ନିର୍ବାଚନ ପରେ ଗ୍ରାହକଙ୍କୁ ବଡ଼ ଝଟ୍‌କା, ୫୦ରୁ ୨୫୦ ଯାଏଁ ମହଙ୍ଗା ହେବ ମୋବାଇଲ ରିଚାର୍ଜ!

ନୂଆଦିଲ୍ଲୀ,୧୪।୫: ଲୋକ ସଭା ନିର୍ବାଚନ ପରେ କୋଟି କୋଟି ମୋବାଇଲ ୟୁଜର୍ସଙ୍କୁ ଏକ ବଡ଼ ଝଟକା ଳାଗିବାକୁ ଯାଉଛି। ସୂଚନା ଅନୁଯାୟୀ, ଟେଲିକମ କମ୍ପାନୀଗୁଡିକ ମୋବାଇଲ ତାରିଫ୍‌ ବୃଦ୍ଧି କରିବାକୁ ଯାଉଛନ୍ତି। ଏହା ୨୫ ପ୍ରତିଶତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏକ ରିପୋର୍ଟରେ କୁହାଯାଇଛି ଯେ, କମ୍ପାନୀଗୁଡିକ 5G ରେ ବିପୁଳ ପୁଞ୍ଜି ବିନିଯୋଗ କରିଛନ୍ତି। ଏଭଳି ପରିସ୍ଥିତିରେ କମ୍ପାନୀଗୁଡିକ ଲାଭ ପାଇବା ପାଇଁ ମୋବାଇଲ ଅପରେଟରମାନେ ୨୫ ପ୍ରତିଶତ ତାରିଫ୍‌ ବୃଦ୍ଧି କରିବାକୁ ଯାଉଛନ୍ତି।

ସୂଚନା ଅନୁଯାୟୀ, ଏହି ବୃଦ୍ଧି ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଦେଖିବାକୁ ମିଳିବ। ଉଭୟ ପୋଷ୍ଟପେଡ ଏବଂ ପ୍ରିପେଡ ଯୋଜନା ପୂର୍ବ ଅପେକ୍ଷା ମହଙ୍ଗା ହୋଇପାରେ। ଅନ୍ୟପକ୍ଷରେ, ଇଣ୍ଟରନେଟ ରିଚାର୍ଜ ପ୍ୟାକ୍‌ରେ ମଧ୍ୟ ବୃଦ୍ଧି ପାଇପାରେ। ତେବେ ଏପରି ବୃଦ୍ଧି ସାଧାରଣ ଲୋକଙ୍କୁ ପ୍ରଭାବିତ କରିବ। ଯଦି ଆପଣ ପ୍ରତି ମାସରେ ୨୦୦ ଟଙ୍କା ରିଚାର୍ଜ କରନ୍ତି, ତେବେ ଏହା ଆଗକୁ ୫୦ ଅଧିକ ଟଙ୍କା ବୃଦ୍ଧି ପାଇବ। ଏହାର ଅର୍ଥ ଆପଣ ୨୦୦ ସ୍ଥାନରେ ୨୫୦ ଟଙ୍କାର ରିଚାର୍ଜ କରିବେ। ଅନ୍ୟପକ୍ଷରେ, ଯଦି ଆପଣ ୫୦୦ ଟଙ୍କା ରିଚାର୍ଜ କରନ୍ତି, ତେବେ ଏହା ୨୫ ପ୍ରତିଶତ ବୃଦ୍ଧି ହୋଇ ଅଧିକ ୧୨୫ ଟଙ୍କା ଦେବାକୁ ପଡିବ। ଯଦି ଆପଣ ୧୦୦୦ ଟଙ୍କା ରିଚାର୍ଜ କରନ୍ତି, ତେବେ ଏହାର ମୂଲ୍ୟ ୨୫୦ ଟଙ୍କା ବୃଦ୍ଧି ପାଇ ୧୨୫୦ ଟଙ୍କା ଦେବାକୁ ପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?