Posted inଜାତୀୟ

ଉଜ୍ଜ୍ୱଳା ଯୋଜନା ହିତାଧିକାରୀଙ୍କୁ ବଡ଼ ଝଟ୍‌କା: କମିଲା ସବ୍‌ସିଡି, ଜାଣନ୍ତୁ ଏବେ କେତେ ମିଳିବ…

ନୂଆଦିଲ୍ଲୀ,୮।୬: ଉଜ୍ଜଳା ହିତାଧିକାରୀଙ୍କୁ ବଡ଼ ଝଟ୍‌କା। ସବ୍‌ସିଡି ସିଲିଣ୍ଡର ସଂଖ୍ୟା ୯ରୁ ୪କୁ ଖସିଲା। ଏହାର ଅର୍ଥ ହେଉଛି ଉଜ୍ଜ୍ୱଳା ଯୋଜନା ଅଧୀନରେ ଆସୁଥିବା ପରିବାରଗୁଡ଼ିକୁ ବର୍ଷକୁ କେବଳ ୪ଟି ସିଲିଣ୍ଡର ଉପରେ ହିଁ ଅତିରିକ୍ତ ସବ୍‌ସିଡିର ଲାଭ ମିଳିପାରିବ। ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା (PMUY)ରେ ୯ ସବ୍‌ସିଡି ସିଲିଣ୍ଡର ମିଳୁଥିଲା। ସାଂପ୍ରତିକ ଗ୍ୟାସ ସଙ୍କଟ ଭିତରେ ସବ୍‌ସିଡି ସିଲିଣ୍ଡର ସଂଖ୍ୟା କମାଯାଇଛି। ୨୦୧୬ରେ ଯୋଜନା ଲାଗୁ ବେଳେ ବାର୍ଷିକ ୧୨ଟି ସବ୍‌ସିଡି ସିଲିଣ୍ଡର ମିଳୁଥିଲା। ଗତବର୍ଷ ଏହା ୯କୁ ହ୍ରାସ କରିଥିଲେ କେନ୍ଦ୍ର ସରକାର।

ରିପୋର୍ଟ ଅନୁଯାୟୀ, ଜଣେ ସରକାରୀ ଅଧିକାରୀ ସୋମବାର ଦିନ କହିଛନ୍ତି ଯେ ଘରୋଇ ବ୍ୟବହାରର ହାରାହାରିକୁ ଆଖି ଆଗରେ ରଖି ଏହି ପରିବର୍ତ୍ତନ କରାଯାଇଛି। ୨୦୧୬ ବର୍ଷରେ ଆରମ୍ଭ ହୋଇଥିବା ଏହି ଯୋଜନା ଅଧୀନରେ ପୂର୍ବରୁ ହିତାଧିକାରୀଙ୍କୁ ବର୍ଷକୁ ୧୪.୨ କିଲୋଗ୍ରାମର ୧୨ଟି ସିଲିଣ୍ଡର ସବ୍‌ସିଡିରେ ମିଳୁଥିଲା। ତେବେ ଗତ ବର୍ଷ ସବ୍‌ସିଡିଯୁକ୍ତ ସିଲିଣ୍ଡର ସଂଖ୍ୟା ହ୍ରାସ କରାଯାଇ ୯ କରାଯାଇଥିଲା, ଯାହାକୁ ଏବେ ଆହୁରି କମାଇ ୪ କରିଦିଆଯାଇଛି।

ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ପ୍ରବୀଣ ମଲ ଖନୁଜା କହିଛନ୍ତି ଯେ, ଏହି ସଂଶୋଧିତ ସୀମା ଉଜ୍ଜ୍ୱଳା ହିତାଧିକାରୀଙ୍କ ହାରାହାରି ବାର୍ଷିକ ଗ୍ୟାସ ବ୍ୟବହାରର ପାଖାପାଖି ଅଟେ। ସେ କହିଛନ୍ତି ଯେ ହିତାଧିକାରୀଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖି ସହାୟତା ପ୍ରଦାନ କରିବା ସରକାରଙ୍କ ଉଦ୍ଦେଶ୍ୟ।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

BRICS Summit: ବିଦେଶୀ ନେତା ଓ ତାଙ୍କ ବଡ଼ ଟିମ୍‌ର ଖର୍ଚ୍ଚ ଉଠାଏ କିଏ? କାହା ପକେଟରୁ ଯାଏ କୋଟି କୋଟି ଟଙ୍କା, ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୯: ରାଜଧାନୀ ଦିଲ୍ଲୀ ସେପ୍ଟେମ୍ୱର ୧୨ ଏବଂ ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ (BRICS) ଶିଖର ସମ୍ମିଳନୀର ଆୟୋଜନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ରୁଷିଆ…

ଭାରତରେ ନିଜ ଟଏଲଟ୍‌ ଧରି ବୁଲୁଛନ୍ତି ସି ଜିନପିଙ୍ଗ୍‌, କାରଣ ଜାଣିଲେ ହୋସ୍‌ ଉଡିବ

ନୂଆଦିଲ୍‌ଲୀ,୧୨।୯: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଯେତେବେଳେ କୌଣସି ବିଦେଶ ଗସ୍ତରେ ଯାଆନ୍ତି, ସେତେବେଳେ ତାଙ୍କର ସୁରକ୍ଷା ବ୍ୟବସ୍ଥା ତାଙ୍କ ଦୈନନ୍ଦିନ ଜୀବନର ସବୁଠାରୁ ବ୍ୟକ୍ତିଗତ ଦିଗ…

ଆଜି ବ୍ରିକ୍ସ ସମ୍ମିଳନୀ: ଦିଲ୍ଲୀରେ ପହଞ୍ଚିଲେ ବିଶ୍ୱ ନେତା

ନୂଆଦିଲ୍ଲୀ,୧୨ା୯ (ପି.ଟି.):ନୂଆଦିଲ୍ଲୀର ପ୍ରଗତି ମଇଦାନସ୍ଥିତ ଭାରତ ମଣ୍ଡପମ୍‌ଠାରେ ଶନିବାରଠାରୁ ୨ ଦିନ ଧରି ୧୮ତମ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର…

ସକାଳୁ ସକାଳୁ ଇଣ୍ଡୋନେସିଆରେ ଭୂକମ୍ପ ଝଟ୍‌କା

ଜାକର୍ତ୍ତା,୧୨।୯: ଇଣ୍ଡୋନେସିଆରେ ଲଗାତାର ଦ୍ୱିତୀୟ ଦିନରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ଜାଭା ଦ୍ୱୀପରେ ଶନିବାର ୬.୨ ତୀବ୍ରତାର ଏକ ଶକ୍ତିଶାଳୀ ଭୂକମ୍ପ ହୋଇଛି। ଜର୍ମାନ ରିସର୍ଚ୍ଚ…

ଏବେ ଅଭିଜିତ ଦୀପକେଙ୍କ ମିଶି କ’ଣ କରିବାକୁ ଯାଉଛନ୍ତି ସୋନମ ୱାଙ୍ଗଚୁକ? କଲେ ବଡ଼ ଘୋଷଣା, ସେପ୍ଟେମ୍ବର ୧୯…

ନୂଆଦିଲ୍ଲୀ,୧୨।୯: ଲଦାଖରେ ସେପ୍ଟେମ୍ବର ୧୯ରୁ ହେବାକୁ ଥିବା ସୋନମ ୱାଙ୍ଗଚୁକଙ୍କ ପଦଯାତ୍ରାକୁ ନେଇ ଏବେ ପ୍ରତିକ୍ରିୟା ଆସିଛି। ସୋନମ ୱାଙ୍ଗଚୁକ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଭିଡିଓ…

ଆମକୁ ଶତ୍ରୁ ନୁହେଁ, ପଡ଼ୋଶୀ ଭାବନ୍ତୁ: ମୋଦି-ଜିନପିଙ୍ଗ୍‌ ଭେଟ ପୂର୍ବରୁ ବଦଳିଲା ଚାଇନାର ସ୍ବର, ଭାରତ ସହ…

ନୂଆଦିଲ୍ଲୀ/ବେଜିଂ,୧୧।୯: ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ୧୮ଶ ବ୍ରିକ୍ସ (BRICS) ଶିଖର ସମ୍ମିଳନୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ଆଲୋଚନା…

ତାଜ୍‌ରେ ଜିନପିଙ୍ଗ, ITC ର୍ମୌଯ୍ୟରେ ପୁଟିନ: ଗୋଟିଏ ରାତିର ଭଡ଼ା ଜାଣିଲେ ତାଜୁବ ହେବେ…

ନୂଆଦିଲ୍‌ଲୀ,୧୧।୯: ଦିଲ୍ଲୀରେ ସେପ୍ଟେମ୍ୱର ୧୨ ଏବଂ ୧୩ ତାରିଖରେ ହେବାକୁ ଥିବା ବ୍ରିକ୍ସ (BRICS) ସମ୍ମିଳନୀ ପାଇଁ ରାଜଧାନୀର ଅନେକ ଅଞ୍ଚଳ ଛାଉଣୀରେ ପରିଣତ ହୋଇଛି। ହୋଟେଲ…

ବଡ଼ ପ୍ୟାକେଜ୍‌ ନେଇ ଭାରତ ଆସିଛନ୍ତି ପୁଟିନ: ରୁଷିଆର କେଉଁ ପ୍ରସ୍ତାବକୁ ‘ହଁ’ କହିବ ଭାରତ? ଜାଣନ୍ତୁ…

ନୂଆଦିଲ୍ଲୀ,୧୧।୯: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ। ପୁଟିନଙ୍କ ଭାରତ ଗସ୍ତ ସମୟରେ ରୁଷିଆର ପଞ୍ଚମ ପିଢ଼ିର ଷ୍ଟେଲ୍ଥ ଫାଇଟର ଜେଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?