ପୀତବାସ ପଣ୍ଡା ମର୍ଡରକୁ ନେଇ ବଡ଼ ଖୁଲାସା; ହତ୍ୟା ପଛରେ ବଡ଼ କାରଣ…

ବ୍ରହ୍ମପୁର,୨୩।୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ତଥା ଭାଜପା ନେତା ପୀତବାସ ପଣ୍ଡା ହତ୍ୟା ଘଟଣା ପଛରେ ରହିଛି ବଡ଼ ଷଡ଼ଯନ୍ତ୍ର। ୧୫ଦିନର ଖୋଳତାଡ଼ ପରେ ପୋଲିସ ବୁଧବାର ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍‌ସି)ର ପୂର୍ବତନ ମେୟର ଶିବ ଶଙ୍କର ଦାଶ(ପିଣ୍ଟୁ)ଙ୍କ ସମେତ ୧୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ରାଜନୈତିକ, ବ୍ୟବସାୟିକ ଓ ବ୍ୟକ୍ତିଗତ ଶତ୍ରୁତାରୁ ପୀତବାସଙ୍କୁ ହତ୍ୟା କରାଯାଇଛି ବୋଲି ବ୍ରହ୍ମପୁର ଏସ୍‌ପି ଡା.ସର୍ବଣା ବିବେକ ଏମ୍‌. ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ଘଟଣାରେ ବିଇଏମ୍‌ସିର ଜଣେ କର୍ପୋରେଟର, ଜଣେ ଆଇନଜୀବୀଙ୍କ ମଧ୍ୟ ସମ୍ପୃକ୍ତି ରହିଛି। ବିକ୍ରମ ଓ ପିଣ୍ଟୁ ମିଳିତ ଭାବେ ହତ୍ୟା ଷଡ଼ଯନ୍ତ୍ର କରିଥିବା ବେଳେ ଅନ୍ୟମାନେ ଏହାକୁ କାର୍ଯ୍ୟକାରୀ କରାଇଥିଲେ। ହତ୍ୟାକାଣ୍ଡ ପାଇଁ ଦୁଇ ନେତା ମଧ୍ୟସ୍ଥଙ୍କ ଜରିଆରେ ୫୦ଲକ୍ଷ ଟଙ୍କାର ଡିଲ୍‌ କରିଥିଲେ। ଶୁଟରମାନେ ଆଗୁଆ ୧୦ଲକ୍ଷ ଟଙ୍କା ନେଇଥିଲେ। ଅକ୍ଟୋବର ୬ ଘଟଣାଦିନ ଗୁଳିମାଡ଼ କରିଥିବା ଜଣେ ଶୁଟର ଓ ଅନ୍ୟ ୨ଜଣଙ୍କୁ ପୋଲିସ ଧରିବାରେ ସକ୍ଷମ ହୋଇନାହିଁ। ସେମାନଙ୍କୁ ଗିରଫ ପାଇଁ ଏକ ସ୍ବତନ୍ତ୍ର ଟିମ୍‌ ନିୟୋଜିତ ରହିଥିବା ଏସ୍‌ପି କହିଛନ୍ତି। ଅପରପକ୍ଷରେ ଏହି ଘଟଣାକୁ ନେଇ ଏବେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି। ରାଜନୈତିକ ଉଦ୍ଦେଶ୍ୟ ରଖି ପୂର୍ବତନ ବିଧାୟକ ବିକ୍ରମଙ୍କୁ ଗିରଫ କରାଯାଇଛି ବୋଲି ବିଜେଡି କହିଛି। ବିଜେଡିର ଅଭିଯୋଗକୁ ଖଣ୍ଡନ କରି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ପୂର୍ବତନ ବିଧାୟକଙ୍କ ଘଟଣାରେ ସମ୍ପୃକ୍ତି ନ ଥିଲେ ତାଙ୍କୁ ସଙ୍ଗେ ସଙ୍ଗେ ଜାମିନ ମିଳିଯିବ।

ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ତଥା ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ବୈକୁଣ୍ଠନଗରସ୍ଥିତ ତାଙ୍କ ବାସଭବନ ନିକଟରେ ଗତ ୬ତାରିଖ ରାତିରେ ଗୁଳି କରି ହତ୍ୟା କରାଯାଇଥିଲା। ମୋଟର ସାଇକେଲ୍‌ରେ ଆସିଥିବା ୨ଜଣ ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣେ ଅତି ନିକଟରୁ ପୀତବାସଙ୍କୁ ଗୁଳି କରି ଫେରାର ହୋଇଯାଇଥିଲେ। ତାଙ୍କୁ ତୁରନ୍ତ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଏମ୍‌କେସିଜି ହସ୍ପିଟାଲ୍‌କୁ ନିଆଯାଇଥିବାବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ଜଣେ ବରିଷ୍ଠ ଆଇନଜୀବୀଙ୍କୁ ହତ୍ୟା କରାଯିବା ଘଟଣା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। କୁମାରପୂର୍ଣ୍ଣିମା ରାତିରେ ସହରର ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ ଥିବା ସତ୍ତ୍ୱେ ଜଣେ ଆଇନଜୀବୀଙ୍କୁ ଗୁଳି କରି ହତ୍ୟା କରାଯିବା ଘଟଣା ସହରର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ୧୫ଦିନର ଖୋଳତାଡ଼ ମଧ୍ୟରେ ପୋଲିସ ପ୍ରାୟ ୧୦୦ଜଣଙ୍କୁ ପଚରାଉଚରା କରିଥିବାବେଳେ ୫୦୦ରୁ ଊର୍ଦ୍ଧ୍ୱ ସିସିଟିଭି ଫୁଟେଜକୁ ଯାଞ୍ଚ କରିଛି। ଏହି ହତ୍ୟା ଘଟଣାରେ ରାଜନୈତିକ, ବ୍ୟବସାୟିକ ଏବଂ ବ୍ୟକ୍ତିଗତ ଶତ୍ରୁତା ରହିଥିବା ପୋଲିସ ଜାଣିବାକୁ ପାଇଥିଲା। ଏପରି କି ପୀତବାସଙ୍କୁ ହତ୍ୟା ପାଇଁ ମାସକରୁ ଊର୍ଦ୍ଧ୍ୱ ସମୟ ଧରି ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା। ଏଥିପାଇଁ ବିଧିବଦ୍ଧ ଷଡ଼ଯନ୍ତ୍ର ହୋଇଥିଲା। ଏହି ଷଡ଼ଯନ୍ତ୍ରର ମାଷ୍ଟରମାଇଣ୍ଡ ତଥା ବ୍ରହ୍ମପୁର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ମେୟର ଶିବ ଶଙ୍କର ଦାଶ ଓରଫ ପିଣ୍ଟୁଙ୍କ ସମେତ ୧୨ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବ୍ରହ୍ମପୁର ଏସ୍‌ପି ଡା.ସର୍ବଣା ବିବେକ ଏମ୍‌. ବୁଧବାର ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।
ପୋଲିସ ସୂଚନା ଅନୁସାରେ, ଏହି ଘଟଣାରେ ବିଇଏମ୍‌ସିର ଜଣେ କର୍ପୋରେଟର, ଜଣେ ଆଇନଜୀବୀଙ୍କ ମଧ୍ୟ ସମ୍ପୃକ୍ତି ରହିଛି। ବିକ୍ରମ ଓ ପିଣ୍ଟୁ ମିଳିତ ଭାବେ ହତ୍ୟା ଷଡ଼ଯନ୍ତ୍ର କରିଥିବା ବେଳେ ଅନ୍ୟମାନେ ଏହାକୁ କାର୍ଯ୍ୟକାରୀ କରାଇଥିଲେ। ଅଭିଯୁକ୍ତ ପୂର୍ବତନ ବିଧାୟକ ବିକ୍ରମ(୫୧), ପୂର୍ବତନ ମେୟର ପିଣ୍ଟୁ (୪୯)ଙ୍କ ସମେତ ୪୧ ନଂ. ୱାଡର୍ର୍ କର୍ପୋରେଟର ମଳୟ ବିଷୋୟୀ (୫୮), ବିଜେଡି ନେତା ମଦନ ଦଳାଇ (୫୦), ଦିଗପହଣ୍ଡି ଥାନା ଅନ୍ତର୍ଗତ ବନ୍ଥପଲିର ଛାତ୍ରନେତା ଯୋଗୀ ରାଉତ (୨୫), ବନ୍ଥପଲିର କାଳୁଚରଣ ଭୂୟାଁ(୩୯), ଚିଣ୍ଟୁ ପ୍ରଧାନ (୨୫), ହିଞ୍ଜିଳିକାଟୁର ବିପିନ ସ୍ବାଇଁ (୩୫), ବଡ଼ଗଡ଼ ଥାନା ଅନ୍ତର୍ଗତ ହରିପ୍ରିୟାପୁର ଖଦାଳ ସାହିର ସୀମାଞ୍ଚଳ ନାଇକ (୩୦), ନୟାଗଡ଼ ଜିଲା ଚାନ୍ଦପୁରର ରାଜେନ୍ଦ୍ର ସାହୁ(୨୩), ବିହାର ରାଜ୍ୟ ସିସିପାଲର କୁମାର ପାସୱାନ (୨୫) ଓ କୁନ୍ଦନ କୁମାର (୨୨)ଙ୍କୁ ଗିରଫ କରାଯାଇଛି। ବୈଦ୍ୟନାଥପୁର ଥାନା ମାମଲା ନଂ. ୫୧୮/୨୫ରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଆବଶ୍ୟକ ପଡ଼ିଲେ ସେମାନଙ୍କୁ ରିମାଣ୍ଡରେ ଆଣି ଜେରା କରାଯିବ ବୋଲି ଏସ୍‌ପି କହିଛନ୍ତି। ପୋଲିସ ୨ଟି ବନ୍ଧୁକ, ୫ ମୋବାଇଲ ଫୋନ୍‌ ଜବତ କରିଛି। ଅଭିଯୁକ୍ତ ସୁଦର୍ଶନ ଜେନା, କୁରୁପତି ଭୂୟାଁ ଓ ଉମା ବିଷୋୟୀ ଏବେ ବି ଫେରାର ଥିବା ଏସ୍‌ପି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଆଇ ପ୍ରସ୍ତୁତ ମୋଦିଙ୍କ ଆପତ୍ତିଜନକ ଫଟୋ ଶେୟାର କରିଥିବା ଯୁବକ ଗିରଫ

ନୂଆଦିଲ୍ଲୀ,୨୧ା୩: ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ) ସହାୟତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆପତ୍ତିଜନକ ଫଟୋ ପ୍ରସ୍ତୁତ କରି ସୋସିଆଲ୍‌ ମିଡିଆରେ ଶେୟାର କରିଥିବା ଅଭିଯୋଗରେ ବିହାରର ସିଦ୍ଧନାଥ କୁମାରଙ୍କୁ…

ସୁନାଖଳା ପାହାଡ଼ରେ ବାଘ ଆତଙ୍କ, ଲୋକେ ଭୟଭୀତ

ପାତ୍ରପୁର୨୧।୩(ଉମାଚରଣ ନେପାକ): ଗଞ୍ଜାମ ଜିଲା ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଲଙ୍କା-ସୁନାଖଳା ପାହାଡ଼ ନିକଟରେ ଶନିବାର ସନ୍ଧ୍ୟାରେ ଏକ କଲରାପତିରିଆ ବାଘ ବସିଥିବା ସ୍ଥାନୀୟ ଲୋକେ ଦେଖିଥିବା ଚର୍ଚ୍ଚା…

ବିଜେଡି ଛାଡ଼ିଲେ ବସ୍ତା ବ୍ଲକ ସଭାପତି ଅନିଲ ମହାନ୍ତି, କହିଲେ ଏହି ବଡ଼ କାରଣ…

ବାଲେଶ୍ୱର, ୨୧।୩(ବାଞ୍ଛାନିଧି ଦେ): ବିଜେଡି ଛାଡ଼ିଲେ ବାଲେଶ୍ୱର ଜିଲା ବସ୍ତା ବ୍ଲକ ସଭାପତି ଅନିଲ କୁମାର ମହାନ୍ତି l ସେ ଶନିବାର ଦଳର ପ୍ରାଥମିକ ସଦସ୍ୟ ପଦରୁ…

ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେଇଥିଲେ ସ୍ବାମୀ, ଅଦାଲତ ଶୁଣାଇଲେ ଏମିତି ରାୟ

ଥୁଆମୂଳ ରାମପୁର,୨୧ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଓ ଦୌରା ଜଜ୍‌ ଅଦାଲତ ଏକ ସମ୍ବେଦନଶୀଳ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।…

ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ଛାତରୁ ଡେଇଁ ପଡ଼ିଲେ ସ୍ତ୍ରୀ, ଆଉ ତା’ପରେ…

କଣ୍ଟାବାଞ୍ଜି,୨୧।୩: ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା କପିଳାଭଟା ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ସ୍ତ୍ରୀ ଛାତରୁ ଡେଇଁ…

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଜଙ୍ଗଲରେ ବିସ୍ଫୋରକ ଖଞ୍ଜିଥିଲେ ମାଓବାଦୀ, ବଡ଼ ଅଘଟଣ ଘଟିବା ପୂର୍ବରୁ…

ବାଲିଗୁଡ଼ା,୨୧ା୩(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର କନ୍ଧମାଳ ଜିଲାରେ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଉଥିବା ବେଳେ ଏକ ବଡ଼ଧରଣର ଅଘଟଣରୁ ବର୍ତ୍ତିଯାଇଛନ୍ତି ସୁରକ୍ଷାକର୍ମୀ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଜଙ୍ଗଲରେ…

ସାକ୍ଷୀଗୋପାଳଙ୍କୁ ଦର୍ଶନ କରି ଟଳି ପଡ଼ିଲେ ବୃଦ୍ଧା

ସାକ୍ଷୀଗୋପାଳ,୨୧ା୩(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଶନିବାର ସନ୍ଧ୍ୟାରେ ଶ୍ରୀ ସାକ୍ଷୀଗୋପାଳଙ୍କୁ ଦର୍ଶନ କରିବା ପରେ ଜଣେ ବୃଦ୍ଧା ତୀର୍ଥଯାତ୍ରୀ ହଠାତ୍‌ ଟଳି ପଡ଼ିଥିଲେ। ତାଙ୍କ ସହିତ ରହିଥିବା…

କାମାକ୍ଷାନଗର କଲେଜ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିଲା ପୋଲିସ, ଓଗାଳିଲେ ସବୁ ସତ

କାମାକ୍ଷାନଗର,୨୧ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ବହୁ ଚର୍ଚ୍ଚିତ କଲେଜ ଛାତ୍ରୀ ବଳାତ୍କାର ଓ ହତ୍ୟା ଘଟିବାର ତିନିଦିନ ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri