ବିଜେଡିକୁ ନେଇ ଆସିଲା ବଡ଼ ଖବର, ରାଜନୀତିରେ ଚହଳ

ଭୁବନେଶ୍ୱର, ୧୨।୧୦ (ସୁନିତ୍‌ ମିଶ୍ର): ୨୦୨୬ ଏପ୍ରିଲରେ ଓଡିଶାରୁ ୪ ରାଜ୍ୟ ସଭା ଆସନ ଖାଲି ହେବ। ରାଜ୍ୟ ସଭା ସଦସ୍ୟ ମୁଜିବୁଲ୍ଲା ଖାନ(ମୁନା), ନିରଞ୍ଜନ ବିଶି, ସୁଜିତ କୁମାର ଓ ମମତା ମହନ୍ତଙ୍କ କାର୍ଯ୍ୟକାଳ ସରିବାକୁ ଯାଉଛି। ତେଣୁ ଏହି ୪ ଆସନ ପାଇଁ ନିର୍ବାଚନ ରୋଚକପୂର୍ଣ୍ଣ ହେବ ବୋଲି ଯାହା ଆକଳନ କରାଯାଉଥିଲା ସେହି ଅଙ୍କରେ ଶୁକ୍ରବାର ପରିବର୍ତ୍ତନ ହୋଇଯାଇଛି। ଖାଲି ହେବାକୁ ଥିବା ଏହି ୪ ଆସନର ନିର୍ବାଚନକୁ ନେଇ ଗତ ଜୁଲାଇ ୧୧ ତାରିଖରେ ଧରିତ୍ରୀରେ ‘ନବୀନ ବିକିବେ ନା ନେତା ଚେତିବେ’ ସମ୍ପର୍କିତ ଏକ ଖବର ପ୍ରକାଶ ପାଇଥିଲା। ସେହି ଖବରରେ ମୁଖ୍ୟତଃ ଖାଲି ହେବାକୁ ଥିବା ରାଜ୍ୟ ସଭାର ଚାରୋଟି ଆସନ ମଧ୍ୟରୁ ୪ର୍ଥ ସିଟ୍‌କୁ ନେଇ ରାଜନୀତି ରୋଚକପୂର୍ଣ୍ଣ ହେବ ବୋଲି ଉଲ୍ଲେଖ କରାଯାଇଥିଲା। ରାଜ୍ୟ ସଭା ଭୋଟିଂର ଗଣିତକୁ ମଧ୍ୟ ଅତି ସରଳ ଭାବରେ ସେହି ଖବରରେ ବୁଝାଇ ଦିଆଯାଇଥିଲା। ଆସନ୍ତା ରାଜ୍ୟ ସଭା ନିର୍ବାଚନରେ ୪ର୍ଥ ଆସନ ଲାଗି ଉଭୟ ବିଜେଡି ଏବଂ ଭାଜପା ପାଖରେ ସମାନ ସଂଖ୍ୟକ ଭୋଟ ରହିବ ବୋଲି ଆଶା କରାଯାଉଥିଲା। ହେଲେ ନୂଆପଡା ବିଧାୟକ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ବିଜେଡିର ଗୋଟିଏ ସଂଖ୍ୟା ଖସିଯାଇଛି। ଉପନିର୍ବାଚନ ଫଳ ବାହାରିବା ପରେ ହିଁ ବିଜେଡି ତା’ର ପୂରୁଣା ସଂଖ୍ୟା ରଖିପାରିଲା କି ନାହିଁ ଜଣାପଡିଯିବ। ହେଲେ ଶନିବାର ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ଭାଜପାରେ ମିଶିଯିବା ପରେ ବିଜେଡି ତା’ର ପୂର୍ବ ସଂଖ୍ୟା ରଖିବାକୁ ଚାହୁଁ ନ ଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଗତ ମାସ ୭ରୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନୂଆଦିଲ୍ଲୀ ଗସ୍ତରେ ଯାଇ ଶୁକ୍ରବାର(ଗତକାଲି) ଫେରିଛନ୍ତି। ଜୟ ଗତ ଗୁରୁବାର ନୂଆଦିଲ୍ଲୀ ଗସ୍ତରେ ଯାଇ ଶନିବାର ଫେରିବା ପରେ ଭାଜପାରେ ଯୋଗ ଦେଇଛନ୍ତି। ଏହା ଭିତରେ ରାଜ୍ୟ ସଭା ଆସନକୁ ନେଇ ବିଜେଡି ଏବଂ ଭାଜପାର କେନ୍ଦ୍ରୀୟ ନେତାଙ୍କ ଭିତରେ ବୁଝାମଣା ହୋଇଗଲା ବୋଲି କେନ୍ଦ୍ରୀୟ ଗୋଇନ୍ଦା ବିଭାଗର ଜଣେ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି।

ସୂଚନାଯୋଗ୍ୟ, ବର୍ତ୍ତମାନ ବିଧାନସଭାରେ ଭାଜପା ପାଖରେ ୭୮ ବିଧାୟକ ରହିଛନ୍ତି। ୩ ଜଣ ସ୍ବାଧୀନ ବିଧାୟକ ଭାଜପାକୁ ସମର୍ଥନ ଦେଇ ଶାସକ ଦଳ ସାଙ୍ଗରେ ଅଛନ୍ତି। ଏହିପରି ବିଧାନସଭାରେ ଭାଜପା ସଂଖ୍ୟା ୮୧ ରହିଛି। ବିଜେଡିର ୫୧ ବିଧାୟକ ଗତ ନିର୍ବାଚନରେ ଜିତିଥିବାବେଳେ ରାଜେନ୍ଦ୍ରଙ୍କ ଦେହାନ୍ତ ପରେ ଏହି ସଂଖ୍ୟା ୫୦ରେ ପହଞ୍ଚିଛି। କଂଗ୍ରେସର ୧୪ ବିଧାୟକ ଥିବାବେଳେ ଜଣେ ସିପିଆଇ(ଏମ୍‌) ସଦସ୍ୟ ରହିଛନ୍ତି। ଗଣିତ ଅନୁଯାୟୀ ହେବାକୁ ଥିବା ଆଗାମୀ ରାଜ୍ୟ ସଭା ନିର୍ବାଚନରେ ଜଣେ ପ୍ରାର୍ଥୀଙ୍କୁ ଜିତିବା ଲାଗି ୩୦ ଖଣ୍ଡ ଭୋଟ ଆବଶ୍ୟକ। ସେହି ଦୃଷ୍ଟିରୁ ଦେଖିଲେ ଦୁଇଟି ଆସନରେ ଭାଜପା ନିଶ୍ଚିତ ବିଜୟୀ ହେଇଯିବ। ବିଜେଡି ମଧ୍ୟ ଗୋଟିଏ ଆସନରେ ବିଜୟୀ ହେବା ଏକପ୍ରକାର ନିଶ୍ଚିତ। ହେଲେ ୪ର୍ଥ ଆସନ ଲାଗି ବର୍ତ୍ତମାନ ସ୍ଥିତିରେ ଭାଜପା ପାଖରେ ୨୧ ସଂଖ୍ୟା ଥିବାବେଳେ ବିଜେଡି ସଂଖ୍ୟା ୨୦ରେ ପହଞ୍ଚିଛି। ନୂଆପଡା ଆସନକୁ ବିଜେଡି ପୁନର୍ବାର ଦଖଲ କରିବା ପାଇଁ ଜୟଙ୍କୁ ପ୍ରାର୍ଥୀ କରିବ ବୋଲି ତାଙ୍କ ଦଳର ବହୁ ନେତା କାମରେ ଲାଗିଥିଲେ। ଏହା ହୋଇଥିଲେ ବିଜେଡି ଅନୁକମ୍ପାମୂଳକ ଭୋଟ ପାଇ ବିଜୟୀ ହେବାର ସମ୍ଭାବନା ରହିବ ବୋଲି ଦଳୀୟ ନେତାମାନେ ଚିନ୍ତା କରୁଥିଲେ। ହେଲେ ଗୁରୁବାର ପର୍ଯ୍ୟନ୍ତ ସବୁକିଛି ଠିକ୍‌ ଥିବା ଅଙ୍କ ନବୀନ ଫେରିବାର ପରଦିନ କିପରି ବଦଳିଗଲା ତାକୁ
ନେଇ ନାନା ଚର୍ଚ୍ଚା ହେବାରେ ଲାଗିଛି। ମନେ କରାଯାଉ, ନୂଆପଡା ଆସନ ଯଦି ବିଜେଡି ହାତରେ ରାଜ୍ୟ ସଭା ନିର୍ବାଚନ ପର୍ଯ୍ୟନ୍ତ ସ୍ବଭାବିକ ଭାବେ ଥାଆନ୍ତା ତାହାଲେ ୪ର୍ଥ ଆସନ ଜିତିବା ଲାଗି ସେମାନଙ୍କୁ ନିଶ୍ଚିତରୂପେ କଂଗ୍ରେସ ଏବଂ ସିପିଆଇ(ଏମ୍‌) ଦଳର ସହଯୋଗ ନେବା କିମ୍ବା ଦେବାକୁ ପଡିଥାଆନ୍ତା। ହେଲେ ଯେଉଁମାନେ ବିଧାନସଭାର ଗତ ମୌସୁମୀ ଅଧିବେଶନ ବେଳେ କଂଗ୍ରେସ ରାଜ୍ୟ ସରକାର ଏବଂ ତାଙ୍କ ମନ୍ତ୍ରିମଣ୍ଡଳ ବିରୋଧରେ ଆଣିଥିବା ଅନାସ୍ଥା ପ୍ରସ୍ତାବ ସମୟରେ ବିଜେଡି ଆଭିମୁଖ୍ୟ ଦେଖିଥିବେ ସେମାନେ ଅନେକ କିଛି ବୁଝିପାରିଥିବେ। ସରକାର ବିରୋଧରେ କଂଗ୍ରେସର ଅନାସ୍ଥା ପ୍ରସ୍ତାବକୁ ବିଜେଡି ସମର୍ଥନ ନ ଦେଇ ସମଦୂରତା କଥା କହି ଏଡାଇ ଯାଇଥିଲା। ସେହିପରି ଉପରାଷ୍ଟ୍ରପତି ଭୋଟିଂ ସମୟରେ ମଧ୍ୟ ବିଜେଡି ନିର୍ବାଚନରୁ ନିଜକୁ ବିରତ ରଖିଥିଲା। ଏହା ପରୋକ୍ଷରେ ଭାଜପା ପାଇଁ ସହାୟକ ହେଇଥିବା ଚର୍ଚ୍ଚା ହେଲା। ଏଥିରୁ ହିଁ ରାଜନୈତିକ ସମୀକ୍ଷକମାନେ ଆକଳନ କରିସରିଛନ୍ତି ରାଜ୍ୟ ସଭା ଭୋଟିଂରେ କଂଗ୍ରେସ ସମର୍ଥନରେ ବିଜେଡି ୪ର୍ଥ ଆସନ ରଖିବ ନାହିଁ। ଯଦି ରାଜେନ୍ଦ୍ରଙ୍କ ଦେହାନ୍ତ ନ ହୋଇ ସ୍ବାଭାବିକ ଭାବେ ଏହି ସମୟ ଆସିଥାଆନ୍ତା ତେବେ ସେତେବେଳେ ବିଜେଡି ଲାଗି ଏକ ଅକଡିଆ ପରିସ୍ଥିତି ସୃଷ୍ଟି ହେଇଥାଆନ୍ତା। ରାଜ୍ୟରେ ବିଜେଡି ସରକାର ଥିବା ସମୟରେ ବର୍ତ୍ତମାନର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସଂଖ୍ୟା ଥିବା ସତ୍ତ୍ୱେ ବିଜେଡି ସମର୍ଥନ କରି ଭାଜପା ପ୍ରାର୍ଥୀ ଭାବେ ଦୁଇ ଥର ରାଜ୍ୟ ସଭାକୁ ପଠାଇସାରିଛି। ଅର୍ଥାତ୍‌ ଆସନ୍ତା ରାଜ୍ୟ ସଭା ନିର୍ବାଚନରେ ୪ର୍ଥ ଆସନ କୌଣସି ମତେ କିପରି ଭାଜପା ହାତରୁ ନ ଖସିବ ସେଥିପାଇଁ ବିଜେଡି ସବୁ ପ୍ରକାର କାର୍ଯ୍ୟ କରିଥାଆନ୍ତା। ହେଲେ ବିଗତ ଦିନର ଭାଜପା ପ୍ରତି ରହି ଆସିଥିବା ଏହି ପ୍ରୀତି ବିଜେଡି ପାଇଁ ଏବେ ଯେତେବେଳେ କାଳ ହେଉଥିଲା, ରାଜେନ୍ଦ୍ରଙ୍କ ଦେହାନ୍ତ ବିଜେଡିଙ୍କୁ ଏକ ନୂଆ ସୁଯୋଗ ଦେଇଥିବା ଦେଇଥିବା ଦେଖାଯାଉଛି। ଏବେଠାରୁ ଯଦି ଗୋଟିଏ ଆସନ ଭାଜପା ହାତକୁ ଚାଲିଯିବ ତେବେ ସେତେବେଳେ ସମଦୂରତା କଥା କହି ପରୋକ୍ଷରେ ଭାଜପାକୁ ୪ର୍ଥ ରାଜ୍ୟ ସଭା ଆସନ ଟି ଦେଇଦେବାକୁ ବିଜେଡି ପାଇଁ ସହଜ ହେବ।

ସୂଚନା ମୁତାବକ, କର୍ପୋରେଟ ଦୁନିଆରୁ ଆସିଥିବା ଜଣେ ବ୍ୟକ୍ତି ଯାହାଙ୍କୁ ବିଜେଡି ଆସନ୍ତା ରାଜ୍ୟ ସଭା ନିର୍ବାଚନରେ ପ୍ରାର୍ଥୀ କରିବେ ବୋଲି ଚର୍ଚ୍ଚା ହେଉଛି ତାଙ୍କ ମାଧ୍ୟମରେ ଏହି ନୂଆ ରାଜନୈତିକ ଡିଲ୍‌ ହୋଇଥିବା ଶୁଣିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

Budget 2026: ବିଦେଶରେ ପଢ଼ୁଥିବା ଛାତ୍ରୀଛାତ୍ରଙ୍କ ପାଇଁ ବଡ଼ ଉପହାର, ଟ୍ୟାକ୍ସ ହ୍ରାସ…

ନୂଆଦିଲ୍ଲୀ,୧।୨: ବଜେଟ୍ ଉପସ୍ଥାପନ କରିବା ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଏକ ବଡ଼ ଘୋଷଣା କରିଛନ୍ତି । ସେ ବିଦେଶୀ ଶିକ୍ଷା ଉପରେ ଟିକସରେ ଗୁରୁତ୍ୱପୂର୍ଣ୍ଣ ରିହାତି…

ନିର୍ମଳାଙ୍କ ବଜେଟ୍‌ ଉପସ୍ଥାପନ ପରେ ଅମିତ ଶାହାଙ୍କ ପ୍ରତିକ୍ରିୟା, କହିଲେ ୨୦୪୭ ସୁଦ୍ଧା ହେବ…

ନୂଆଦିଲ୍ଲୀ,୧ା୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ରବିବାର ଲଗାତର ନବମ ଥର ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌ (୨୦୨୬-୨୭) ଉପସ୍ଥାପନ କରିଛନ୍ତି। ବଜେଟ୍‌ ସମୟରେ ଅନେକ ବଡ଼ ଘୋଷଣା…

ଦେଶ ଉପରେ କେତେ ଋଣ, କେଉଁଠି ଖର୍ଚ୍ଚ ହେବ ଆପଣଙ୍କ ଟଙ୍କା? ଜାଣନ୍ତୁ ଚଳିତବର୍ଷର ବଜେଟ୍‌ ସାଇଜ

ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଦେଶର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିଛନ୍ତି। ଏହି ବର୍ଷ, ସରକାର ଅଭିବୃଦ୍ଧିର ଗତି ବଜାୟ…

‘କେରଳକୁ ନେଇ କିଛି କହିଲେ ନାହିଁ ଅର୍ଥମନ୍ତ୍ରୀ’, କାହିଁକି ନିର୍ମଳାଙ୍କୁ ଏମିତି କହିଲେ ଶଶି ଥରୁର? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୧।୨: ଶଶି ଥରୁର, ବଜେଟ 2026 ଉପରେ ତାଙ୍କର ପ୍ରଥମ ପ୍ରତିକ୍ରିୟାରେ କହିଥିଲେ ଯେ ବହୁତ କମ ବିବରଣୀ ଉପଲବ୍ଧ ଥିଲା। ସେ କହିଥିଲେ ଯେ ୩-୪ଟି…

ଦୁର୍ଘଟଣା ହୋଇଛି ପାଣି ଦିଅ କହି ଘରେ ପଶିଲେ, ବନ୍ଧୁକ ଭୁଜାଲି ବେକରେ ଲଗାଇ ଲୁଟିନେଲେ ସର୍ବସ୍ବ

ପାଟଣା,୧ା୨(ବୀର କିଶୋର ଦାଶ): ଦୁର୍ଘଟଣା ହୋଇଛି ପାଣି ଦିଅ କହି ପ୍ରଥମେ ଘରର ରୋଷେୟାକୁ ମାଡ଼ ମାରିବା ସହ ବାନ୍ଧି ପକାଇବା ପରେ ଉପର ମହଲାକୁ ଯାଇ…

ମହିଳାଙ୍କ ପାଇଁ ପେଡ଼ି ଖୋଲିଦେଲେ ନିର୍ମଳା, ଗର୍ଲସ ହଷ୍ଟେଲଠାରୁ ଲକ୍ଷପତି ଦିଦି ସମସ୍ତେ ହେବେ ଖୁସି

ନୂଆଦିଲ୍ଲୀ,୧।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରବିବାର ସଂସଦରେ 2026-27 ପାଇଁ ବଜେଟ ଉପସ୍ଥାପନ କରିଛନ୍ତି। ସବୁଥର ପରି, ଅର୍ଥମନ୍ତ୍ରୀଙ୍କ ବଜେଟରେ ମହିଳାମାନଙ୍କ ପାଇଁ କିଛି ସ୍ବତନ୍ତ୍ର…

ପ୍ରତିରକ୍ଷା ବଜେଟ୍‌ରେ ରେକର୍ଡ ବୃଦ୍ଧି: ସେନା ଯେତିକି ମାଗିଥିଲା, ତାଠାରୁ ଅଧିକ ଦେଲେ ସରକାର

ନୂଆଦିଲ୍ଲୀ,୧।୨: ପ୍ରତିରକ୍ଷା କ୍ଷେତ୍ର ପାଇଁ ଏକ ବଡ଼ ଧରଣର ବ୍ୟୟବରାଦ ଘୋଷଣା କରିଛନ୍ତି ସରକାର। ‘ଅପରେସନ ସିନ୍ଦୂର’ ପରେ ସୀମାରେ ବଢ଼ୁଥିବା ଆତଙ୍କବାଦୀ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି…

Budget 2026: ଭାରତ ହେବ ଚିପ୍ ମାନୁଫାକ୍ଚରିଂ ହବ୍; ୪୦,୦୦୦ କୋଟିର ବ୍ୟୟବରାଦ

ନୂଆଦିଲ୍ଲୀ,୧।୨: ଭାରତ ହେବ ଚିପ୍ ମାନୁଫାକ୍ଚରିଂ ହବ୍। ସେମିକଣ୍ଡକ୍ଟର କ୍ଷେତ୍ରରେ ପାଲଟିବା ବିଶ୍ୱସ୍ତରୀୟ ଶକ୍ତି। ଭାରତର ବୈଷୟିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ବଜେଟରେ ଇଣ୍ଡିଆ ସେମିକଣ୍ଡକ୍ଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri