Categories: ଜାତୀୟ

ଇସ୍କନ ମନ୍ଦିରରେ ଚାଲିଛି ବଡ଼ ଖେଳ,ଖୁବ୍‌ଶୀଘ୍ର କରିବି ପର୍ଦ୍ଦାଫାଶ: ତେଜ ପ୍ରତାପ

ପାଟନା,୧୩।୫: ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ପୁଅ ତେଜ ପ୍ରତାପ ଯାଦବ ନିଜ ମନ୍ତବ୍ୟ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ସେ ପାଟନାରେ ଥିବା ଇସ୍କନ ମନ୍ଦିର ବିଷୟରେ ଏକ ଟୁଇଟ୍‌ କରିଛନ୍ତି। ସେ ତାଙ୍କ ଅଫିସିଆଲ ଟୁଇଟର୍‌ ହ୍ୟାଣ୍ଡେଲରେ ଲେଖିଛନ୍ତି, ଖୁବ ଶୀଘ୍ର ସେ ଇସ୍କନ ମନ୍ଦିରରେ ଚାଲିଥିବା ବଡ ଖେଳ ବିଷୟରେ ପର୍ଦ୍ଦାଫାଶ କରିବେ। ତେବେ ସେ ଏହା ବିଷୟରେ କେବେ ଓ କିପରି ପ୍ରକାଶ କରିବେ ତାହା କହି ନାହାଁନ୍ତି।
ଏହାପୂର୍ବରୁ ତେଜ ପ୍ରତାପ ଯାଦବ ପାଟନାରେ ଥିବା ଇସ୍କନ ମନ୍ଦିର ପରିଚାଳନା ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ। ଏହି ମନ୍ଦିରକୁ ଧ୍ୱଂସ କରାଯାଉଛି। ଏଠାରେ ମହିଳାମାନଙ୍କ ଶୋଷଣ କରରାଯାଉଛି। ଖୁବ ଶୀଘ୍ର ଏହି ବିଷୟରେ ପ୍ରମାଣ ଉପସ୍ଥାପନ କରିବେ ବୋଲି ତେଜ ପ୍ରତାପ କହିଛନ୍ତି।

Share