Google Pay, PhonePe ଓ Paytm କୁ ବଡ଼ ଝଟ୍‌କା! ହ୍ବାଟସଆପ୍‌ରେ ପେମେଣ୍ଟ କରିପାରିବେ ବିଜୁଳି ବିଲ୍‌, ଜାଣନ୍ତୁ ପ୍ରକ୍ରିୟା

ନୂଆଦିଲ୍ଲୀ,୧୧।୨: ହ୍ବାଟସଆପ ୟୁଜର୍ସଙ୍କ ପାର୍ଇ ଖୁସି ଖବର। ଏଣିକି ହ୍ବାଟସଆପ୍‌ ମାଧ୍ୟମରେ ବିଜୁଳି ବିଲ୍‌ ଓ ପାଣି ବିଲ୍‌ ପେମେଣ୍ଟ କରିପାରିବେ। ଏହା ବ୍ୟତୀତ ଅନ୍ୟାନ୍ୟ ବିଲ ମଧ୍ୟ ପେମେଣ୍ଟ କରିପାରିବେ। ଏହା ସହିତ, WhatsApp କେବଳ UPI କାରବାର ପର୍ଯ୍ୟନ୍ତ ସୀମିତ ରହିବ ନାହିଁ, ବରଂ ଏକ ବ୍ୟାପକ ଡିଜିଟାଲ ପେମେଣ୍ଟ ପ୍ଲାଟଫର୍ମ ହୋଇପାରିବ। ହୱାଟସଆପର ଏହି ନୂଆ ବିଲ ପେମେଣ୍ଟ ଫିଚର ବ୍ୟବହାରକାରୀଙ୍କୁ ସୁବିଧା ଆଣିବା ସହ ବଡ଼ ବଡ଼ ପେମେଣ୍ଟ କମ୍ପାନୀକୁ ଶକ୍ତ ଝଟ୍‌କା ଦେଇପାରେ। ଏହି ଫିଚର୍ସ ସିଧାସଳଖ Google Pay, PhonePe ଏବଂ Paytm ଭଳି ପେମେଣ୍ଟ ଆପ୍‌ ଉପରେ ପ୍ରଭାବ ପକାଇବ।

ମିଡିଆ ରିପୋର୍ଟ ଅନୁଯାୟୀ, ଏହି ଫିଚର ସାହାଯ୍ୟରେ ଉପଭୋକ୍ତାମାନେ ବିଦ୍ୟୁତ, ପାଣି, ମୋବାଇଲ ରିଚାର୍ଜ, ଘରଭଡ଼ା ଏବଂ ଅନ୍ୟାନ୍ୟ ବିଲ ପୈଠ କରିପାରିବେ। ଏହା ସେମାନଙ୍କ ପାଇଁ ବହୁତ ଲାଭଦାୟକ ହେବ ଯେଉଁମାନେ ନିଜ ଘର ଖର୍ଚ୍ଚ ପାଇଁ ଅନେକ ଭିନ୍ନ ପ୍ଲାଟଫର୍ମ ବ୍ୟବହାର କରୁଛନ୍ତି।

ଭାରତରେ UPI ପେମେଣ୍ଟ ମାର୍କେଟରେ ବର୍ତ୍ତମାନ PhonePe ଏବଂ Google Pay ର ଦବ୍‌ଦବା ରହିଛି। ରିପୋର୍ଟ ଅନୁଯାୟୀ, ମାର୍କେଟରେ PhonePeର ଅଂଶ 47.8% ଗୁଗୁଲ ପେର ୩୭% ଓ ଅନ୍ୟାନ୍ୟ ପ୍ରତିଯୋଗୀଙ୍କ ମଧ୍ୟରେ Paytm, Navi, Cred ଏବଂ Amazon Pay ଅନ୍ତର୍ଭୁକ୍ତ।

ବର୍ତ୍ତମାନ ହୱାଟସଆପର ନୂତନ ଫିଚର ଲଞ୍ଚ ହେବା ପରେ, ଏହା ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ କେତେ ବଡ଼ ପରିବର୍ତ୍ତନ ଆଣିପାରେ ଏବଂ ଏହା Google Pay, PhonePe ଏବଂ Paytm ଭଳି କମ୍ପାନୀକୁ ବଡ଼ ଝଟ୍‌କା ଲାଗିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ନେତାଙ୍କୁ ଛୁରି ଭୁସି ହତ୍ୟା, ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ଭବାନୀପାଟଣା,୫।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ. ରାମପୁର ଥାନା ଡମକର୍ଲାଖୁଣ୍ଟାର ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ୱାମୀ ତଥା ଭାଜପା ନେତା ଫକୀର ରଣାଙ୍କୁ ବୁଧବାର ସନ୍ଧ୍ୟାରେ…

ଉଠୁନି ଚାଉଳ.. ଏବେଠୁ ଧାନ ବିକ୍ରି ଚିନ୍ତା, ଲୋକ ସଭାରେ ପ୍ରଶ୍ନ ଉଠାଇଲେ ବରଗଡ଼ ଏମପି

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷ କାର୍ଯ ଜାରି ରହିଛି । ଆଉ ଅଢ଼େଇ ମାସରୁ ୩ମାସ ମଧ୍ୟରେ ଧାନ ଅମଳ ହେବ ଏବଂ ଏହାପରେ…

ବିନା ଲାଇସେନ୍ସରେ ବିକ୍ରି ହେଉଥିଲା ବିଦେଶୀ ମଦ, ଫାଷ୍ଟଫୁଡ୍ ଦୋକାନରେ ଚଢ଼ାଉ କରି ଧରିଲା ପୋଲିସ

ଦିଗପହଣ୍ଡି,୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ଛକରେ ଥିବା ସମୀର ରାଉତଙ୍କ ଫାଷ୍ଟଫୁଡ୍ ଦୋକାନରୁ ୫୮ ବୋତଲ ବିଦେଶୀ ମଦ ଜବତ…

‘ରାଜନୈତିକ ଭୂମିକା ନ ନେଇ ଚାପ ଗୋଷ୍ଠୀ ଭାବେ କାମ କରିବ ସିଜେପି’

ମୁମ୍ବାଇ,୫ା୮: କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ବର୍ତ୍ତମାନ ପାଇଁ ଏକ ଚାପ ଗୋଷ୍ଠୀ ଭାବେ କାର୍ଯ୍ୟ କରିବ ବୋଲି ଏହାର ପ୍ରତିଷ୍ଠାତା ଅଭିଜିତ ଦୀପ୍‌କେ ବୁଧବାର କହିଛନ୍ତି।…

ଜଗପାଡୁ ବଡବନ୍ଧର ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡିଲେ ବିଧାୟକ ରୂପେଶ, ସ୍ଥିତି ସମୀକ୍ଷା ପରେ….

ପାରଳାଖେମୁଣ୍ଡି,୫।୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ଜଗପାଡୁ ଗ୍ରାମର ବହୁ ପୁରୁଣା ବଡବନ୍ଧ (ପୋଖରୀ)ର ସ୍ଥିତି ସମୀକ୍ଷା କରିଛନ୍ତି ସ୍ଥାନୀୟ ବିଧାୟକ ରୂପେଶ ପାଣିଗ୍ରାହୀ।…

୪୦ ହେକ୍ଟର ଜମିରେ ଲାଗିବ ଅଏଲ ପାମ୍‌ ବୃକ୍ଷ, କନ୍ଧମାଳରେ ୨ ବର୍ଷ ହେଲା…

ଦାରିଙ୍ଗବାଡ଼ି,୫ା୮(ଅରୁଣ ସାହୁ): ଦେଶରେ ଖାଇବା ତେଲର ଚାହିଦା ରହିଛି। ତେବେ ଖାଇବା ତେଲକୁ ଅନେକ ସମୟରେ ବାହାର ଦେଶରୁ ଆମଦାନୀ କରାଯାଉଛି। ଦେଶରେ ଚାହିଦା ରହିଥିଲେ ମଧ୍ୟ…

‘ଶିକ୍ଷାକ୍ଷେତ୍ରରେ ST-SC ଶିକ୍ଷକ ସଂଘର ସଭାପତି ବିଶ୍ୱନାଥଙ୍କ ଅବଦାନ ଅତୁଳନୀୟ’

କଲ୍ୟାଣସିଂହପୁର,୫ା୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ST, SC ଶିକ୍ଷକ ସଂଘର ସଭାପତି ସ୍ବର୍ଗତ ବିଶ୍ୱନାଥ କାଡ୍ରାକାଙ୍କ ଦ୍ୱାଦଶାହ କାର୍ଯ୍ୟକ୍ରମ ଶିରିପୁରସ୍ଥିତ ତାଙ୍କ ବାସଭବନରେ…

୨୨ ବର୍ଷ ପରେ ଜେଲ୍‌ରୁ ମୁକୁଳିଲେ ଆଜୀବନ କଏଦୀ ଅର୍ଜୁନ ଜାନି

କୋରାପୁଟ,୫ା୮(ଅମିତାଭ ବେହେରା): ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି କ୍ରମେ ୨୦୦୪ରେ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦୀର୍ଘ ୨୨ ବର୍ଷର କାରାଦଣ୍ଡ ଭୋଗିବା ପରେ ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri