ସରସ୍ବତୀ ପୂଜାରେ ପୁରୀରେ ବଡ ଅଘଟଣ: ଜଗନ୍ନାଥ ବସ ଧକ୍କାରେ…

ପୁରୀ,୨୩।୧: ସରସ୍ବତୀ ପୂଜା ଅବସରରେ ପୁରୀରେ ଏକ ବଡ ଅଘଟଣ ଘଟିଛି। ଜଗନ୍ନାଥ ବସ ଧକ୍କାରେ ବୃଦ୍ଧା ଆହତ ହୋଇଥିବା ପ୍ରାଥମିକ ସୂଚନାରୁ ଜଣାପଡିଛି । ଗୁରୁତର ଅବସ୍ଥାରେ ବୃଦ୍ଧାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ନବକଳେବର ରୋଡରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିବାବେଳେ ଉତ୍ତ୍ୟକ୍ତ ସ୍ଥାନୀୟ ଲୋକ ବସକୁ ରୋକିଛନ୍ତି। ଯାହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖା ଯାଇଛି। ଖବର ପାଇ ଘଟଣାସ୍ଥଳରେ କୁମ୍ଭାରପଡା ଥାନା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ବସକୁ ଜବତ କରିଥିବା ସୂଚନା ମିଳିଛି । ତେବେ ଆହତ ବୃଦ୍ଧାଙ୍କ ପରିଚୟ ମଳିନାହିଁ ।

ସୂଚନାଯୋଗ୍ୟ, ସ୍ଥାନୀୟ ଅଞ୍ଚଳରେ ଭଡା ରହୁଥିଲେ। ଅଧିକ ଚିକିତ୍ସା ନିମନ୍ତେ ଭୁବନେଶ୍ୱର ସ୍ଥାନାନ୍ତର
କ୍ଷତିପୂରଣ ଦାବିରେ ଲୋକଙ୍କ ରାସ୍ତାରୋକୋ ପୋଲିସର ଅଧିକାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ରହି ଲୋକଙ୍କୁ ବୁଝାସୁଝା ଜାରି ଗାଡ଼ି ମଟର ଯାତାୟାତ ବାଧାପ୍ରାପ୍ତ ହୋଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଗ୍ୟାସ ସଙ୍କଟ ମଧ୍ୟରେ ମନ୍ତ୍ରୀମାନଙ୍କୁ ଚେତାବନୀ ଦେଲେ ପ୍ରଧାନମନ୍ତ୍ରୀ, ଗୁଜବ ପ୍ରଚାରକଙ୍କ ଉପରେ….

ନୂଆଦିଲ୍ଲୀ,୧୨।୩:  ଇରାନରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଦେଶର ଅଧିକାଂଶ ସ୍ଥାନରେ ଗ୍ୟାସର ଅଭାବ ଦେଖାଯାଉଛି । ଏଲପିଜି ସିଲିଣ୍ଡର ପାଇଁ ଲମ୍ବା ଧାଡ଼ି ନିରନ୍ତର ଖବର ଶିରୋନାମା ପାଲଟିଛି…

‘ଶୁବମନ ଗିଲ୍‌ଙ୍କ ପାଇଁ ଟିମ ଇଣ୍ଡିଆରେ କୌଣସି ସ୍ଥାନ ନାହିଁ’, ପୂର୍ବତନ କ୍ରିକେଟରଙ୍କ ବିସ୍ଫୋରକ ବୟାନ

ନୂଆଦିଲ୍ଲୀ,୧୨।୩: ଟିମ ଇଣ୍ଡିଆ ୨୦୨୬ ଟି-୨୦ ବିଶ୍ୱକପ ଜିତିଛି। ବିଶ୍ୱକପ ଶେଷ ହେବା ପରେ, କ୍ରିକେଟ ବିଶେଷଜ୍ଞ ଆକାଶ ଚୋପ୍ରା ଯୁବ ଖେଳାଳି ଶୁବମନ ଗିଲ୍‌ଙ୍କ ସମ୍ପର୍କରେ…

ଯୁଦ୍ଧ ପାଇଁ ହେବନାହିଁ ଆଇପିଏଲ! ଆସିଲା ବଡ଼ ଅପଡେଟ୍‌, କ୍ରିକେଟ୍‌ ପ୍ରେମୀଙ୍କୁ ଲାଗିବ ଝଟ୍‌କା

ନୂଆଦିଲ୍ଲୀ,୧୨।୩: IPL ୨୦୨୬ ମାର୍ଚ୍ଚ ୧୮ ତାରିଖରେ ଆରମ୍ଭ ହେବାକୁ ଯାଉଛି। BCCI ମାର୍ଚ୍ଚ ୧୧ ତାରିଖରେ ପ୍ରଥମ ୨୦ ମ୍ୟାଚ ପାଇଁ କାର୍ଯ୍ୟସୂଚୀ ପ୍ରକାଶ କରିଛି।…

ଭାରତକୁ ବଡ଼ ଅଫର୍‌ ଦେଲା ରୁଷିଆ, ଛାନିଆ ହେଲା ଆମେରିକା!

ନୂଆଦିଲ୍‌ଲୀ,୧୨।୩: ଭାରତୀୟ ବାୟୁସେନା ତାର ଲଢ଼ୁଆ ବିମାନ ଅଭାବକୁ ପୂରଣ କରିବା ପାଇଁ ଫ୍ରାନ୍ସ ସହିତ ୧୧୪ଟି ରାଫେଲ ଲଢ଼ୁଆ ବିମାନ ପାଇଁ ଏକ ଚୁକ୍ତି ସ୍ୱାକ୍ଷର…

ଆଜି ୧୦୦୦ଟଙ୍କା ପାର୍‌ କଲା ସିଲିଣ୍ଡର ଦାମ୍‌, କାଲିଠୁ ଓଡ଼ିଶାରେ…

ନୂଆଦିଲ୍ଲୀ,୧୨।୩: ଯଦି ଆପଣ ଗତ କିଛି ଦିନ ଧରି ଗ୍ୟାସ ସିଲିଣ୍ଡର ବିତରଣରେ ବିଳମ୍ବ ଅନୁଭବ କରୁଛନ୍ତି କିମ୍ବା ଦର ବୃଦ୍ଧି ନେଇ ଚିନ୍ତିତ ଅଛନ୍ତି, ତେବେ…

ଗ୍ୟାସ ସିଲିଣ୍ଡରର ଟେନସନ ଶେଷ! ତେଲ-ଗ୍ୟାସ ପାଇଁ ୫ ନୂଆ ରାସ୍ତା ଖୋଜିଲେ ଭାରତ ସରକାର, ଏଣିକି…

ନୂଆଦିଲ୍ଲୀ,୧୨।୩: ହର୍ମୁଜ ପ୍ରଣାଳୀ ଦେଇ ଉପସାଗରୀୟ ଦେଶଗୁଡ଼ିକରୁ ତୈଳ ଏବଂ ଗ୍ୟାସ ଯୋଗାଣରେ ବାଧା ସୃଷ୍ଟି ହେବା ପରେ ଭାରତ ବିକଳ୍ପ ମାର୍ଗ ଅନୁସନ୍ଧାନ ଆରମ୍ଭ କରିଛି।…

ଆମେରିକାର ନୂଆ ଚାଲ୍‌: ଫସିଯିବ ଭାରତ, ଚାଇନା ବି….

ଓ୍ବାଶିଂଟନ୍‌,୧୨।୩: ଆମେରିକାର ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଭାରତ, ଚାଇନା ଏବଂ ବାଂଲାଦେଶ ସମେତ ୧୬ ପ୍ରମୁଖ ବାଣିଜି୍ୟକ ଅଂଶୀଦାରଙ୍କ ବିରୋଧରେ ଏକ ନୂତନ ତଦନ୍ତ ଆରମ୍ଭ କରିଛି।…

ଯୁଦ୍ଧ ଭିତରେ ଭାରତକୁ ବଡ଼ ଝଟ୍‌କା, ଅଚାନକ ଅଧା ଖସିଗଲା ଏହି ଜିନିଷର ଦାମ୍‌

ନୂଆଦିଲ୍ଲୀ,୧୨।୩: ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହା କେବେ ଶେଷ ହେବ ସେ ବିଷୟରେ କୌଣସି ନିଶ୍ଚିତତା ନାହିଁ। ଉଭୟ ପକ୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri