ବିନା କଣ୍ଡମରେ ଯୌନ ସମ୍ପର୍କ ରଖିବାକୁ ନେଇ ଆସିଲା ବଡ଼ ଖବର: ଡବ୍ଲ୍ୟୁଏଚ୍‌ଓ ଦେଲା ଏହି ଚେତାବନୀ

ଜେନେଭା,୩୦।୮: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ର ନୂଆ ରିପୋର୍ଟରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇଛି। ଯୁବତୀଯୁବକମାନଙ୍କ ମଧ୍ୟରେ କଣ୍ଡମ ଏବଂ ଗର୍ଭନିରୋଧକ ଔଷଧର ବ୍ୟବହାର ହ୍ରାସ ପାଉଛି, ଯାହା ଚିନ୍ତାର ବିଷୟ ବୋଲି ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ କୁହାଯାଇଛି।
ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ୟୁରୋପୀୟ ଦେଶମାନଙ୍କରେ ପ୍ରାୟ ଏକ ତୃତୀୟାଂଶ ଯୁବତୀଯୁବକ ସ୍ବୀକାର କରିଛନ୍ତି, ସେମାନେ ଶେଷଥର ଶାରୀରିକ ସମୟରେ କଣ୍ଡମ କିମ୍ବା ଗର୍ଭନିରୋଧକ ବଟିକା ଗ୍ରହଣ କରି ନ ଥିଲେ। ୨୦୧୮ଠାରୁ ଏହି ଅଭ୍ୟାସରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏହି କାରଣରୁ ଅସୁରକ୍ଷିତ ଯୌନ କାରଣରୁ ରୋଗ ଏବଂ ଅବାଞ୍ଛିତ ଗର୍ଭଧାରଣ ହେବାର ଆଶଙ୍କା ବଢିଛି।
ଡବ୍ଲ୍ୟୁଏଚ୍‌ଓ ନିକଟରେ ୟୁରୋପ ଏବଂ ମଧ୍ୟ ପୂର୍ବର ୪୨ଟି ଦେଶରେ ଏକ ସର୍ଭେ କରିଥିଲା। ଯେଉଁଥିରେ ୧୫ ବର୍ଷ ବୟସର ୨,୪୨,୦୦୦ କିଶୋର ଅନ୍ତର୍ଭୁକ୍ତ ହୋଇଥିଲେ। ସେମାନଙ୍କୁ ପଚରାଯାଇଥିବା ପ୍ରଶ୍ନ ଅନୁଯାୟୀ, ଶେଷଥର କୌଣସି ବ୍ୟକ୍ତିଙ୍କ ସହ ସମ୍ପର୍କ ରଖିବା ସମୟରେ କଣ୍ଡମ ବ୍ୟବହାର କରିଥିବା ପୁଅଙ୍କ ସଂଖ୍ୟା ୨୦୧୪ରେ ୭୦% ରୁ ୨୦୨୨ରେ ୬୧%କୁ ଖସି ଆସିଛି।
ରିପୋର୍ଟ ଅନୁଯାୟୀ, କଣ୍ଡମ କିମ୍ବା ଜନ୍ମ ନିୟନ୍ତ୍ରଣ ବଟିକା ବ୍ୟବହାର କରିଥିବା ଝିଅଙ୍କ ସଂଖ୍ୟା ୬୩ ପ୍ରତିଶତରୁ ୫୭ ପ୍ରତିଶତକୁ ଖସି ଆସିଛି। ପ୍ରାୟ ଏକ ତୃତୀୟାଂଶ କିଶୋର ଶାରୀରିକ ସମ୍ପର୍କ ଥିବାବେଳେ କଣ୍ଡମ ବ୍ୟବହାର କରନ୍ତି ନାହିଁ।
ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ସର୍ଭେ ଅନୁଯାୟୀ, ୨୦୧୪ ରୁ ୨୦୨୨ ପର୍ଯ୍ୟନ୍ତ ଗର୍ଭନିରୋଧକ ଔଷଧର ବ୍ୟବହାର ସ୍ଥିର ରହିଛି। ୧୫ ବର୍ଷର ଝିଅମାନଙ୍କ ମଧ୍ୟରୁ ୨୬ ପ୍ରତିଶତ ଶେଷ ଥର ଶାରୀରିକ ସମ୍ପର୍କ ସ୍ଥାପନ ସମୟରେ ଏହି ଔଷଧ ବ୍ୟବହାର କରିଥିଲେ। ନିମ୍ନ ମଧ୍ୟବିତ୍ତ ପରିବାରର ୩୩% କିଶୋର କଣ୍ଡମ କିମ୍ବା ଜନ୍ମ ନିୟନ୍ତ୍ରଣ ବଟିକା ବ୍ୟବହାର କରି ନ ଥିବାବେଳେ ଉଚ୍ଚ ଶ୍ରେଣୀର ପରିବାରର କିଶୋରମାନଙ୍କ ସଂଖ୍ୟା ୨୫% ଥିଲା।

ଡବ୍ଲ୍ୟୁଏଚ୍‌ଓ ୟୁରୋପର ନିର୍ଦ୍ଦେଶକ ହାନ୍ସ କ୍ଲୁଗ କହିଛନ୍ତି, ଆଜି ମଧ୍ୟ ୟୁରୋପର ଅନେକ ଦେଶରେ ଯୌନ ଶିକ୍ଷା ଦିଆଯାଉ ନାହିଁ। ସଠିକ ସମୟରେ ଅସୁରକ୍ଷିତ ଯୌନ ସମ୍ପର୍କର ବିପଦ ଏବଂ ଅସୁବିଧା ବିଷୟରେ ଯୁବତୀଯୁବକମାନଙ୍କୁ ନ କହିବା କାରଣରୁ ଏହି ପ୍ରକାର ସମସ୍ୟା ମଧ୍ୟ ବଢୁଛି।

 


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri