Posted inଜାତୀୟ

UPI ୟୁଜର୍ସଙ୍କ ପାଇଁ ବଡ଼ ଖବର, ଏହିଦିନ ଏତେଘଣ୍ଟା ଯାଏ ବନ୍ଦ ରହିବ ଅନଲାଇନ ଟ୍ରାଞ୍ଜାକ୍ସନ

ନୂଆଦିଲ୍ଲୀ,୬।୨: ଯଦି ଆପଣ ଅନଲାଇନ ପେମେଣ୍ଟ କରୁଛନ୍ତି ତେବେ ଆପଣଙ୍କ ପାଇଁ ବଡ଼ ଖବର। ଯଦି କାହାକୁ ଟଙ୍କା ପଠାଇବାକୁ ଚାହାଁନ୍ତି କିନ୍ତୁ ଆପଣଙ୍କ ଫୋନରେ ଇଣ୍ଟରନେଟ କାମ କରୁନାହିଁ, ତେବେ ଆପଣଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ କାରଣ ଆପଣ ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ (NPCI) ର ସେବାର ଲାଭ ଉଠାଇ ପାରିବେ। କିନ୍ତୁ, ଯଦି ଆପଣ UPI ବ୍ୟବହାର କରୁଛନ୍ତି; ତେବେ ଏହି ଖବର ଜାଣି ରଖିବା ଉଚିତ୍‌। ଦେଶର ଏକ ବଡ ଘରୋଇ ବ୍ୟାଙ୍କ ଏହି ସପ୍ତାହରେ କିଛି ଘଣ୍ଟା ପାଇଁ ନିଜର UPI ସେବା ବନ୍ଦ ରଖିବ ବୋଲି ଘୋଷଣା କରିଛି। ଯାହାଫଳରେ ଚିନ୍ତାରେ ଏବେ ୟୁପିଆଇ ବ୍ୟବହାରକାରୀ ।

ଏହି ସମୟରେ, ଉପଭୋକ୍ତାମାନେ UPI ମାଧ୍ୟମରେ କୌଣସି ଟ୍ରାଞ୍ଜାକ୍ସନ କରି ପାରିବେ ନାହିଁ। ଏହା ବ୍ୟତୀତ ଏହା Merchant UPI ଟ୍ରାଞ୍ଜାକ୍ସନ ଉପରେ ମଧ୍ୟ ପ୍ରଭାବ ପକାଇବ। ଏହା କେବଳ କିଛି ଘଣ୍ଟା ପାଇଁ ବନ୍ଦ ରହିବ। ଫେବୃଆରୀ ୮ରେ UPI ସେବା ୩ଘଣ୍ଟା ବନ୍ଦ ରହିବ ବୋଲି HDFC ବ୍ୟାଙ୍କ ନିଜ ୱେବସାଇଟରେ ସୂଚନା ଦେଇଛି। ଫେବୃଆରୀ 8 ରେ ରାତି ୧୨ଟା ରୁ ୩ଟା ପର୍ଯ୍ୟନ୍ତ, HDFC ବ୍ୟାଙ୍କର କରେଣ୍ଟ ଏବଂ ସେଭିଙ୍ଗସ ଆକାଉଣ୍ଟ, ରୁପେ କ୍ରେଡିଟ କାର୍ଡ, HDFC ମୋବାଇଲ ବ୍ୟାଙ୍କିଙ୍ଗ ଆପ ଏବଂ UPI ପାଇଁ HDFC ବ୍ୟାଙ୍କ ଦ୍ୱାରା ସପୋର୍ଟେଡ ଥାର୍ଡ଼ ପାର୍ଟି ଆପ ଉପରେ UPI ଟ୍ରାଞ୍ଜାକ୍ସନ ବନ୍ଦ ରହିବ। ଏହା ବ୍ୟତୀତ, HDFC ବ୍ୟାଙ୍କ ମାଧ୍ୟମରେ Merchant UPI ଟ୍ରାଞ୍ଜାକ୍ସନ ସମ୍ଭବ ମଧ୍ୟ ବନ୍ଦ ରହିବ।

ଉପଭୋକ୍ତାମାନଙ୍କୁ HDFC ବ୍ୟାଙ୍କ ସମ୍ମୁଖୀନ ହେଉଥିବା ଅସୁବିଧାର କାରଣ ମଧ୍ୟ କହିଛି। ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ, ବ୍ୟାଙ୍କିଙ୍ଗ ଏକ୍ସପେରିଏନ୍ସକୁ ଉତ୍ତମ କରିବା ଲାଗି ସିଷ୍ଟମ ମେଣ୍ଟେନାନ୍ସ କରାଯାଉଛି। ଯଦି ଆପଣ ଦେୟ ଦେବା କିମ୍ବା ଟଙ୍କା ଗ୍ରହଣ କରିବା ପାଇଁ HDFC ବ୍ୟାଙ୍କର UPI ବ୍ୟବହାର କରନ୍ତି, ତେବେ ଏ ଖବରକୁ ଦୃଷ୍ଟିରେ ରଖି କାମ କରନ୍ତୁ ।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ଯାତ୍ରାପାର୍ଟି ବସ୍‌, ଗୁରୁତର ହୋଇ ୧୫ କଳାକାର ଜିଲା ଚିକିତ୍ସାଳୟରେ ଭର୍ତ୍ତି

ଦେବଗଡ଼,୨ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ରିଆମାଳ ଥାନା ତଥା କଂସର ଫାଣ୍ଡି ଅନ୍ତର୍ଗତ ଡଙ୍ଗା ପଥର ଗ୍ରାମ ନିକଟସ୍ଥ ଗୁରୁଲିଆ ଘାଟିରେ ଏକ ଯାତ୍ରପାର୍ଟି ବସ୍‌ ଓଲଟି…

ଅପରେଶନ ସାଇବର କବଚ: ୪.୫ କୋଟି ଠକେଇ, ବନ୍ଧା ହେଲେ ୩ ଅଭିଯୁକ୍ତ

ଭଞ୍ଜନଗର,୨ା୩(ବାବୁଲା ପ୍ରଧାନ): ଅପରେଶନ ସାଇବର କବଚ ଗଞ୍ଜାମ ପୋଲିସକୁ ବଡ଼ ସଫଳତା ଆଣିଦେଇଛି। କୋଟି କୋଟି ଟଙ୍କାର ବେନିୟମ କାରବାର ଅଭିଯୋଗରେ ଗୋଟିଏ ପରେ ଗୋଟିଏ ଅଭିଯୁକ୍ତଙ୍କୁ ପୋଲିସ…

ବକେୟା ପଡ଼ିଛି ୪.୫ ଲକ୍ଷ ଟଙ୍କାର ବିଦ୍ୟୁତ୍‌ ବିଲ୍‌: ୨ ଦିନ ହେଲା ପାନୀୟ ଜଳ ଯୋଗାଣ ବନ୍ଦ

ଥୁଆମୂଳ ରାମପୁର,୨ା୩(ଦୁର୍ଗା କୀର୍ତ୍ତି): ଗ୍ରୀଷ୍ମଋତୁ ଆରମ୍ଭରୁ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ପାଇଁ ହାହାକାର ଦେଖାଦେଇଛି। ପଞ୍ଚାୟତ ପ୍ରଶାସନର ଚରମ…

ମାଟ୍ରିକ୍‌ ପରୀକ୍ଷାବେଳେ କପି ଦେଉଥିଲେ ୩ ଶିକ୍ଷକ, ଫ୍ଲାଇଂ ସ୍କ୍ବାଡ୍‌ ହାତରେ ପଡିଲେ ଧରା, ତା’ପରେ…

ରାୟଗଡ଼ା,୨।୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କୋଲନରା ବ୍ଲକ କୈଳାସପୁର ସରକାରୀ ହାଇସ୍କୁଲରେ ଦଶମ ପରୀକ୍ଷା ବେଳେ ବାହାର ସ୍କୁଲର ୩ ଜଣ ଶିକ୍ଷକଙ୍କୁ କପି ଦେଉଥିବା…

ଘାଟିରେ ଓଲଟିଲା ପାଉଡର ବୋଝେଇ ଟ୍ରକ୍‌

କୋକସରା,୨ା୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କଳାହାଣ୍ଡି-ନବରଙ୍ଗପୁର ଜିଲା ସୀମାନ୍ତ ଆମପାଣି ଘାଟି ରାସ୍ତାରେ ଭାରସାମ୍ୟ ହରାଇ ଏପି ୧୬ ଟିଜେ ୧୮୭୭ ନମ୍ବର…

ଭଡା ଘରେ ଚାଲୁଥିଲା ନକଲି ବିଦେଶୀ ମଦ ପ୍ରସ୍ତୁତ, ଅଚାନକ ଚଢାଉ କଲା ଅବକାରୀ ବିଭାଗ, ତା’ପରେ…

ଧର୍ମଗଡ଼,୨।୩(ଘାସିରାମ ଜଗତ): କଳାହାଣ୍ଡି ଜିଲା ଧର୍ମଗଡ଼ ଜଗନ୍ନାଥ ପଡାର ଏକ ଭଡା ଘରେ ନକଲି ବିଦେଶୀ ମଦ ପ୍ରସ୍ତୁତ କରାଯାଉଥିବା ସୂଚନା ପାଇ ସୋମବାର ସକାଳୁ ଅବକାରୀ…

ଭାରତ-କାନାଡା ମଧ୍ୟରେ ୟୁରାନିୟମ ଚୁକ୍ତିନାମା: ଖୁବ୍‌ଶୀଘ୍ର ଉଭୟ ଦେଶ…

ନୂଆଦିଲ୍ଲୀ,୨ା୩: ୟୁରାନିୟମ ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ ଯୋଗାଣ ଲାଗି ଭାରତ ଓ କାନାଡା ମଧ୍ୟରେ ସୋମବାର ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ବିସ୍ତୃତ ଅର୍ଥନୈତିକ ସହଭାଗିତା ଚୁକ୍ତିନାମା ନେଇ…

ମହେନ୍ଦ୍ରଗିରି ବୁଲିବାକୁ ଯାଇ ସନ୍ଧ୍ୟାରେ ଘରକୁ ଫେରୁଥିଲେ: ଦୁର୍ଘଟଣାରେ ୨ ଗୁରୁତର

ମୋହନା,୨ା୩(ମନ୍ମଥ ମିଶ୍ର): ମୋହନା ଥାନା ଅନ୍ତର୍ଗତ ତଲାସିଂ ଗ୍ରାମ ନିକଟ ରାଜ୍ୟ ରାଜପଥ ବୁଲାଣି ନିକଟ ଶଙ୍ଖରେ ଏକ ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri