Categories: ଖେଳ

ଆଇପିଏଲ୍‌ ଆରମ୍ଭରୁ ଗୁଜରାଟ ଟାଇଟନ୍ସକୁ ବଡ଼ ଝଟ୍‌କା

ଅହମ୍ମଦାବାଦ୍‌,୨।୪: ଆଇପିଏଲ୍‌ର ୧୬ତମ ସଂସ୍କରଣର ଆରମ୍ଭରୁ ଗୁଜରାଟ ଟାଇଟନ୍ସକୁ ବଡ଼ ଝଟ୍‌କା ଲାଗିଛି। ଦଳର ବ୍ୟାଟ୍ସମ୍ୟାନ୍‌ କେନ୍‌ ଓ୍ବିଲିୟମସନ ଆହତ ଯୋଗୁ ଚଳିତ ଆଇପିଏଲ୍‌ରୁ ବାଦ୍‌ ପଡିଛନ୍ତି। ଏନେଇ ଦଳ ପକ୍ଷରୁ ସୂଚନା ଦିଆଯାଇଛି।
ଚେନ୍ନାଇ ସୁପର କିଙ୍ଗ୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଅନୁଷ୍ଠିତ ଉଦ୍‌ଘାଟନୀ ମ୍ୟାଚରେ କ୍ଷେତ୍ରରକ୍ଷଣ ସମୟରେ ତାଙ୍କ ଡାହାଣ ଆଣ୍ଠୁରେ ଆଘାତ ଲାଗିଥିଲା। ଟାଇଟନ୍ସ ପାଇଁ ପଦାର୍ପଣ ମ୍ୟାଚ୍‌ ଖେଳୁଥିବା କେନ୍‌ ଓ୍ବିଲିୟମସନ୍‌ ବାଉଣ୍ଡିରେ ଫିଲ୍ଡିଂ କରୁଥିବା ସମୟରେ ଏକ ଛକାକୁ ଅଟକାଇ ଥିଲେ। ୩୨ ବର୍ଷୀୟ ଓ୍ବିଲିୟମସନ ଚମତ୍କାର ପ୍ରୟାସ କରି ଛକା ରୋକିଥିଲେ ମଧ୍ୟ ତାଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା। ପଡିବା ସମୟରେ ଆଣ୍ଠୁରେ ଆଘାତ ଲାଗିଥିବା ବେଳେ ପଡିଆରେ ଫିଜିଓ ତୁରନ୍ତ ଚିକିତ୍ସା କରିଥିଲେ। ଓ୍ବିଲିୟମସନ ଆଉ ପଡିଆକୁ ଫେରି ନ ଥିବା ବେଳେ ଆଘାତ ସମସ୍ୟା ମଧ୍ୟ ବେଶ୍‌ ଗମ୍ଭୀର ରହିଛି। ତେବେ ତାଙ୍କ ବଦଳ ଖେଲାଳି ଭାବେ କାହାକୁ ନିଆଯିବ ସେ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ।

Share