Categories: Home Leftଖେଳ

ଆରସିବିକୁ ବଡ଼ ଝଟ୍‌କା: ସ୍ୱଦେଶ ଫେରିଲେ ଫିଲ୍‌ ସଲ୍ଟ

ନୂଆଦିଲ୍ଲୀ,୪ା୫: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଓପନର ଇଂଲଣ୍ଡର ଫିଲ୍‌ ସଲ୍ଟ ସ୍ୱଦେଶ ଫେରିଛନ୍ତି। ଗତ ମାସରେ ତାଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା। ତାଙ୍କର କ୍ଷତର ଗଭୀରତା ଜାଣିବା ପାଇଁ ତାଙ୍କର ସ୍କାନ କରାଯିବ। ଆଘାତପ୍ରାପ୍ତ ଥିବାରୁ ସେ ଆର୍‌ସିବିର ଗତ ତିନୋଟି ମ୍ୟାଚ ଖେଳି ନାହାନ୍ତି। ତାଙ୍କ ସ୍ଥାନରେ ଟପ୍‌ ଅର୍ଡରରେ ଜାକବ ବେଥେଲଙ୍କୁ ସାମିଲ କରାଯାଇଛି।

ଏପ୍ରିଲ ୧୮ରେ ଏମ୍‌. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସଠାରୁ ଆରସିବିର ପରାଜୟ ମ୍ୟାଚ ବେଳେ ଫିଲ୍‌ଡି କରୁଥିବା ବେଳେ ଡିପ୍‌ ବ୍ୟାକ୍‌ଓ୍ୱାର୍ଡ ସ୍କ୍ୱୋୟର ଲେଗ୍‌ରେ ଏକ ବାଉଣ୍ଡାରୀକୁ ରୋକିବାକୁ ଯାଇ ସେ ଆଘାତପ୍ରାପ୍ତ ହୋଇଥିଲେ। ସଲ୍ଟ ହେଉଛନ୍ତି ଇଂଲଣ୍ଡ ଓ ଓ୍ୱେଲ୍ସ କ୍ରିକେଟ ବୋର୍ଡ (ଇସିବି) କେନ୍ଦ୍ରୀୟ ଚୁକ୍ତି ଭିତ୍ତିକ ଖେଳାଳି।

ଇଂଲଣ୍ଡ ମ୍ୟାନେଜମେଣ୍ଟର ଅନୁରୋଧ କ୍ରମେ ସ୍କାନ କରିବା ଲାଗି ସଲ୍ସ ସ୍ୱଦେଶ ଫେରିଛନ୍ତି। ଖବର ଅନୁସାରେ ସେ ଶୀଘ୍ର ସୁସ୍ଥ ହେବେ ଏବଂ ଚଳିତମାସ ପରବର୍ତ୍ତୀ ଭାଗରେ ଭାରତ ଫେରିବେ ବୋଲି ଉଭୟ ଆରିସିବି ଓ ସଲ୍ଟ ଆଶାବାଦୀ ରହିଛନ୍ତି।

ଚଳିତ ସିଜନରେ ସଲ୍ଟ ଆରମ୍ଭ ବେଶ୍‌ ପ୍ରଭାବୀ ଥିଲା। ସେ ଖେଳିଥିବା ୬ଟି ଇନିଂସରେ ୧୬୮.୩୩ ଷ୍ଟ୍ରାଇକ୍‌ ରେଟ୍‌ ସହ ୨୦୨ରନ ସଂଗ୍ରହ କରିଥିଲେ। ପଏଣ୍ଟ ଟେବୁଲରେ ଆରସିବି ବର୍ତ୍ତମାନ ପଞ୍ଜାବ କିଙ୍ଗ୍ସ ପଛକୁ ଦ୍ୱିତୀୟ ସ୍ଥାନରେ ରହିଛି। ଦଳ ଏହାର ପରବର୍ତ୍ତୀ ମ୍ୟାଚ ଗୁରୁବାର ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ବିପକ୍ଷରେ ଖେଳିବ।

Share
Tags: Phil Saltrcb