ବିଜେଡିକୁ ନେଇ ଆସିଲା ବଡ଼ ଖବର, ରାଜନୀତିରେ ଚହଳ

ଭୁବନେଶ୍ୱର, ୧୨।୧୦ (ସୁନିତ୍‌ ମିଶ୍ର): ୨୦୨୬ ଏପ୍ରିଲରେ ଓଡିଶାରୁ ୪ ରାଜ୍ୟ ସଭା ଆସନ ଖାଲି ହେବ। ରାଜ୍ୟ ସଭା ସଦସ୍ୟ ମୁଜିବୁଲ୍ଲା ଖାନ(ମୁନା), ନିରଞ୍ଜନ ବିଶି, ସୁଜିତ କୁମାର ଓ ମମତା ମହନ୍ତଙ୍କ କାର୍ଯ୍ୟକାଳ ସରିବାକୁ ଯାଉଛି। ତେଣୁ ଏହି ୪ ଆସନ ପାଇଁ ନିର୍ବାଚନ ରୋଚକପୂର୍ଣ୍ଣ ହେବ ବୋଲି ଯାହା ଆକଳନ କରାଯାଉଥିଲା ସେହି ଅଙ୍କରେ ଶୁକ୍ରବାର ପରିବର୍ତ୍ତନ ହୋଇଯାଇଛି। ଖାଲି ହେବାକୁ ଥିବା ଏହି ୪ ଆସନର ନିର୍ବାଚନକୁ ନେଇ ଗତ ଜୁଲାଇ ୧୧ ତାରିଖରେ ଧରିତ୍ରୀରେ ‘ନବୀନ ବିକିବେ ନା ନେତା ଚେତିବେ’ ସମ୍ପର୍କିତ ଏକ ଖବର ପ୍ରକାଶ ପାଇଥିଲା। ସେହି ଖବରରେ ମୁଖ୍ୟତଃ ଖାଲି ହେବାକୁ ଥିବା ରାଜ୍ୟ ସଭାର ଚାରୋଟି ଆସନ ମଧ୍ୟରୁ ୪ର୍ଥ ସିଟ୍‌କୁ ନେଇ ରାଜନୀତି ରୋଚକପୂର୍ଣ୍ଣ ହେବ ବୋଲି ଉଲ୍ଲେଖ କରାଯାଇଥିଲା। ରାଜ୍ୟ ସଭା ଭୋଟିଂର ଗଣିତକୁ ମଧ୍ୟ ଅତି ସରଳ ଭାବରେ ସେହି ଖବରରେ ବୁଝାଇ ଦିଆଯାଇଥିଲା। ଆସନ୍ତା ରାଜ୍ୟ ସଭା ନିର୍ବାଚନରେ ୪ର୍ଥ ଆସନ ଲାଗି ଉଭୟ ବିଜେଡି ଏବଂ ଭାଜପା ପାଖରେ ସମାନ ସଂଖ୍ୟକ ଭୋଟ ରହିବ ବୋଲି ଆଶା କରାଯାଉଥିଲା। ହେଲେ ନୂଆପଡା ବିଧାୟକ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ବିଜେଡିର ଗୋଟିଏ ସଂଖ୍ୟା ଖସିଯାଇଛି। ଉପନିର୍ବାଚନ ଫଳ ବାହାରିବା ପରେ ହିଁ ବିଜେଡି ତା’ର ପୂରୁଣା ସଂଖ୍ୟା ରଖିପାରିଲା କି ନାହିଁ ଜଣାପଡିଯିବ। ହେଲେ ଶନିବାର ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ଭାଜପାରେ ମିଶିଯିବା ପରେ ବିଜେଡି ତା’ର ପୂର୍ବ ସଂଖ୍ୟା ରଖିବାକୁ ଚାହୁଁ ନ ଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଗତ ମାସ ୭ରୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନୂଆଦିଲ୍ଲୀ ଗସ୍ତରେ ଯାଇ ଶୁକ୍ରବାର(ଗତକାଲି) ଫେରିଛନ୍ତି। ଜୟ ଗତ ଗୁରୁବାର ନୂଆଦିଲ୍ଲୀ ଗସ୍ତରେ ଯାଇ ଶନିବାର ଫେରିବା ପରେ ଭାଜପାରେ ଯୋଗ ଦେଇଛନ୍ତି। ଏହା ଭିତରେ ରାଜ୍ୟ ସଭା ଆସନକୁ ନେଇ ବିଜେଡି ଏବଂ ଭାଜପାର କେନ୍ଦ୍ରୀୟ ନେତାଙ୍କ ଭିତରେ ବୁଝାମଣା ହୋଇଗଲା ବୋଲି କେନ୍ଦ୍ରୀୟ ଗୋଇନ୍ଦା ବିଭାଗର ଜଣେ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି।

ସୂଚନାଯୋଗ୍ୟ, ବର୍ତ୍ତମାନ ବିଧାନସଭାରେ ଭାଜପା ପାଖରେ ୭୮ ବିଧାୟକ ରହିଛନ୍ତି। ୩ ଜଣ ସ୍ବାଧୀନ ବିଧାୟକ ଭାଜପାକୁ ସମର୍ଥନ ଦେଇ ଶାସକ ଦଳ ସାଙ୍ଗରେ ଅଛନ୍ତି। ଏହିପରି ବିଧାନସଭାରେ ଭାଜପା ସଂଖ୍ୟା ୮୧ ରହିଛି। ବିଜେଡିର ୫୧ ବିଧାୟକ ଗତ ନିର୍ବାଚନରେ ଜିତିଥିବାବେଳେ ରାଜେନ୍ଦ୍ରଙ୍କ ଦେହାନ୍ତ ପରେ ଏହି ସଂଖ୍ୟା ୫୦ରେ ପହଞ୍ଚିଛି। କଂଗ୍ରେସର ୧୪ ବିଧାୟକ ଥିବାବେଳେ ଜଣେ ସିପିଆଇ(ଏମ୍‌) ସଦସ୍ୟ ରହିଛନ୍ତି। ଗଣିତ ଅନୁଯାୟୀ ହେବାକୁ ଥିବା ଆଗାମୀ ରାଜ୍ୟ ସଭା ନିର୍ବାଚନରେ ଜଣେ ପ୍ରାର୍ଥୀଙ୍କୁ ଜିତିବା ଲାଗି ୩୦ ଖଣ୍ଡ ଭୋଟ ଆବଶ୍ୟକ। ସେହି ଦୃଷ୍ଟିରୁ ଦେଖିଲେ ଦୁଇଟି ଆସନରେ ଭାଜପା ନିଶ୍ଚିତ ବିଜୟୀ ହେଇଯିବ। ବିଜେଡି ମଧ୍ୟ ଗୋଟିଏ ଆସନରେ ବିଜୟୀ ହେବା ଏକପ୍ରକାର ନିଶ୍ଚିତ। ହେଲେ ୪ର୍ଥ ଆସନ ଲାଗି ବର୍ତ୍ତମାନ ସ୍ଥିତିରେ ଭାଜପା ପାଖରେ ୨୧ ସଂଖ୍ୟା ଥିବାବେଳେ ବିଜେଡି ସଂଖ୍ୟା ୨୦ରେ ପହଞ୍ଚିଛି। ନୂଆପଡା ଆସନକୁ ବିଜେଡି ପୁନର୍ବାର ଦଖଲ କରିବା ପାଇଁ ଜୟଙ୍କୁ ପ୍ରାର୍ଥୀ କରିବ ବୋଲି ତାଙ୍କ ଦଳର ବହୁ ନେତା କାମରେ ଲାଗିଥିଲେ। ଏହା ହୋଇଥିଲେ ବିଜେଡି ଅନୁକମ୍ପାମୂଳକ ଭୋଟ ପାଇ ବିଜୟୀ ହେବାର ସମ୍ଭାବନା ରହିବ ବୋଲି ଦଳୀୟ ନେତାମାନେ ଚିନ୍ତା କରୁଥିଲେ। ହେଲେ ଗୁରୁବାର ପର୍ଯ୍ୟନ୍ତ ସବୁକିଛି ଠିକ୍‌ ଥିବା ଅଙ୍କ ନବୀନ ଫେରିବାର ପରଦିନ କିପରି ବଦଳିଗଲା ତାକୁ
ନେଇ ନାନା ଚର୍ଚ୍ଚା ହେବାରେ ଲାଗିଛି। ମନେ କରାଯାଉ, ନୂଆପଡା ଆସନ ଯଦି ବିଜେଡି ହାତରେ ରାଜ୍ୟ ସଭା ନିର୍ବାଚନ ପର୍ଯ୍ୟନ୍ତ ସ୍ବଭାବିକ ଭାବେ ଥାଆନ୍ତା ତାହାଲେ ୪ର୍ଥ ଆସନ ଜିତିବା ଲାଗି ସେମାନଙ୍କୁ ନିଶ୍ଚିତରୂପେ କଂଗ୍ରେସ ଏବଂ ସିପିଆଇ(ଏମ୍‌) ଦଳର ସହଯୋଗ ନେବା କିମ୍ବା ଦେବାକୁ ପଡିଥାଆନ୍ତା। ହେଲେ ଯେଉଁମାନେ ବିଧାନସଭାର ଗତ ମୌସୁମୀ ଅଧିବେଶନ ବେଳେ କଂଗ୍ରେସ ରାଜ୍ୟ ସରକାର ଏବଂ ତାଙ୍କ ମନ୍ତ୍ରିମଣ୍ଡଳ ବିରୋଧରେ ଆଣିଥିବା ଅନାସ୍ଥା ପ୍ରସ୍ତାବ ସମୟରେ ବିଜେଡି ଆଭିମୁଖ୍ୟ ଦେଖିଥିବେ ସେମାନେ ଅନେକ କିଛି ବୁଝିପାରିଥିବେ। ସରକାର ବିରୋଧରେ କଂଗ୍ରେସର ଅନାସ୍ଥା ପ୍ରସ୍ତାବକୁ ବିଜେଡି ସମର୍ଥନ ନ ଦେଇ ସମଦୂରତା କଥା କହି ଏଡାଇ ଯାଇଥିଲା। ସେହିପରି ଉପରାଷ୍ଟ୍ରପତି ଭୋଟିଂ ସମୟରେ ମଧ୍ୟ ବିଜେଡି ନିର୍ବାଚନରୁ ନିଜକୁ ବିରତ ରଖିଥିଲା। ଏହା ପରୋକ୍ଷରେ ଭାଜପା ପାଇଁ ସହାୟକ ହେଇଥିବା ଚର୍ଚ୍ଚା ହେଲା। ଏଥିରୁ ହିଁ ରାଜନୈତିକ ସମୀକ୍ଷକମାନେ ଆକଳନ କରିସରିଛନ୍ତି ରାଜ୍ୟ ସଭା ଭୋଟିଂରେ କଂଗ୍ରେସ ସମର୍ଥନରେ ବିଜେଡି ୪ର୍ଥ ଆସନ ରଖିବ ନାହିଁ। ଯଦି ରାଜେନ୍ଦ୍ରଙ୍କ ଦେହାନ୍ତ ନ ହୋଇ ସ୍ବାଭାବିକ ଭାବେ ଏହି ସମୟ ଆସିଥାଆନ୍ତା ତେବେ ସେତେବେଳେ ବିଜେଡି ଲାଗି ଏକ ଅକଡିଆ ପରିସ୍ଥିତି ସୃଷ୍ଟି ହେଇଥାଆନ୍ତା। ରାଜ୍ୟରେ ବିଜେଡି ସରକାର ଥିବା ସମୟରେ ବର୍ତ୍ତମାନର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସଂଖ୍ୟା ଥିବା ସତ୍ତ୍ୱେ ବିଜେଡି ସମର୍ଥନ କରି ଭାଜପା ପ୍ରାର୍ଥୀ ଭାବେ ଦୁଇ ଥର ରାଜ୍ୟ ସଭାକୁ ପଠାଇସାରିଛି। ଅର୍ଥାତ୍‌ ଆସନ୍ତା ରାଜ୍ୟ ସଭା ନିର୍ବାଚନରେ ୪ର୍ଥ ଆସନ କୌଣସି ମତେ କିପରି ଭାଜପା ହାତରୁ ନ ଖସିବ ସେଥିପାଇଁ ବିଜେଡି ସବୁ ପ୍ରକାର କାର୍ଯ୍ୟ କରିଥାଆନ୍ତା। ହେଲେ ବିଗତ ଦିନର ଭାଜପା ପ୍ରତି ରହି ଆସିଥିବା ଏହି ପ୍ରୀତି ବିଜେଡି ପାଇଁ ଏବେ ଯେତେବେଳେ କାଳ ହେଉଥିଲା, ରାଜେନ୍ଦ୍ରଙ୍କ ଦେହାନ୍ତ ବିଜେଡିଙ୍କୁ ଏକ ନୂଆ ସୁଯୋଗ ଦେଇଥିବା ଦେଇଥିବା ଦେଖାଯାଉଛି। ଏବେଠାରୁ ଯଦି ଗୋଟିଏ ଆସନ ଭାଜପା ହାତକୁ ଚାଲିଯିବ ତେବେ ସେତେବେଳେ ସମଦୂରତା କଥା କହି ପରୋକ୍ଷରେ ଭାଜପାକୁ ୪ର୍ଥ ରାଜ୍ୟ ସଭା ଆସନ ଟି ଦେଇଦେବାକୁ ବିଜେଡି ପାଇଁ ସହଜ ହେବ।

ସୂଚନା ମୁତାବକ, କର୍ପୋରେଟ ଦୁନିଆରୁ ଆସିଥିବା ଜଣେ ବ୍ୟକ୍ତି ଯାହାଙ୍କୁ ବିଜେଡି ଆସନ୍ତା ରାଜ୍ୟ ସଭା ନିର୍ବାଚନରେ ପ୍ରାର୍ଥୀ କରିବେ ବୋଲି ଚର୍ଚ୍ଚା ହେଉଛି ତାଙ୍କ ମାଧ୍ୟମରେ ଏହି ନୂଆ ରାଜନୈତିକ ଡିଲ୍‌ ହୋଇଥିବା ଶୁଣିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଡାଲମା ହାଣ୍ଡିରୁ ବାହାରିଲା ବିଷାକ୍ତ ସାପ, ପ୍ରସାଦ ସେବନ ପରେ ଘଟିଲା…

ପଟ୍ଟମୁଣ୍ଡାଇ,୧୯ା୩(କଳ୍ପତରୁ ନାୟକ): ଡାଲମା ହାଣ୍ଡିରେ ଏକ ବିଷାକ୍ତ ସାପ ପଡ଼ିଯିବାରୁ ଏହି ଡାଲମା ଖାଇ ୩୦ ଅସୁସ୍ଥ ହୋଇପଡ଼ିଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ଶେୟାର ମାର୍କେଟ୍‌ରେ ହାହାକାର: ଗୋଟିଏ ଘଣ୍ଟାରେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକ

ମୁମ୍ବାଇ,୧୯।୩: ଭାରତୀୟ ଷ୍ଟକ ବଜାରରେ ଗୁରୁବାର ହାହାକାର ଦେଖିବାକୁ ମିଳିଛି। ବଜାର ଖୋଲିବାର ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ନିବେଶକମାନେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା…

ପ୍ରଧାନଆଚାର୍ଯ୍ୟଙ୍କ ନିଲମ୍ବନ ନେଇ ପ୍ରତିବାଦ, ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଗୁରୁମା-ଗୁରୁଜୀ

ତିହିଡ଼ି,୧୯ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ିସ୍ଥିତ ଶିଶୁବିଦ୍ୟାମନ୍ଦିରର ଗୁରୁମା ଓ ଗୁରୁଜୀମାନେ ଗୁରୁବାର ସକାଳେ ବିଦ୍ୟାମନ୍ଦିର ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ପ୍ରଧାନଆଚାର୍ଯ୍ୟଙ୍କୁ ନିଲମ୍ବନ ଏବଂ…

ପୁଣି ଯୁଦ୍ଧକୁ ଓହ୍ଲାଇବେ ଭାରତ-ପାକିସ୍ତାନ! ପରମାଣୁ ଆଟାକ୍‌ କରିପାରେ ପାକ୍‌…

ନୂଆଦିଲ୍ଲୀ,୧୯।୩: ଯଦିଓ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରିସ୍ଥିତି ବର୍ତ୍ତମାନ ଶାନ୍ତ ଦେଖାଯାଉଛି, ତଥାପି ବିପଦ ସମ୍ପୂର୍ଣ୍ଣ ହ୍ରାସ ପାଇନାହିଁ। ଏହି ଦାବି ଆମେ କରୁନୁ, ବରଂ…

ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ: ଢୋଲ, ମହୁରୀ ଶବ୍ଦରେ ଦୁଲୁକିଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୧୯ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ପ୍ରସିଦ୍ଧ ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ଗୁରୁବାର ଚଳିତ ଚୈତ୍ର ନବବର୍ଷରେ ବାସନ୍ତିକ ନବରାତ୍ରି ପୂଜାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ…

୨୪ ଘଣ୍ଟା ଭିତରେ ୟୁ-ଟର୍ନ ନେଲେ ଟ୍ରମ୍ପ: ବ୍ୟାକ୍‌ଫୁଟ୍‌ରେ ଆମେରିକା

ଓ୍ବାଶିଂଟନ୍‌,୧୯।୩: ମଧ୍ୟପ୍ରାଚ୍ୟରେ ଗ୍ୟାସ ସୁବିଧା ଉପରେ ଇରାନର ପ୍ରତିଶୋଧମୂଳକ ଆକ୍ରମଣ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଟେନ୍‌ସନ୍‌ରେ ପକାଇ ଦେଇଛି। ଏକ ବିବୃତ୍ତି ଜାରି କରି ସେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା’ କନକଦୁର୍ଗା

ଦେବଗଡ଼,୧୯ା୩(ଶଶାଙ୍କ ଶେଖର ଝାଙ୍କର): ମଠସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତିକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ସହିତ ଭକ୍ତମାନେ ମାନସିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri