Categories: ଖେଳ

ଇଂଲଣ୍ଡକୁ ବଡ଼ ଝଟକା: ଆହତ ହୋଇ ପାଭିଲିୟନ ଫେରିଲେ ଜୋ ରୁଟ୍‌…

ବିଶାଖାପଟ୍ଟନମ,୪।୨ : ବିଶାଖାପଟ୍ଟନମ ଟେଷ୍ଟରେ ଟିମ ଇଣ୍ଡିଆ ଡ୍ରାଇଭିଂ ସିଟରେ ଅଛି ଏବଂ ପରିଦର୍ଶକ ଇଂଲଣ୍ଡର ସମସ୍ୟା ବଢ଼ିବାରେ ଲାଗିଛି। ଏହି ସମୟରେ ରବିବାର ଦିନ ଇଂଲଣ୍ଡ ଦଳ ପାଇଁ ଏକ ଖରାପ ଖବର ଆସିଛି। ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଜୋ ରୁଟ ଆହତ ହୋଇ ପାଭିଲିୟନ ଫେରିଛନ୍ତି।

ସ୍ଲିପରେ ଫିଲ୍ଡିଂ କରୁଥିବାବେଳେ ରୁଟ ଆହତ ହୋଇଥିଲେ ଏବଂ ତାଙ୍କ ଡାହାଣ ହାତର କାଣି ଆଙ୍ଗୁଠିରେ ବଲ ଦ୍ୱାରା ଆଘାତ ଲାଗିଥିଲା। ଏହା ପରେ ତାଙ୍କୁ ପଡ଼ିଆ ଛାଡିବାକୁ ପଡିଥିଲା। ଯଦି ରୁଟ ଫିଟ ନ ହୁଅନ୍ତି, ତେବେ ଚତୁର୍ଥ ଇନିଂସରେ ଏକ ବଡ଼ ଟାର୍ଗେଟର ପିଛା କରିବା ପକାଇବା ଦଳ ପାଇଁ ବହୁତ କଷ୍ଟସାଧ୍ୟ ହୋଇପାରେ।

ରିପୋର୍ଟ ଅନୁଯାୟୀ ତାଙ୍କୁ ଡାକ୍ତରୀ ଦଳ ଚିକିତ୍ସା କରୁଛନ୍ତି ଏବଂ ସେ ପଡ଼ିଆ ବାହାରେ ଅଛନ୍ତି। ଆଘାତ ସ୍ଥାନରେ ବରଫ ମଧ୍ୟ ପ୍ରୟୋଗ କରାଯାଉଛି।

 

Share