ରାଜ୍ୟ ସରକାରଙ୍କ ବଡ଼ ସୂଚନା, ରାସନ କାର୍ଡରୁ କଟିଲେ ପାଖାପାଖି ୨ଲକ୍ଷ ଲୋକ! ଲିଷ୍ଟରେ ଅଛି କି ଆପଣଙ୍କ ନାଁ…

ଭୁବନେଶ୍ୱର,୨୭।୧୧:ରାସନ କାର୍ଡକୁ ନେଇ ରାଜ୍ୟ ସରକାରଙ୍କ ବଡ ଘୋଷଣା । ବାଦ୍‌ ପଡିଲେ ଅଯୋଗ୍ୟ ହିତାଧିକାରୀ । ସମସ୍ତ ଅଯୋଗ୍ୟ ହିତାଧିକାରୀ ଯେଉଁମାନେ ରାସନ ପାଉଥିଲେ ସେମାନଙ୍କର ରାସନ କାର୍ଡ କାଟିଲେ ରାଜ୍ୟ ସରକାର । ଅଯୋଗ୍ୟ ହିତାଧିକାରୀଙ୍କ ରାସକ କାର୍ଡ କଟାଯାଇଥିବା ବିଧାନସଭାରେ ସୂଚନା ଦେଇଛନ୍ତି ରାଜ୍ୟ ସରକାର । ରାସନ କାର୍ଡରୁ ବାଦ ପଡ଼ିଲେ ୧ ଲକ୍ଷ ୭୭ ହଜାର ହିତାଧୀକାରୀ। ବର୍ତ୍ତମାନ E-KYC ପ୍ରକ୍ରିୟା ଜାରି ରହିଥିବାଳ ବେଳେ ଧରାପଡିଯାଇଛନ୍ତି ଅଯୋଗ୍ୟ ହିତାଧିକାରୀ।

ବିଧାନସଭାରେ ଶୀତକାଳୀନ ଅଧିବେଶନ ଜାରି ରହିଥିବା ବେଳେ ରାସନ କାର୍ଡ ପ୍ରସଙ୍ଗ ଉଠିଥିଲା । ଯାହାର ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ରାସନକାର୍ଡ ହିତାଧିକାରୀଙ୍କ ଚାଲିଛି EKYC। ବର୍ତ୍ତମାନ ସୁଦ୍ଧା EKYC ପ୍ରକ୍ରିୟାରେ ୧ ଲକ୍ଷ ୭୭ ହଜାର ୬୮ ଜଣ ମୃତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ରାସନ କାର୍ଡ ରୁ ବାଦ ଦିଆଯାଉଛି। ମୋଟ ୩ କୋଟି ୩୬ ଲକ୍ଷ ୩୫ ହଜାର ୩୧୮ ହିତାଧିକାରୀଙ୍କ ମଧ୍ୟରୁ ଆଜି ସୁଦ୍ଧା ୨ କୋଟି ୬୯ ଲକ୍ଷ ୨୩ ହଜାର ୮୩୦ ଜଣଙ୍କ EKYC ସରିଛି।

ମନ୍ତ୍ରୀ କହିଛନ୍ତି, ଖାଲି ସ୍ଥାନର ନୂଆ ହିତାଧିକାରୀକୁ କାର୍ଡ ଦିଆଯିବ। ବର୍ତ୍ତମାନ ସୁଦ୍ଧା ୬ ଲକ୍ଷ ୧୯ ହଜାର ୮୩୬ ଜଣ ନୂଆ ରାସନ କାର୍ଡ ପାଇଁ ଆବେଦନ କରିଛନ୍ତି। ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଆଧାର ଇ- କେ.ୱାଇ.ସି ଯାଞ୍ଚ ସମୟରେ ଚିହ୍ନିତ ହେଉଥିବା ମୃତ ହିତାଧିକାରୀଙ୍କୁ ବାଦ ଦିଆଯାଇ, ଆଗକୁ ପୁଣି ଯେତେ ସ୍ଥାନ ଖାଲି ହେବ, ସେହି ସ୍ଥାନରେ, ଯୋଗ୍ୟ ଆବେଦନକାରୀଙ୍କୁ ନୂତନ ରାସନ କାର୍ଡ଼ ଯଥାଶୀଘ୍ର ଯୋଗାଇ ଦିଆଯିବ। ଆଜିସୁଦ୍ଧା, ରାଜ୍ୟରେ ନୂତନ ରାସନ କାର୍ଡ଼ ନିମନ୍ତେ ୬,୧୯,୮୩୬ ଆବେଦନ ପତ୍ର ହସ୍ତଗତ ହୋଇଥିବା ଗୃହରେ କହିଛନ୍ତି ମନ୍ତ୍ରୀ ।

 


Enter your email to get our daily news in your inbox.

All Right Reserved By Dharitri.Com

ଡେଲିଭରି ଏଜେଣ୍ଟଙ୍କ ପାଇଁ କମ୍ପାନୀ କଲା ବଡ଼ ଘୋଷଣା, ବଢିବ ଇନକମ୍‌

ନୂଆଦିଲ୍ଲୀ,୩୧।୧୨:ଡିସେମ୍ୱର 31 ତାରିଖରେ ଡେଲିଭରି କର୍ମଚାରୀମାନେ ଧର୍ମଘଟ ଘୋଷଣା କରିଛନ୍ତି। ଏହି ସମୟରେ, ଜୋମାଟୋ ଏବଂ ସ୍ୱିଗି ଅଧିକ ଦରମା ଏବଂ ବୀମା ପାଇଁ ପ୍ରତିବାଦ...

ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର

ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...

ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ, କହିଲେ ନୂଆ ସରକାରରେ…

ଭୁବନେଶ୍ବର,୩୧ା୧୨: ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ । ସେ ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ।...

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...

ଜରି ଅଖାରେ ଧାନ ନେଲାନି ସୋସାଇଟି, ଚାଷୀ ରାସ୍ତା ଅବରୋଧ କରି…

ବୌଦ୍ଧ,୩୧ା୧୨(ଅଜିତ କୁମାର ବାରିକ): ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନେବାକୁ ମନା କରାଯିବାରୁ ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକୋ କରିଛନ୍ତି। ସୂଚନା ମୁତାବକ ବୌଦ୍ଧ...

ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ କଲବଲ କରିବ କୁହୁଡ଼ି, ୯ ଜିଲ୍ଲାକୁ ଅରେଞ୍ଜ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨: ଗତ କିଛି ଦିନ ହେବ ରାଜ୍ୟରେ ଘନ କୁହୁଡ଼ି ଦେଖାଯାଉଥିବା ବେଳେ ଏପରି ସ୍ଥିତି ଆହୁରି କିଛିଦିନ ଲାଗି ରହିବ । ଏନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri