Posted inଜାତୀୟ

ସିଲିଣ୍ଡରକୁ ନେଇ ଆସିଲା ପୁଣି ବଡ଼ ଖବର, ସରକାର କହିଦେଲେ କାଲିଠୁ…

ନୂଆଦିଲ୍ଲୀ ,୧୨ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ସ୍ଥିତିକୁ ନେଇ ଏବେ ତୈଳ ଏବଂ ଗ୍ୟାସ୍‌ ଯୋଗାଣ ଶୃଙ୍ଖଳ ଭାରି ମାତ୍ରାରେ ପ୍ରଭାବିତ ହୋଇଛି। ଏହାକୁ ନେଇ ଦେଶରେ ପେଟ୍ରୋଲିୟମଜାତ ସାମଗ୍ରୀ ଏବଂ ଗ୍ୟାସ୍‌ର ଉତ୍କଟ ଅଭାବ ଦେଖାଯିବା ସହ ମୂଲ୍ୟ ବହୁମାତ୍ରାରେ ବୃଦ୍ଧି ପାଇବ ବୋଲି ସାଧାରଣରେ ଭୟ ପଶିଛି। କିନ୍ତୁ ଯୁଦ୍ଧ ସତ୍ତ୍ୱେ ଦେଶର ତୈଳ ଯୋଗାଣ କ୍ଷେତ୍ର ସୁରକ୍ଷିତ ରହିଛି ବୋଲି କେନ୍ଦ୍ର ସରକାର ବୁଧବାର ନିଶ୍ଚିତ କରିଛନ୍ତି। ଏ ସମ୍ପର୍କରେ କେନ୍ଦ୍ର ସରକାର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ପଶ୍ଚିମ ଏସିଆରେ ଯୁଦ୍ଧ ସଙ୍କଟ ଏବଂ ବିଶେଷକରି ହର୍ମୁଜ୍‌ ଷ୍ଟ୍ରେଟ୍‌ ସମସ୍ୟା ସତ୍ତ୍ୱେ ଭାରତର ଦୈନିକ ଅଶୋଧିତ ତୈଳ ଯୋଗାଣ କ୍ଷେତ୍ର ସ୍ୱାଭାବିକ ରହିଛି। ୧୨ ଦିନର ଯୁଦ୍ଧ ମଧ୍ୟରେ ହର୍ମୁଜ୍‌ ଷ୍ଟ୍ରେଟ୍‌ ଦେଇ ଯେତିକି ପରିମାଣର ତୈଳ ଆମଦାନୀ ହୋଇଥାଆନ୍ତା ଏବେ ଦୈନିକ ଯେତିକି ପରିମାଣର ଅଶୋଧିତ ତୈଳ ଆବଶ୍ୟକତା ରହିଥାଆନ୍ତା, ବର୍ତ୍ତମାନ ତା’ ଠାରୁ ଅଧିକ ପରିମାଣର ତୈଳ ଗଚ୍ଛିତ ରହିଛି। ଆବଶ୍ୟକତା ଅନୁସାରେ ବର୍ତ୍ତମାନ ଦୈନିକ ୫୫ ଲକ୍ଷ ବ୍ୟାରେଲ ଅଶୋଧିତ ତୈଳ ଯୋଗାଣ ହୋଇପାରୁଛି ବୋଲି କେନ୍ଦ୍ର ସରକାର କହିଛନ୍ତି। ଦେଶର ଚାହିଦା ଅନୁସାରେ ତୈଳ ଆମଦାନୀ ସନ୍ତୁଳିତ ରଖିବାକୁ କେନ୍ଦ୍ର ସରକାର ଏବଂ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକୁ ବିକଳ୍ପ ଉତ୍ସ ନିଶ୍ଚିତ କରିଛନ୍ତି ବୋଲି କୁହାଯାଇଛି।
ସେହିପରି ଗ୍ୟାସ୍‌ର ଅଭାବକୁ ନେଇ ବର୍ତ୍ତମାନ ସାଧାରଣରେ ଛାନିଆ ପଶିଥିଲାବେଳେ ଆଦୌ ଆଶଙ୍କିତ ନ ହେବାକୁ କେନ୍ଦ୍ର ସରକାର କହିଛନ୍ତି। ବର୍ତ୍ତମାନ ପର୍ଯ୍ୟାପ୍ତ ପରିମାଣର ରନ୍ଧନ ଗ୍ୟାସ୍‌ ମହଜୁଦ ରହିଛି ଏବଂ ଲୋକମାନେ ଆଗୁଆ ଗ୍ୟାସ୍‌ ବୁକିଂ ପାଇଁ ବ୍ୟାକୁଳ ହେବା ଦରକାର ନାହିଁ। ମୁମ୍ୱାଇ, ବେଙ୍ଗାଲୁରୁ, ଦିଲ୍ଲୀ, ଗୁରୁଗ୍ରାମ ଭଳି ବଡ଼ ବଡ଼ ସହରରେ ହୋଟେଲ ଓ ରେଷ୍ଟୁରାଣ୍ଟଗୁଡିକରେ ଗ୍ୟାସ୍‌ ବ୍ୟବହାର କରିବାକୁ କୁହାଯାଇଥିଲାବେଳେ ଘରୋଇ ସ୍ତରରେ ଖାଉଟିମାନଙ୍କୁ ଠିକଣା ସମୟରେ ଏବଂ ଆବଶ୍ୟକତା ଅନୁସାରେ ଗ୍ୟାସ୍‌ ଯୋଗାଇଦେବାକୁ ଅଗ୍ରାଧିକାର ଦିଆଯାଇଛି ବୋଲି ସରକାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ବନ୍ଦ ପାଇଁ ଇରାନ ରଖିଲା ୩ ସର୍ତ୍ତ: ନ ମାନିଲେ ସାରା ବିଶ୍ୱରେ ପଡ଼ିବ ପ୍ରଭାବ

ମସ୍କୋ,୧୨।୩: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧ ୧୩ ଦିନ ଧରି ଚାଲିଛି। କିନ୍ତୁ ଏହା ବନ୍ଦ ହେବାର କୌଣସି ସଙ୍କେତ ନାହିଁ। ସମଗ୍ର ମଧ୍ୟପ୍ରାଚ୍ୟରେ ଇରାନର…

ଭାରତକୁ ଫେରୁଥିବା ଜାହାଜ ଉପରେ ବଡ଼ ଆଟାକ୍‌, ଅନେକ ଭାରତୀୟଙ୍କ…

ନୂଆଦିଲ୍ଲୀ,୧୨।୩: ପଶ୍ଚିମ ଏସିଆରେ ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷରେ ଦୁଇଜଣ ଭାରତୀୟ ନାଗରିକଙ୍କ ମୃତ୍ୟୁ ଘଟିଛି ଏବଂ ଜଣେ ନିଖୋଜ ଅଛନ୍ତି। ଭାରତ…

ପ୍ରେମିକଙ୍କୁ ବିବାହ କଲେ ଭାଇରାଲ ଗର୍ଲ ମୋନାଲିସା: ବାପାଙ୍କ ନାଁରେ ଆଣିଲେ ସାଂଘାତିକ ଅଭିଯୋଗ

ମହାକୁମ୍ଭ ଭାଇରାଲ ଗର୍ଲ ମୋନାଲିସା ପୁଣି ଥରେ ଚର୍ଚ୍ଚାରେ ଆସିଛନ୍ତି। ସେ ପ୍ରେମିକ ଫରମାନ ଖାନଙ୍କୁ ବିବାହ କରିଛନ୍ତି। ମୋନାଲିସା ଅରୁମାନୁର ମନ୍ଦିରରେ ଫରମାନଙ୍କୁ ବିବାହ କରିଥିଲେ।…

ଯୁଦ୍ଧ ଭିତରେ ଚାଇନା ପାଇଁ ଭାରତ କଲା ଏମିତି କାମ, କାବା ହେଇଗଲେ ଟ୍ରମ୍ପ!

ନୂଆଦିଲ୍‌ଲୀ,୧୨।୩: ନୂଆଦିଲ୍ଲୀର ନିବେଶ ସଚିବ କହିଛନ୍ତି ଯେ ଭାରତ ଏକ ଫାଷ୍ଟ-ଟ୍ରାକ ଅନୁମୋଦନ ବ୍ୟବସ୍ଥା ମାଧ୍ୟମରେ ଅଧିକ କ୍ଷେତ୍ରରେ ଚାଇନା ନିବେଶକୁ ଅନୁମତି ଦେବ। ଅମରଦୀପ ସିଂହ…

ଯୁଦ୍ଧ ଭିତରେ ଭାରତକୁ ନେଇ ଟ୍ରମ୍ପଙ୍କ ବଡ଼ ବୟାନ, ଚମକି ପଡିଲା ଚାଇନା

ନୂଆଦିଲ୍‌ଲୀ,୧୨।୩: ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଭାରତ ତାର ଶକ୍ତି ଯୋଗାଣକୁ ସୁରକ୍ଷିତ ରଖିବା ପାଇଁ ରୁଷିଆରୁ ତୈଳ କ୍ରୟ ପୁନଃ ଆରମ୍ଭ କରିବାକୁ ନିଷ୍ପତ୍ତି…

ଅଧରାତିରେ ପରିବାରର ୩ ଜଣଙ୍କୁ ହତ୍ୟା କରି ଫେରାର ବୃଦ୍ଧ: ଥାନାରେ ପହଞ୍ଚିଲେ ପୁଅ

ଦେବଗଡ଼,୧୨।୩(ଶଶାଙ୍କ ଶେଖର ଝାଙ୍କର) ଗୋଟିଏ ପରିବାରର ୩ ଜଣଙ୍କୁ ନିର୍ମମ ହତ୍ୟା। ଏଥିରେ କୁଣ୍ଢେଇଗୋଳା ଥାନା ଗରିଆପାଲି ଗ୍ରାମରେ ଘଟିଛି ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡ। ସ୍ତ୍ରୀ, ବୋହୂ…

ଭାରତକୁ ବଡ଼ ଝଟ୍‌କା ଦେବ ଆମେରିକା: ଆରମ୍ଭ ହୋଇଗଲା…

ଓ୍ବାଶିଂଟନ୍‌,୧୨।୩: ଆମେରିକାର ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ବିଦେଶୀ ଶିଳ୍ପ ଉତ୍ପାଦନ ଉପରେ ଏକ ନୂତନ ବାଣିଜ୍ୟ ତଦନ୍ତ ଆରମ୍ଭ କରିଛି। ରିପୋର୍ଟ ଅନୁଯାୟୀ, ଆମେରିକାର ସୁପ୍ରିମକୋର୍ଟ ଏକ…

ଭୟଙ୍କର ଯୁଦ୍ଧ, ଟେନ୍‌ସନ୍‌ରେ ଭାରତ: ଖୋଲାଗଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌

ଦୁବାଇ/ନୂଆଦିଲ୍ଲୀ,୧୨ା୩ (ଏ.ପି./ରଏଟର୍ସ):ମଧ୍ୟପ୍ରାଚ୍ୟର ଯୁଦ୍ଧର ଭୟଙ୍କର ପରିଣାମ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜରେ ଦେଖିବାକୁ ମିଳିଛି। ଏହି ସାମୁଦ୍ରିକ ଜଳପଥ ଦେଇ ଆସୁଥିବା ତୈଳ ପରିବହନକାରୀ ବାଣିଜି୍ୟକ ଜାହାଜଗୁଡ଼ିକୁ ଇରାନ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri