ନୂଆଦିଲ୍ଲୀ,୧୯।୮:ରିଲାଏନ୍ସ ଜିଓ ପ୍ରିପେଡ ଗ୍ରାହକମାନଙ୍କୁ ଏକ ବଡ଼ ଝଟକା ଦେଇଛି। ୨୪୯ ଟଙ୍କାର ପ୍ଲାନକୁ ବନ୍ଦ କରିଦେଇ କମ୍ପାନୀ। ମୁକେଶ ଅମ୍ବାନୀଙ୍କ ଟେଲିକମ କମ୍ପାନୀର ଏହି ନିଷ୍ପତ୍ତି ସେହି ଲୋକମାନଙ୍କୁ ପ୍ରଭାବିତ କରିବ, ଯେଉଁମାନଙ୍କର ଡାଟା ବ୍ୟବହାର କମ ଏବଂ ଯେଉଁମାନେ ଦୈନିକ ୧ ଜିବି ଡାଟା ପାଇଁ ୨୪୯ ଟଙ୍କାର ଏହି ସୁଲଭ ପ୍ଲାନ ଉପରେ ନିର୍ଭର କରୁଥିଲେ। ଜିଓ ୨୪୯ ପ୍ଲାନକୁ ଜିଓର ଅଫିସିଆଲ ସାଇଟ ଏବଂ ମାଇ ଜିଓ ଆପରୁ ହଟାଇ ଦିଆଯାଇଛି। କିଛି ସମୟ ଧରି, କମ୍ପାନୀ ଗ୍ରାହକମାନଙ୍କ ମଧ୍ୟରେ ଥିବା କିଛି ଲୋକପ୍ରିୟ ପ୍ଲାନକୁ ଧୀରେ ଧୀରେ ହଟାଇ ଦେଉଛି ଏବଂ କିଛି ପ୍ଲାନର ବଡ଼ ପରିବର୍ତ୍ତନ କରୁଛି, ଯାହା ଯୋଗୁ ୟୁଜର୍ସମାନଙ୍କୁ ଝଟକା ପରେ ଝଟ୍କା ମିଳୁଛି।
୨୪୯ ଟଙ୍କାର ପ୍ଲାନକୁ କମ୍ପାନୀର ଅଫିସିଆଲ ସାଇଟ ଏବଂ ମାଇ ଜିଓ ଆପରୁ ହଟାଇ ଦିଆଯାଇଥିଲେ ମଧ୍ୟ, ସୂତ୍ର ଅନୁସାରେ ଏହି ପ୍ଲାନକୁ କମ୍ପାନୀର ଷ୍ଟୋର ଏବଂ POS ରିଟେଲର ମାଧ୍ୟମରେ ଏବେ ବି ରିଚାର୍ଜ କରାଯାଇପାରିବ।
୨୪୯ ଟଙ୍କାର ଜିଓ ପ୍ରିପେଡ ପ୍ଲାନର ବୈଧତା ୨୮ ଦିନ ଥିଲା ଏବଂ କମ୍ପାନୀ ପ୍ରତିଦିନ ୧ ଜିବି ହାଇ ସ୍ପିଡ ଡାଟା, ଅସୀମିତ କଲିଂ ଏବଂ ୧୦୦ SMS ର ସୁବିଧା ପ୍ରଦାନ କରୁଥିଲା।
ରିଲାଏନ୍ସ ଜିଓ ପାଖରେ ବର୍ତ୍ତମାନ ୨୮ ଦିନର ବୈଧତା ଏବଂ ୧ ଜିବି ଦୈନିକ ଡାଟା ସହିତ କୌଣସି ପ୍ଲାନ ନାହିଁ। ଏବେ ୨୯ ଦିନର ବୈଧତା ସହିତ ୧୮୯ ଟଙ୍କାର ପ୍ଲାନ ଅଛି। କିନ୍ତୁ ଏହି ପ୍ଲାନ ମୋଟ ୨ ଜିବି ଡାଟା ପ୍ରଦାନ କରେ। ଅଧିକ ଡାଟା ଏବଂ ବୈଧତା ଚାହୁଁଥିଲେ ତେବେ ୨୪୯ ଟଙ୍କା ପରିବର୍ତ୍ତେ ୨୯୯ ଟଙ୍କାର ପ୍ଲାନ କିଣିହେବ। ଏହି ପ୍ଲାନ ପ୍ରତିଦିନ ୧.୫ ଜିବି ହାଇ ସ୍ପିଡ ଡାଟା, ଅସୀମିତ କଲିଂ ଏବଂ ଦୈନିକ ୧୦୦ SMS ପ୍ରଦାନ କରେ।
TRAI ତଥ୍ୟ ଅନୁଯାୟୀ, ଜୁନ ମାସରେ, Jio ନେଟୱାର୍କରେ ୧୯ ଲକ୍ଷ ନେଟ ୱାୟାରଲେସ ସବସ୍କ୍ରାଇବର ଯୋଡିଥିଲା। ୭୬୩,୪୮୨ ଉପଭୋକ୍ତା ଏୟାରଟେଲ ନେଟୱାର୍କ ବାଛିଥିଲେ। ଏହି ସମୟ ମଧ୍ୟରେ, VI ୨୧୭,୮୧୬ ଉପଭୋକ୍ତା ହରାଇଛି। BSNLର ଗ୍ରାହକ ସଂଖ୍ୟା ୩୦୫,୭୬୬ ହ୍ରାସ ପାଇଛି। ପ୍ରତି ମାସରେ, ହଜାର ହଜାର ଏବଂ ଲକ୍ଷ ନୂତନ ୟୁଜର୍ସ ରିଲାଏନ୍ସ ଜିଓ ନେଟୱାର୍କରେ ଯୋଡି ହେଉଛନ୍ତି।


