ପୀତବାସ ପଣ୍ଡା ମର୍ଡରକୁ ନେଇ ବଡ଼ ଖୁଲାସା; ହତ୍ୟା ପଛରେ ବଡ଼ କାରଣ…

ବ୍ରହ୍ମପୁର,୨୩।୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ତଥା ଭାଜପା ନେତା ପୀତବାସ ପଣ୍ଡା ହତ୍ୟା ଘଟଣା ପଛରେ ରହିଛି ବଡ଼ ଷଡ଼ଯନ୍ତ୍ର। ୧୫ଦିନର ଖୋଳତାଡ଼ ପରେ ପୋଲିସ ବୁଧବାର ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍‌ସି)ର ପୂର୍ବତନ ମେୟର ଶିବ ଶଙ୍କର ଦାଶ(ପିଣ୍ଟୁ)ଙ୍କ ସମେତ ୧୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ରାଜନୈତିକ, ବ୍ୟବସାୟିକ ଓ ବ୍ୟକ୍ତିଗତ ଶତ୍ରୁତାରୁ ପୀତବାସଙ୍କୁ ହତ୍ୟା କରାଯାଇଛି ବୋଲି ବ୍ରହ୍ମପୁର ଏସ୍‌ପି ଡା.ସର୍ବଣା ବିବେକ ଏମ୍‌. ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ଘଟଣାରେ ବିଇଏମ୍‌ସିର ଜଣେ କର୍ପୋରେଟର, ଜଣେ ଆଇନଜୀବୀଙ୍କ ମଧ୍ୟ ସମ୍ପୃକ୍ତି ରହିଛି। ବିକ୍ରମ ଓ ପିଣ୍ଟୁ ମିଳିତ ଭାବେ ହତ୍ୟା ଷଡ଼ଯନ୍ତ୍ର କରିଥିବା ବେଳେ ଅନ୍ୟମାନେ ଏହାକୁ କାର୍ଯ୍ୟକାରୀ କରାଇଥିଲେ। ହତ୍ୟାକାଣ୍ଡ ପାଇଁ ଦୁଇ ନେତା ମଧ୍ୟସ୍ଥଙ୍କ ଜରିଆରେ ୫୦ଲକ୍ଷ ଟଙ୍କାର ଡିଲ୍‌ କରିଥିଲେ। ଶୁଟରମାନେ ଆଗୁଆ ୧୦ଲକ୍ଷ ଟଙ୍କା ନେଇଥିଲେ। ଅକ୍ଟୋବର ୬ ଘଟଣାଦିନ ଗୁଳିମାଡ଼ କରିଥିବା ଜଣେ ଶୁଟର ଓ ଅନ୍ୟ ୨ଜଣଙ୍କୁ ପୋଲିସ ଧରିବାରେ ସକ୍ଷମ ହୋଇନାହିଁ। ସେମାନଙ୍କୁ ଗିରଫ ପାଇଁ ଏକ ସ୍ବତନ୍ତ୍ର ଟିମ୍‌ ନିୟୋଜିତ ରହିଥିବା ଏସ୍‌ପି କହିଛନ୍ତି। ଅପରପକ୍ଷରେ ଏହି ଘଟଣାକୁ ନେଇ ଏବେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି। ରାଜନୈତିକ ଉଦ୍ଦେଶ୍ୟ ରଖି ପୂର୍ବତନ ବିଧାୟକ ବିକ୍ରମଙ୍କୁ ଗିରଫ କରାଯାଇଛି ବୋଲି ବିଜେଡି କହିଛି। ବିଜେଡିର ଅଭିଯୋଗକୁ ଖଣ୍ଡନ କରି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ପୂର୍ବତନ ବିଧାୟକଙ୍କ ଘଟଣାରେ ସମ୍ପୃକ୍ତି ନ ଥିଲେ ତାଙ୍କୁ ସଙ୍ଗେ ସଙ୍ଗେ ଜାମିନ ମିଳିଯିବ।

ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ତଥା ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ବୈକୁଣ୍ଠନଗରସ୍ଥିତ ତାଙ୍କ ବାସଭବନ ନିକଟରେ ଗତ ୬ତାରିଖ ରାତିରେ ଗୁଳି କରି ହତ୍ୟା କରାଯାଇଥିଲା। ମୋଟର ସାଇକେଲ୍‌ରେ ଆସିଥିବା ୨ଜଣ ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣେ ଅତି ନିକଟରୁ ପୀତବାସଙ୍କୁ ଗୁଳି କରି ଫେରାର ହୋଇଯାଇଥିଲେ। ତାଙ୍କୁ ତୁରନ୍ତ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଏମ୍‌କେସିଜି ହସ୍ପିଟାଲ୍‌କୁ ନିଆଯାଇଥିବାବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ଜଣେ ବରିଷ୍ଠ ଆଇନଜୀବୀଙ୍କୁ ହତ୍ୟା କରାଯିବା ଘଟଣା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। କୁମାରପୂର୍ଣ୍ଣିମା ରାତିରେ ସହରର ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ ଥିବା ସତ୍ତ୍ୱେ ଜଣେ ଆଇନଜୀବୀଙ୍କୁ ଗୁଳି କରି ହତ୍ୟା କରାଯିବା ଘଟଣା ସହରର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ୧୫ଦିନର ଖୋଳତାଡ଼ ମଧ୍ୟରେ ପୋଲିସ ପ୍ରାୟ ୧୦୦ଜଣଙ୍କୁ ପଚରାଉଚରା କରିଥିବାବେଳେ ୫୦୦ରୁ ଊର୍ଦ୍ଧ୍ୱ ସିସିଟିଭି ଫୁଟେଜକୁ ଯାଞ୍ଚ କରିଛି। ଏହି ହତ୍ୟା ଘଟଣାରେ ରାଜନୈତିକ, ବ୍ୟବସାୟିକ ଏବଂ ବ୍ୟକ୍ତିଗତ ଶତ୍ରୁତା ରହିଥିବା ପୋଲିସ ଜାଣିବାକୁ ପାଇଥିଲା। ଏପରି କି ପୀତବାସଙ୍କୁ ହତ୍ୟା ପାଇଁ ମାସକରୁ ଊର୍ଦ୍ଧ୍ୱ ସମୟ ଧରି ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା। ଏଥିପାଇଁ ବିଧିବଦ୍ଧ ଷଡ଼ଯନ୍ତ୍ର ହୋଇଥିଲା। ଏହି ଷଡ଼ଯନ୍ତ୍ରର ମାଷ୍ଟରମାଇଣ୍ଡ ତଥା ବ୍ରହ୍ମପୁର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ମେୟର ଶିବ ଶଙ୍କର ଦାଶ ଓରଫ ପିଣ୍ଟୁଙ୍କ ସମେତ ୧୨ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବ୍ରହ୍ମପୁର ଏସ୍‌ପି ଡା.ସର୍ବଣା ବିବେକ ଏମ୍‌. ବୁଧବାର ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।
ପୋଲିସ ସୂଚନା ଅନୁସାରେ, ଏହି ଘଟଣାରେ ବିଇଏମ୍‌ସିର ଜଣେ କର୍ପୋରେଟର, ଜଣେ ଆଇନଜୀବୀଙ୍କ ମଧ୍ୟ ସମ୍ପୃକ୍ତି ରହିଛି। ବିକ୍ରମ ଓ ପିଣ୍ଟୁ ମିଳିତ ଭାବେ ହତ୍ୟା ଷଡ଼ଯନ୍ତ୍ର କରିଥିବା ବେଳେ ଅନ୍ୟମାନେ ଏହାକୁ କାର୍ଯ୍ୟକାରୀ କରାଇଥିଲେ। ଅଭିଯୁକ୍ତ ପୂର୍ବତନ ବିଧାୟକ ବିକ୍ରମ(୫୧), ପୂର୍ବତନ ମେୟର ପିଣ୍ଟୁ (୪୯)ଙ୍କ ସମେତ ୪୧ ନଂ. ୱାଡର୍ର୍ କର୍ପୋରେଟର ମଳୟ ବିଷୋୟୀ (୫୮), ବିଜେଡି ନେତା ମଦନ ଦଳାଇ (୫୦), ଦିଗପହଣ୍ଡି ଥାନା ଅନ୍ତର୍ଗତ ବନ୍ଥପଲିର ଛାତ୍ରନେତା ଯୋଗୀ ରାଉତ (୨୫), ବନ୍ଥପଲିର କାଳୁଚରଣ ଭୂୟାଁ(୩୯), ଚିଣ୍ଟୁ ପ୍ରଧାନ (୨୫), ହିଞ୍ଜିଳିକାଟୁର ବିପିନ ସ୍ବାଇଁ (୩୫), ବଡ଼ଗଡ଼ ଥାନା ଅନ୍ତର୍ଗତ ହରିପ୍ରିୟାପୁର ଖଦାଳ ସାହିର ସୀମାଞ୍ଚଳ ନାଇକ (୩୦), ନୟାଗଡ଼ ଜିଲା ଚାନ୍ଦପୁରର ରାଜେନ୍ଦ୍ର ସାହୁ(୨୩), ବିହାର ରାଜ୍ୟ ସିସିପାଲର କୁମାର ପାସୱାନ (୨୫) ଓ କୁନ୍ଦନ କୁମାର (୨୨)ଙ୍କୁ ଗିରଫ କରାଯାଇଛି। ବୈଦ୍ୟନାଥପୁର ଥାନା ମାମଲା ନଂ. ୫୧୮/୨୫ରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଆବଶ୍ୟକ ପଡ଼ିଲେ ସେମାନଙ୍କୁ ରିମାଣ୍ଡରେ ଆଣି ଜେରା କରାଯିବ ବୋଲି ଏସ୍‌ପି କହିଛନ୍ତି। ପୋଲିସ ୨ଟି ବନ୍ଧୁକ, ୫ ମୋବାଇଲ ଫୋନ୍‌ ଜବତ କରିଛି। ଅଭିଯୁକ୍ତ ସୁଦର୍ଶନ ଜେନା, କୁରୁପତି ଭୂୟାଁ ଓ ଉମା ବିଷୋୟୀ ଏବେ ବି ଫେରାର ଥିବା ଏସ୍‌ପି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ ପାଇଁ ତତ୍ପର:  ଚିକିତ୍ସା ପାଇଁ ଅନ୍ୟତ୍ର ଯିବାକୁ…

ଦାରିଙ୍ଗବାଡି,୬।୧୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସର ମଧ୍ୟରେ ଶନିବାର ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା ଓ ପ୍ରାଥମିକ...

ବିମାନ କର୍ମଚାରୀଙ୍କ ଖୋଲାଚିଠି ଭାଇରାଲ, ଏଥିରେ ଲେଖାଅଛି…

ନୂୂଆଦିଲ୍ଲୀ,୬ା୧୨: ଦେଶର ଅନେକ ବିମାନବନ୍ଦରରେ ବହୁ ବିମାନ ବାତିଲ ହେବା ପରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ସାଧାରଣ ଯାତ୍ରୀଙ୍କଠାରୁ ଆରମ୍ଭ କରି କର୍ମଚାରୀମାନେ ଅସନ୍ତୋଷ...

ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ: ଆନ୍ଧ୍ର -ଓଡିଶା ମଧ୍ୟରେ ବାଣିଜ୍ୟ ସଂପର୍କକ….

ପାରଳାଖେମୁଣ୍ଡି,୬ା୧୨(ଗିରିଧାରୀ ପରିଚ୍ଛା): ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ। ଗୁପ୍ତ ବୃନ୍ଦାବନ ରୂପେ ପରିଚିତ ଲିହୁରି ଗୋପୀନାଥ ମନ୍ଦିରକୁ ଯାତାୟାତ କରିବା ଏଣିକି ଓଡିଶାବାସୀଙ୍କ...

ପ୍ରେମିକାଙ୍କ ପାଇଁ ଗଳା କାଟିଦେଲେ ପ୍ରେମିକ, ଆଉ ତା’ ପରେ…

ଜି.ଉଦୟଗିରି,୬ା୧୨(ଚିନ୍ମୟ କୁମାର ସେଠୀ): କଳିଙ୍ଗା ପଞ୍ଚାୟତର ଡୁଗୁଡ଼ିପାରୀ ଗ୍ରାମରେ ଶନିବାର ସକାଳେ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବା ଦେଖିବାକୁ ମିଳିଛି। ପ୍ରେମିକାଙ୍କ ନିଜ ଘରକୁ...

୨୩ରୁ ଭଞ୍ଜନଗରରେ ଖୋଲିବ ଧାନ ମଣ୍ଡି: ୨୪ ଘଣ୍ଟିଆ ନଜର ରଖିବ…

ଭଞ୍ଜନଗର,୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ଆସନ୍ତା ୨୩ ତାରିଖରୁ ମଣ୍ଡିରେ ଧାନ ସଂଗ୍ରହ ହେବ। ତେଣୁ ଏହା ପୂର୍ବରୁ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ...

ଅସମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ଉଦ୍ୟାନ କୃଷି କୋଠା, ସବୁ ଜାଣି ପ୍ରଶାସନ ଚୁପ୍‌

ଥୁଆମୂଳ ରାମପୁର,୬ା୧୨(ଦୁର୍ଗା କୀର୍ତ୍ତି): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ବିଭିନ୍ନ ଯୋଜନା ମଧ୍ୟରେ ଉଦ୍ୟାନ କୃଷି ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଉଦ୍ୟାନ...

ବିଜେଡିକୁ ଶକ୍ତ ଝଟ୍‌କା: ଭାଜପାରେ ଯୋଗଦେଲେ ପ୍ରଫୁଲଙ୍କ ଦୁଇ ପୁଅ

ଭୁବନେଶ୍ୱର/ଭଦ୍ରକ,୬।୧୨(ସନାତନ ରାଉତ): ଭଦ୍ରକ ବିଜେଡି କନ୍ଦଳ ନେଇ ରାଜନୀତି ସରଗରମ ଥିବାବେଳେ ଶେଷରେ ବିଜେଡିକୁ ଶକ୍ତ ଝଟ୍‌କା । ଭାଜପାରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ୨...

ଚୁଲି ଜାଳି ନିଆଁ ପୁଇଁ ହେଉଥିଲେ ମହିଳା, ଶାଢ଼ିରେ ଲାଗିଗଲା ନିଆଁ, ଆଉ ତା’ ପରେ…

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): ଚୁଲିନିଆଁରେ ପୋଡ଼ି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା କରଗୋଳା ଗାଁରେ ଘଟିଛି ଏଭଳି ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri