ଜାଣିଶୁଣି ବଡ଼ ଭୁଲ୍‌…

କ୍ୱିଭ୍‌/ଓ୍ବାଶିଂଟନ/ମସ୍କୋ, ୫।୩ : ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଜାଣିଶୁଣି ବଡ଼ ଭୁଲ୍‌ କରିଦେଇଥିବା ନେଇ ଏବେ ଚର୍ଚ୍ଚା ହେଉଛି। ନାଟୋ ଏବଂ ରୁଷିଆ ମଧ୍ୟରେ ୟୁକ୍ରେନ୍‌ କେବଳ ବଳିର ଛେଳି ହୋଇ ରହି ଯାଇଛି। ନାଟୋର ସହାୟତା ମିଳିବା ଆଶାରେ ଜେଲେନସ୍କି ଯୁଦ୍ଧ ଲଢୁଥିଲେ ମଧ୍ୟ ଏବେ ତାଙ୍କୁ ନିରାଶ ହେବାକୁ ପଡ଼ିଛି। ନାଟୋ ନୋ ଫ୍ଲାଏ ଜୋନ୍‌ ଘୋଷଣା କରିବାକୁ ମନା କରିଛି।

ଫଳରେ ଜେଲେନସ୍କି ଏବେ ଅଡୁଆରେ ପଡ଼ିଛନ୍ତି। ଜେଲେନସ୍କି କହିଛନ୍ତି ଯେ, ଏହା ଦ୍ୱାରା ୟୁକ୍ରେନ୍‌ର ସମସ୍ତ ଗାଁ ଏବଂ ସହରରେ ବୋମା ବର୍ଷା ହେବାର ଆଶଙ୍କା ବଢ଼ିଯାଇଛି। ରୁଷିଆ ଯୁଦ୍ଧ ବିମାନ ନାଟୋ ଉପର ଦେଇ ଆସୁଥିଲେ ମଧ୍ୟ ସଦସ୍ୟ ରାଷ୍ଟ୍ର ୟୁକ୍ରେନ୍‌ର ନୋ ଫ୍ଲାଏ ଜୋନ୍‌ ଘୋଷଣା ଦାବିକୁ ଶେଷରେ ମନା କରି ଦେଇଛନ୍ତି।

ସେହିପରି ଯୁଦ୍ଧ ଆରମ୍ଭ ହେବା ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଏଥିରେ ଯୋଗଦେବାକୁ ମନା କରିଦେଇଥିଲେ। ୟୁକ୍ରେନ୍‌ରେ ଆମେରିକା ସୈନ୍ୟ ପ୍ରବେଶ କରିବେ ନାହିଁ ବୋଲି ସେ ରୋକଠୋକ୍‌ କହିଥିଲେ।

ଫଳରେ ୟୁକ୍ରେନ୍‌ କେବଳ ଯୁଦ୍ଧ ପଡ଼ିଆ ହିଁ ପାଲଟି ଯାଇଛି।

ଏହା ସହିତ ରୁଷିଆ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ୍‌ ଜୋର୍‌ଦାର ଆକ୍ରମଣ ଜାରି ରଖିଛନ୍ତି। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜିମି କାର୍ଟରଙ୍କ ଜାତୀୟ ସୁରକ୍ଷା ପରାମର୍ଶଦାତା ଜିବିଗ୍ନିୟେବ ବ୍ରୁିଜେନ୍ସକି ଦଶନ୍ଧି ପୂର୍ବରୁ ତାଙ୍କ ପୁସ୍ତକ ‘ଦ ଗ୍ରାଣ୍ଡ ଚେସ ବୋର୍ଡ’ରେ ଏହି ପ୍ରଶ୍ନ ଉଠାଇଥିଲେ ଯେ ଆମେରିକା ୟୁକ୍ରେନକୁ କାହିଁକି ସହାୟତା କରିବ କିମ୍ବା ୟୁକ୍ରେନକୁ କାହିଁକି ସମର୍ଥନ କରିବ? ଏହାର ଜବାବ ଦେଇ ସେ ତାଙ୍କ ପୁସ୍ତକରେ ଉଲ୍ଲେଖ କରିଥିଲେ ଯେ ୟୁକ୍ରେନ ବିନା ରୁଷିଆ କେବଳ ଏସୀୟ ସାମ୍ରାଜ୍ୟବାଦୀ ଦେଶ ହୋଇ ରହିଯିବ।

ଏହା ଦ୍ୱାରା ମଧ୍ୟ ଏସୀୟ ଦେଶଗୁଡିକର ବିବାଦରେ ରୁଷିଆ ଜଡ଼ିତ ହୋଇଯିବ। ଅପରପକ୍ଷେ, ଯଦି ୟୁକ୍ରେନ ରୁଷିଆର ନିୟନ୍ତ୍ରଣରେ ରୁହେ ତେବେ ଏହାକୁ ଏକ ’ଶକ୍ତିଶାଳୀ ସାମ୍ରାଜ୍ୟବାଦୀ ଶକ୍ତି’ ପାଲଟିଯିିବ। ବ୍ରୁିଜେନ୍ସକଙ୍କ ବିବୃତ୍ତି ଏବେ ଆମେରିକାର ବୈଦେଶିକ ନୀତିର ଏକ ମୁଖ୍ୟ ସିଦ୍ଧାନ୍ତ ପାଲଟିଛି। ବିଶେଷ କରି ଶୀତଳ ଯୁଦ୍ଧ ପରେ ରୁଷିଆକୁ ଦୁର୍ବଳ କରିବାକୁ ହେଲେ ୟୁକ୍ରେନକୁ ଏଥିରୁ ଅଲଗା ହେବାକୁ ପଡିବ।

ଏହି ଆମେରିକୀୟ ନୀତି ଅନୁଯାୟୀ, ୟୁକ୍ରେନ ଏବେ ଆମେରିକା ଏବଂ ରୁଷିଆ ମଧ୍ୟରେ ଚେସ୍‌ ବୋର୍ଡର ମୋହରା ପାଲଟିଛି। ୟୁକ୍ରେନ ପ୍ରକୃତରେ ରୁଷିଆ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏହା ରୁଷିଆର ପରିଚୟ ସହିତ ଜଡିତ ଏକ ପ୍ରସଙ୍ଗ। ୟୁକ୍ରେନ, ଏକ ଖଣ୍ଡବିଖଣ୍ଡିତ ସୋଭିଏତ୍‌ ୟୁନିଅନର ଅଂଶ ହୋଇ ରୁଷିଆ ସହିତ ପ୍ରାଚୀନ କାଳରୁ ସାଂସ୍କୃତିକ, ଅର୍ଥନୈତିକ ଏବଂ ରାଜନୈତିକ ସମ୍ପର୍କ ରଖିଛି।

୧୯୯୧ରେ ସୋଭିଏତ୍‌ ୟୁନିଅନର ବିଲୋପ ପରେ ୟୁକ୍ରେନ, ୟୁରୋପରେ ଦ୍ୱିତୀୟ ବୃହତ୍ତମ ଦେଶର ମାନ୍ୟତା ହାସଲ କରିଛି। ୟୁକ୍ରେନର ପଶ୍ଚିମ ଭାଗ ୟୁରୋପୀୟ ଦେଶ ବିଶେଷ କରି ପୋଲାଣ୍ଡ ସହିତ ଘନିଷ୍ଠ ସମ୍ପର୍କ ରହିଛି । ୟୁକ୍ରେନର ପଶ୍ଚିମ ଭାଗରେ ଜାତୀୟତାର ଭାବନା ଶକ୍ତିଶାଳୀ । ତଥାପି, ୟୁକ୍ରେନରେ ମଧ୍ୟ ରୁଷୀୟ ଭାଷାଭାଷୀ ସଂଖ୍ୟାଲଘୁଙ୍କ ସଂଖ୍ୟା ରହିଛି ଏବଂ ବିକଶିତ ପୂର୍ବ ଅଞ୍ଚଳରେ ଏହି ଲୋକମାନେ ଅଧିକ ଅଛନ୍ତି।

୨୦୧୪ରେ ୟୁକ୍ରେନ ରାଷ୍ଟ୍ରପତି ବିକାଶ ୟାନୁକୋଭିଚଙ୍କ ବିରୁଦ୍ଧରେ ବିଦ୍ରୋହ ଆରମ୍ଭ ହୋଇଥିଲା। ସେ ରୁଷିଆକୁ ସମର୍ଥନ କରୁଥିଲେ। ଏହାର ସୁଯୋଗ ନେଇ ରୁଷିଆ ୟୁକ୍ରେନର କ୍ରିମିୟା ଉପରେ ଦଖଲ କରିନେଲା। ସୂଚନାଯୋଗ୍ୟ ଯେ ସେହି ସମୟରେ ବାରାକ ଓବାମା ରାଷ୍ଟ୍ରପତି ଏବଂ ଜୋ ବାଇଡେନ ଉପରାଷ୍ଟ୍ରପତି ଥିଲେ। ସେବେଠାରୁ ୟୁକ୍ରେନ୍‌କୁ ମୋହରା କରି ଆମେରିକା ଏବଂ ରୁଷିଆ ନିଜ ନିଜର ପତିଆରା ବୃଦ୍ଧିର ପ୍ରୟାସ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri