ତାଲିବାନକୁ ବଡ଼ ଝଟ୍‌କା, ଦେଶ ଛାଡ଼ିବା ପୂର୍ବରୁ ବିମାନ-ରକେଟ ଡିଫେନ୍ସ୍‌ ସିଷ୍ଟମ୍‌ ଅକାମୀ କଲା ଆମେରିକା…

କାବୁଲ/ଓ୍ବାଶିଂଟନ,୩୧।୮: ଆଫଗାନିସ୍ତାନରୁ ଆମେରିକା ସୈନ୍ୟବାହିନୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତେବେ ଏହା ପୂର୍ବରୁ ସୈନ୍ୟବାହିନୀ ଆଫଗାନିସ୍ତାନରେ ଥିବା ଆମେରିକାର ବହୁ ବିମାନ ଏବଂ ରକେଟ ଡିଫେନ୍ସ୍‌ ସିଷ୍ଟମ୍‌କୁ ଅକାମୀ କରି ଦେଇଛନ୍ତି। ଏହା ସହିତ ଅସ୍ତ୍ରଶସ୍ତ୍ର ବୋଝେଇ ଯାନଗୁଡ଼ିକୁ ମଧ୍ୟ ଖରାପ କରି ଦିଆଯାଇଛି। ଆମେରିକା ସୈନ୍ୟ ବାହିନୀ ୭୩ ବିମାନକୁ ଅକାମୀ କରିଛନ୍ତି। ଏହି ବିମାନ ଗୁଡ଼ିକ ଆଉ ଉଡ଼ିପାରିବ ନାହିଁ। ବିମାନ ଗୁଡ଼ିକ ହାମିଦ କରଜଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ପଡିରହିଛି। ଏହା ସହିତ ଆମେରିକାର ବହୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରକୁ ନଷ୍ଟ କରି ଦିଆଯାଇଛି। ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସରକାର ଅନୁଯାୟୀ ଆଫଗାନିସ୍ତାନରେ ଥିବା ଆମେରିକା ଅସ୍ତ୍ରଶସ୍ତ୍ରକୁ କେବଳ ଦେଶ ଭିତରେ ହିଁ ବ୍ୟବହାର କରାଯାଇ ପାରିବ। ମାତ୍ର କୌଣସି ରକେଟ ଅବ୍ୟ ଅନ୍ୟ ଅସ୍ତ୍ରଶସ୍ତ୍ରକୁ ଅନ୍ୟ ଦେଶ ବିରୋଧରେ ପ୍ରୟୋଗ କରି ହେବ ନାହିଁ। କାରଣ ଏସବୁର ଲକ୍ଷ୍ୟଭେଦ କ୍ଷମତା କମ୍‌ ରହିଛି। ଫଳରେ ଏବେ ଆଫଗାନିସ୍ତାନ ଅଲୋଡ଼ା ଅସ୍ତ୍ରଶସ୍ତ୍ରର ଗଦା ପାଲଟିଛି। ଏହାକୁ ତାଲିବାନ ବ୍ୟବହାର କରିପାରିବ ନାହିଁ।

 

Share