

ପାଳନ ହେବ ଐତିହାସିକ ଜମ୍ବୁ ମହୋତ୍ସବ: ଅଗ୍ନିଶମ, ବିଦ୍ୟୁତ୍‌, ସ୍ବାସ୍ଥ୍ୟ, ପାନୀୟଜଳକୁ ଗୁରୁତ୍ୱ ଦେଇ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ଝାମୁଯାତ୍ରାରେ ଐତିହାସିକ ଜମ୍ବୁ ମହୋତ୍ସବ ପାଳନ କରିବାକୁ ପ୍ରଶାସନିକ…

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

IPLରେ ଅଭିଷେକଙ୍କ ବଡ଼ କାରନାମା: ୪ ଛକା ମାରି କଲେ ଅନନ୍ୟ ରେକର୍ଡ

କୋଲକାତା,୩।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ୨୨୮.୫୭ ଷ୍ଟ୍ରାଇକ ରେଟରେ ଖେଳି ଅଭିଷେକ…

ଲୋକ ସଭା ଆସନ ୮୧୬କୁ ବଢ଼ିବ: ୧୬ରୁ ୩ ଦିନ ପାଇଁ ପୁଣି ବଜେଟ ଅଧିବେଶନ

ନୂଆଦିଲ୍ଲୀ,୩ା୪(ପି.ଟି.):ପାର୍ଲାମେଣ୍ଟର ବଜେଟ ଅଧିବେଶନ ସ୍ବଳ୍ପକାଳୀନ ଅବକାଶ ପରେ ଏପ୍ରିଲ ୧୬ରୁ ପୁଣି ଚାଲିବ। ବିଶେଷକରି ଲୋକ ସଭାର ଆସନ ସଂଖ୍ୟା ୫୪୩ରୁ ୮୧୬କୁ ବୃଦ୍ଧି କରାଯିବା ସଂକ୍ରାନ୍ତ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri