Categories: ଜାତୀୟ

ରାଘବ ଚଢାଙ୍କୁ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୧୮।୯: ଗୁଜରାଟ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଜୋରଦାର ପ୍ରସ୍ତୁତି କରୁଥିବା ଆମ ଆଦମୀ ପାର୍ଟି(ଏଏପି) ଏକ ବଡ ପଦକ୍ଷେପ ନେଇଛି। ନିର୍ବାଚନ ପାଇଁ ଏଏପି ରାଘବ ଚଢାଙ୍କୁ ଦଳର ସହ ପ୍ରଭାରୀ ଦାୟିତ୍ୱରେ ନିଯୁକ୍ତ କରିଛି। ଏହି ଦାୟିତ୍ୱ ପୂରଣ କରିବା ପାଇଁ ସେ ନିଜ ଜୀବନକୁ ବାଜି ଲଗାଇଦେବେ ବୋଲି ସେ କହିଛନ୍ତି।
ପଞ୍ଜାବର ବିଧାନସଭା ନିର୍ବାଚନରେ ଦଳର ନେତା ତଥା ରାଜ୍ୟ ସଭା ଏମ୍‌ପି ରାଘବ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ପଞ୍ଜାବରେ ଆମ ଆଦମୀ ପାର୍ଟି ଏକ ବୃହତ ବିଜୟ ହାସଲ କରିଥିଲା। ପଞ୍ଜାବରେ ଏଏପି ବିଧାନସଭାରେ ୧୧୭ଟି ଆସନ ମଧ୍ୟରୁ ୯୨ଟି ଆସନ ଜିତିଥିଲା। ଏହା ପରେ ଏଏପି ରାଘବ ଚଢାଙ୍କୁ ରାଜ୍ୟ ସଭାକୁ ପଠାଇଥିଲା।

Share