Categories: ଖେଳ

କୋହଲିଙ୍କୁ ନେଇ ବଡ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟର୍‌ ବିରାଟ କୋହଲିଙ୍କ ପାଇଁ ଗତ କିଛି ବର୍ଷ ହେବ ଭଲ ଚାଲି ନାହିଁ। ୨୦୧୯ଠାରୁ ବିରାଟ ଏକ ଶତକ ସ୍କୋର କରିବାରେ ସକ୍ଷମ ହୋଇନାହାଁନ୍ତି। ଏହା ବ୍ୟତୀତ ସମସ୍ତ ତିନୋଟି ଫର୍ମାଟର ଅଧିନାୟକତ୍ୱ ବିରାଟଙ୍କ ହାତରୁ ଚାଲିଯାଇଛି। ଏବେ କ୍ରିକେଟ ପ୍ରଶଂସକ ବିରାଟଙ୍କ ୭୧ତମ ଶତକକୁ ଅପେକ୍ଷା କରିଛନ୍ତ। ଏହି ସମୟରେ, ବିରାଟଙ୍କ ପିଲାଦିନର କୋଚ ରାଜ କୁମାର ଶର୍ମା ତାଙ୍କୁ ନେଇ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି।
ରାଜ କୁମାର ମଙ୍ଗଳବାର କହିଛନ୍ତି, କୋହଲି ଏବେ ଭଲ ମାନସିକ ସ୍ଥିତିରେ ଅଛନ୍ତି। ଖୁବ୍‌ଶୀଘ୍ର ସେ ଶତକ ହାସଲ କରିବେ। କୋହଲି ନିୟମିତ ବ୍ୟବଧାନରେ ଭଲ ଆରମ୍ଭ କରି ଅର୍ଦ୍ଧଶତକ ହାସଲ କରିଛନ୍ତି କିନ୍ତୁ ଦୁଇ ବର୍ଷରୁ ଅଧିକ ସମୟ ଧରି ଶତକ ହାସଲ କରିପାରି ନାହାଁନ୍ତି। ମୁଁ ଭାବୁଛି ଯେଉଁମାନେ ତାଙ୍କ ଫର୍ମ ଉପରେ ପ୍ରଶ୍ନ କରୁଛନ୍ତି ସେମାନେ ତାଙ୍କ ଅତୀତ ସ୍କୋର ଦେଖିବା ଉଚିତ୍‌। ସେ ୭୦ ଶତକ ହାସଲ କରିଛନ୍ତି। ସତ କହିବାକୁ ଗଲେ ସେ ଭଲ ଖେଳୁଛନ୍ତି ଏବଂ ଖୁବ ଶୀଘ୍ର ଏକ ବଡ଼ ଇନିଂସ ଖେଳିବେ। ସେ ଏବେ ବହୁତ ସକାରାତ୍ମକ ଅଛନ୍ତି। ତେଣୁ ଆମେ ଖୁବ ଶୀଘ୍ର ତାଙ୍କଠାରୁ ଏକ ବଡ଼ ଇନିଂସ ଦେଖିବାକୁ ପାଇବୁ ବୋଲି ସେ କହିଛନ୍ତି। ରାଜ କୁମାର ମଧ୍ୟ ଦିଲ୍ଲୀ ଦଳର କୋଚ। ଏବେ ସେ ରଣଜୀ ଟ୍ରଫି ଦଳ ସହ ଗୁଆହାଟୀରେ ଅଛନ୍ତି।

Share