ଭୁବନେଶ୍ୱର,୧୨।୯: ଅର୍ଚ୍ଚନା ନାଗଙ୍କ ଘରେ ପଶିଲା ED । ୨୦୨୨ ଅର୍ଥ କାରବାର ମାମଲାରେ ଇଡି ଛାନ୍ଭିନ୍ ଚଳାଇଛନ୍ତି। ପୂର୍ବରୁ ଘର ଛାଡ଼ିବା ପାଇଁ ଇଡି ନିର୍ଦ୍ଦେଶ ଦେଇଥିଲା।ଅର୍ଚ୍ଚନା ନାଗ ଇଡି ନିର୍ଦ୍ଦେଶ ଅବମାନନା କରିଥିବା ସୂଚନା ମିଳିଛି। ନିର୍ଦ୍ଦେଶ ଅବମାନନା ପରେ ଇଡି ଘର ସିଜ କରିପାରେ ବୋଲି ଚର୍ଚ୍ଚା ହେଉଛି।
ନିକଟରେ ଅଚର୍ଚ୍ଚା ତାଙ୍କ ସ୍ବାମୀଙ୍କୁ ନେଇ ଚର୍ଚ୍ଚାକୁ ଆସିଥିଲେ। ସ୍ବାମୀଙ୍କ ନାମରେ ସେ ସଙ୍ଗୀନ ଅଭିଯୋଗ ଆଣିଥିଲେ।ରାତି ଗୋଟେରେ ସ୍ବାମୀ ଘରକୁ ପଶିବା ଘଟଣାରେ ମୁହଁ ଖୋଲି ଅର୍ଚ୍ଚନା ନାଗ କହିଥିଲେ।ମୁଁ ବେଡରୁମରେ ଶୋଇଥିଲି ସେ ବେଡରୁମ ୱିଣ୍ଡୋରେ ଆସି ଘରେ ପଶି ଷ୍ଟାବିଂ କରିବା ପାଇଁ ଚେଷ୍ଟା କରୁଥିଲେ। ପୋଲିସ ଡାକିଲୁ, ପୋଲିସ ଆଗରେ ଜଗବନ୍ଧୁ ମୋ ଫୋନଟକୁ ଛେଚି ଦେଲା ମୋ ଚୁଟି ଘୋଷାଡ଼ି ମୋତେ ମାଡ଼ ମାରିଲା ବୋଲି ଅର୍ଚ୍ଚନା କହିଛନ୍ତି।


