Categories: ଖେଳ

ଟି-୨୦ ବିଶ୍ୱକପ୍‌ ପୂର୍ବରୁ ବଡ ଭବିଷ୍ୟବାଣୀ

ଲଣ୍ଡନ,୧୮।୮: ଆଇସିସି ଟି -୨୦ ବିଶ୍ୱକପ ୨୦୨୧ରେ ବହୁତ କମ ସମୟ ବାକି ଅଛି। ଅକ୍ଟୋବର ୧୭ରୁ ୟୁଏଇ ମାଟିରେ ଟି -୨୦ ବିଶ୍ୱକପ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ମଧ୍ୟ ଅନେକ ଦଳ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଅନେକ ଦେଶର କ୍ରିକେଟ ବିଶେଷଜ୍ଞ ଟି -୨୦ ବିଶ୍ୱକପ ବିଷୟରେ ପୂର୍ବାନୁମାନ କରୁଛନ୍ତି। ଭାରତୀୟ ଉଇକେଟ କିପର ବ୍ୟାଟ୍ସମ୍ୟାନ ଦୀନେଶ କାର୍ତ୍ତିକ ଆଜିକାଲି ଇଂଲଣ୍ଡରେ କମେଣ୍ଟ୍ରି କରୁଛନ୍ତି। ଏହି ସମୟ ମଧ୍ୟରେ ସେ ଟି -୨୦ ବିଶ୍ୱକପ୍‌ର ଫାଇନାଲ ବିଷୟରେ ପୂର୍ବାନୁମାନ କରିଛନ୍ତି। ଟି -୨୦ ବିଶ୍ୱକପ ୨୦୨୧ର ଫାଇନାଲ କେଉଁ ୨ ଦଳ ମଧ୍ୟରେ ହେବ ସେ କହିଛନ୍ତି। ଦୀନେଶ  ଏକ ଶୋ’ରେ ଇଂଲଣ୍ଡର ପୂର୍ବତନ ମହିଳା କ୍ରିକେଟର ଇସା ଗୁହା ଏବଂ ୱେଷ୍ଟଇଣ୍ଡିଜର ପୂର୍ବତନ ଅଧିନାୟକ ଡାରେନ ସାମିଙ୍କ ସହ କଥାବାର୍ତ୍ତା କରିଥିଲେ। ଦୀନେଶ  କହିଛନ୍ତି ଯେ ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଟି -୨୦ ବିଶ୍ୱକପର ଫାଇନାଲ ମ୍ୟାଚ୍‌ ହୋଇପାରେ।
କାର୍ତ୍ତିକ କହିଛନ୍ତି, ମୁଁ ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଫାଇନାଲ ଦେଖିବାକୁ ପସନ୍ଦ କରିବି।  ୱେଷ୍ଟଇଣ୍ଡିଜ ନିଶ୍ଚିତ ଭାବରେ ଭାରତ ପରେ ମୋର ଦ୍ୱିତୀୟ ପ୍ରିୟ ଦଳ ହେବ।  ସେମାନେ ଏହି ଫର୍ମାଟରେ ଭଲ ଖେଳନ୍ତି।  ସୂଚନାଯୋଗ୍ୟ , ଦୀନେଶ  କିଛି ଦିନ ପୂର୍ବରୁ ଗୌରବ କପୁରଙ୍କୁ ଦେଇଥିବା ଏକ ସାକ୍ଷାତକାରରେ ଭାରତ ପାଇଁ ଟି -୨୦ ବିଶ୍ୱକପ ୨୦୨୧ ଖେଳିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଯଦିଓ ଏହା ଘଟିବା କଷ୍ଟକର ମନେହୁଏ, କାରଣ କାର୍ତ୍ତିକ ଫେବୃଆରୀ ୨୦୧୯ରେ ତାଙ୍କର ଶେଷ ଟି -୨୦ ମ୍ୟାଚ ଖେଳିଥିଲେ।

 

Share