ଜିଓ ୟୁଜର୍ସଙ୍କୁ ବଡ଼ ଝଟ୍‌କା: ବନ୍ଦ ହୋଇଗଲା ସବୁଠୁ ଲୋକପ୍ରିୟ ପ୍ଲାନ୍‌

ନୂଆଦିଲ୍ଲୀ,୧୯।୮:ରିଲାଏନ୍ସ ଜିଓ ପ୍ରିପେଡ ଗ୍ରାହକମାନଙ୍କୁ ଏକ ବଡ଼ ଝଟକା ଦେଇଛି। ୨୪୯ ଟଙ୍କାର ପ୍ଲାନକୁ ବନ୍ଦ କରିଦେଇ କମ୍ପାନୀ। ମୁକେଶ ଅମ୍ବାନୀଙ୍କ ଟେଲିକମ କମ୍ପାନୀର ଏହି ନିଷ୍ପତ୍ତି ସେହି ଲୋକମାନଙ୍କୁ ପ୍ରଭାବିତ କରିବ, ଯେଉଁମାନଙ୍କର ଡାଟା ବ୍ୟବହାର କମ ଏବଂ ଯେଉଁମାନେ ଦୈନିକ ୧ ଜିବି ଡାଟା ପାଇଁ ୨୪୯ ଟଙ୍କାର ଏହି ସୁଲଭ ପ୍ଲାନ ଉପରେ ନିର୍ଭର କରୁଥିଲେ। ଜିଓ ୨୪୯ ପ୍ଲାନକୁ ଜିଓର ଅଫିସିଆଲ ସାଇଟ ଏବଂ ମାଇ ଜିଓ ଆପରୁ ହଟାଇ ଦିଆଯାଇଛି। କିଛି ସମୟ ଧରି, କମ୍ପାନୀ ଗ୍ରାହକମାନଙ୍କ ମଧ୍ୟରେ ଥିବା କିଛି ଲୋକପ୍ରିୟ ପ୍ଲାନକୁ ଧୀରେ ଧୀରେ ହଟାଇ ଦେଉଛି ଏବଂ କିଛି ପ୍ଲାନର ବଡ଼ ପରିବର୍ତ୍ତନ କରୁଛି, ଯାହା ଯୋଗୁ ୟୁଜର୍ସମାନଙ୍କୁ ଝଟକା ପରେ ଝଟ୍‌କା ମିଳୁଛି।

୨୪୯ ଟଙ୍କାର ପ୍ଲାନକୁ କମ୍ପାନୀର ଅଫିସିଆଲ ସାଇଟ ଏବଂ ମାଇ ଜିଓ ଆପରୁ ହଟାଇ ଦିଆଯାଇଥିଲେ ମଧ୍ୟ, ସୂତ୍ର ଅନୁସାରେ ଏହି ପ୍ଲାନକୁ କମ୍ପାନୀର ଷ୍ଟୋର ଏବଂ POS ରିଟେଲର ମାଧ୍ୟମରେ ଏବେ ବି ରିଚାର୍ଜ କରାଯାଇପାରିବ।

୨୪୯ ଟଙ୍କାର ଜିଓ ପ୍ରିପେଡ ପ୍ଲାନର ବୈଧତା ୨୮ ଦିନ ଥିଲା ଏବଂ କମ୍ପାନୀ ପ୍ରତିଦିନ ୧ ଜିବି ହାଇ ସ୍ପିଡ ଡାଟା, ଅସୀମିତ କଲିଂ ଏବଂ ୧୦୦ SMS ର ସୁବିଧା ପ୍ରଦାନ କରୁଥିଲା।

ରିଲାଏନ୍ସ ଜିଓ ପାଖରେ ବର୍ତ୍ତମାନ ୨୮ ଦିନର ବୈଧତା ଏବଂ ୧ ଜିବି ଦୈନିକ ଡାଟା ସହିତ କୌଣସି ପ୍ଲାନ ନାହିଁ। ଏବେ ୨୯ ଦିନର ବୈଧତା ସହିତ ୧୮୯ ଟଙ୍କାର ପ୍ଲାନ ଅଛି। କିନ୍ତୁ ଏହି ପ୍ଲାନ ମୋଟ ୨ ଜିବି ଡାଟା ପ୍ରଦାନ କରେ। ଅଧିକ ଡାଟା ଏବଂ ବୈଧତା ଚାହୁଁଥିଲେ ତେବେ ୨୪୯ ଟଙ୍କା ପରିବର୍ତ୍ତେ ୨୯୯ ଟଙ୍କାର ପ୍ଲାନ କିଣିହେବ। ଏହି ପ୍ଲାନ ପ୍ରତିଦିନ ୧.୫ ଜିବି ହାଇ ସ୍ପିଡ ଡାଟା, ଅସୀମିତ କଲିଂ ଏବଂ ଦୈନିକ ୧୦୦ SMS ପ୍ରଦାନ କରେ।

TRAI ତଥ୍ୟ ଅନୁଯାୟୀ, ଜୁନ ମାସରେ, Jio ନେଟୱାର୍କରେ ୧୯ ଲକ୍ଷ ନେଟ ୱାୟାରଲେସ ସବସ୍କ୍ରାଇବର ଯୋଡିଥିଲା। ୭୬୩,୪୮୨ ଉପଭୋକ୍ତା ଏୟାରଟେଲ ନେଟୱାର୍କ ବାଛିଥିଲେ। ଏହି ସମୟ ମଧ୍ୟରେ, VI ୨୧୭,୮୧୬ ଉପଭୋକ୍ତା ହରାଇଛି। BSNLର ଗ୍ରାହକ ସଂଖ୍ୟା ୩୦୫,୭୬୬ ହ୍ରାସ ପାଇଛି। ପ୍ରତି ମାସରେ, ହଜାର ହଜାର ଏବଂ ଲକ୍ଷ ନୂତନ ୟୁଜର୍ସ ରିଲାଏନ୍ସ ଜିଓ ନେଟୱାର୍କରେ ଯୋଡି ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?