Posted inଜାତୀୟ

ଏତେ କୋଟି ଟଙ୍କା କରଜ କରିଛନ୍ତି ଏଏପିର ବଡ଼ ବଡ଼ ନେତା, ଜାଣନ୍ତୁ କେଜରିଓ୍ବାଲଙ୍କ କେତେ?

ନୂଆଦିଲ୍ଲୀ,୧୭।୧: ଦିଲ୍ଲୀର ନିର୍ବାଚନ ଲଢ଼େଇରେ ଆମ ଆଦମୀ ପାର୍ଟିର ସମସ୍ତ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ଦାଖଲ କରିଛନ୍ତି। ନିର୍ବାଚନୀ ସତ୍ୟପାଠ ଅନୁଯାୟୀ ବଡ଼ ତଥ୍ୟର ଖୁଲାସା ହୋଇଛି। ଦିଲ୍ଲୀର ୧୦ଜଣ ଏଏପିର ବଡ଼ ନେତାଙ୍କ ମଧ୍ୟରୁ ୭ ଜଣ କରଜରେ ବୁଡି ରହିଛନ୍ତି। ତାହା ମଧ୍ୟ ବଡ଼ ରକମର। ସତ୍ୟେନ୍ଦ୍ର ଜୈନଙ୍କ ଉପରେ ସର୍ବାଧିକ ୧୩ କୋଟି ଟଙ୍କା ଋଣ ଅଛି। ମନୀଷ ସିସୋଦିଆ ପରିବାର ଉପରେ ୧.୫ କୋଟି ଟଙ୍କା ଏବଂ ଅବଧ ଓଝାଙ୍କ ଉପରେ ୧ କୋଟି ଟଙ୍କା ଋଣ ଅଛି। କିନ୍ତୁ ମୁଖ୍ୟମନ୍ତ୍ରୀ ଆତିଶୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏବଂ ମନ୍ତ୍ରୀ ଗୋପାଳ ରାୟଙ୍କ ଉପରେ ଗୋଟିଏ ଟଙ୍କା ମଧ୍ୟ ଋଣ ନାହିଁ।

ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ମୋଟ ସମ୍ପତ୍ତି ପ୍ରାୟ ୧.୫ କୋଟି ଟଙ୍କା। ଏଥିରେ ୫୦ ଲକ୍ଷ ଟଙ୍କାର ସ୍ଥାବର ସମ୍ପତ୍ତି ଏବଂ ୧ କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତି ଅନ୍ତର୍ଭୁକ୍ତ। ତଥାପି, ସିସୋଦିଆଙ୍କ ଉପରେ ୧.୫୪ କୋଟି ଟଙ୍କାର ଋଣ ଅଛି। ର୍ନିବାଚନ କମିଶନଙ୍କ ନିକଟରେ ଦାଖଲ ହୋଇଥିବା ସତ୍ୟପାଠରେ କୁହାଯାଇଛି ଯେ ମନୀଷ ସିସୋଦିଆଙ୍କ ସ୍ତ୍ରୀ ତାଙ୍କ ପୁଅର ପାଠପଢା ପାଇଁ ୩ଜଣଙ୍କଠାରୁ ୧.୫୪ କୋଟି ଟଙ୍କା ଋଣ ନେଇଛନ୍ତି। ଏହି ଋଣ ନଗଦରେ ନିଆଯାଇଛି। ୨୦୨୦ରେ, ମନୀଷ ସିସୋଦିଆଙ୍କ ଉପରେ ଗୋଟିଏ ଟଙ୍କା ମଧ୍ୟ ଋଣ ନଥିଲା। ସେତେବେଳେ ତାଙ୍କର ସମ୍ପତ୍ତିର ମୂଲ୍ୟ ପ୍ରାୟ ୯୩ ଲକ୍ଷ ଥିଲା।

ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ପୁଣି ଥରେ ଶାକୁର ବସ୍ତି ଆସନରୁ ର୍ନିବାଚନ ମଇଦାନରେ ଅଛନ୍ତି। ଜୈନ ତାଙ୍କ ସତ୍ୟପାଠରେ କହିଛନ୍ତି ଯେ ତାଙ୍କର ପ୍ରାୟ ୧୩ କୋଟି ଟଙ୍କାର ଋଣ ଅଛି। ଏହି ଋଣ ଆୟକର ବିଭାଗ ସହିତ ଜଡିତ। ଜୈନଙ୍କ ଅନୁଯାୟୀ, କୋର୍ଟରେ ବିଚାରାଧୀନ ଟିକସ ମାମଲାରେ ଆଇଟି ତାଙ୍କ ଉପରେ ୧୩ କୋଟି ଟଙ୍କାର ଦେୟ ପ୍ରସ୍ତୁତ କରିଛି। ସତ୍ୟେନ୍ଦ୍ର ଜୈନ କେଜରିୱାଲ ସରକାରରେ ମନ୍ତ୍ରୀ ରହିସାରିଛନ୍ତି। ଜୈନଙ୍କର ପ୍ରାୟ ୭.୫ କୋଟି ଟଙ୍କାର ସମ୍ପତ୍ତି ଅଛି। ଏଥିରେ ୨ କୋଟି ଟଙ୍କାର ସ୍ଥାବର ସମ୍ପତ୍ତି ଏବଂ ୪.୫ କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତି ଅନ୍ତର୍ଭୁକ୍ତ।

ମନ୍ତ୍ରୀ ସୌରଭ ଭରଦ୍ୱାଜ ଗ୍ରେଟର କୈଳାସରୁ ର୍ନିବାଚନ ଲଢ଼ୁଛନ୍ତି। ଏହା ତୃତୀୟ ଥର ଯେବେ ଆପ ଏଠାରୁ ସୌରଭଙ୍କୁ ଟିକେଟ ଦେଇଛି। ସୌରଭ ଭରଦ୍ୱାଜଙ୍କ ଉପରେ ୪୬ ଲକ୍ଷ ଟଙ୍କା ଋଣ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର

ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

୨୦୨୫ରେ ବଦଳିଲା ଚାକିରିର ରୂପରେଖ: ଜାଣନ୍ତୁ କେଉଁ କ୍ୟାରିୟରକୁ ଅଧିକ ବାଛିଲେ ଜେନ ଜି?

ନୂଆଦିଲ୍ଲୀ,୨୮ା୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ପ୍ରଭାବ ଏବଂ ଅର୍ଥନୈତିକ ଅସ୍ଥିରତା ଯୋଗୁଁ ୨୦୨୫ ମସିହାରେ ନୂତନ ଗ୍ରାଜୁଏଟମାନେ ନିଜର କର୍ମକ୍ଷେତ୍ର ବାଛିବା ଶୈଳୀରେ ବ୍ୟାପକ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

ବାଲେଶ୍ୱରରେ କାଠ ମାଫିଆଙ୍କ ଆତଙ୍କ: ବନ ବିଭାଗ ଗାଡ଼ି ଭଙ୍ଗାରୁଜା ସହ ଜବତ ଗାଡ଼ି ଛଡ଼ାଇ ନେଲେ

ବାଲେଶ୍ୱର,୨୮ା୧୨: ନୀଳଗିରି ବନଖଣ୍ଡରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ବନବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ନେଇଗଲେ ଜବତ ହୋଇଥିବା କାଠ ବୋଝେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri