ଚାକିରି ନାଁରେ ବଡ଼ ଠକେଇ

ଭୁବନେଶ୍ୱର,୧ା୧(ବ୍ୟୁରୋ): ସାରା ଦେଶକୁ ବ୍ୟାପିଛି ଠକେଇ ର଼୍ୟାକେଟ। ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଗୁଜରାଟ, କର୍ନାଟକ, ଆନ୍ଧ୍ରପ୍ରଦେଶ ଆଦି ବିଭିନ୍ନ ରାଜ୍ୟରେ ଜାଲ ବିଛାଇ ଚାକିରି ଆଶାୟୀଙ୍କଠାରୁ କୋଟି କୋଟି ଟଙ୍କା ଠକିନେଇଥିବା ମାଷ୍ଟରମାଇଣ୍ଡ୍‌ଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ଉତ୍ତରପ୍ରଦେଶ ଆଲିଗଡରୁ ଗିରଫ କରିଛି। ସେ ହେଲେ ବି.ଟେକ ପଢୁଆ ଯୁବକ ଜାଫର ଅହମ୍ମଦ (୨୫)। ଇଓଡବ୍ଲ୍ୟୁ ଏକ ମାମଲା (ନଂ.୧୭/୨୦୨୨) ରୁଜୁ କରି ତାଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରିଥିଲା। ପରେ ତାଙ୍କୁ ୫ ଦିନିଆ ଟ୍ରାଞ୍ଜିଟ ରିମାଣ୍ଡରେ ଓଡ଼ିଶା ଆଣି ପଚରାଉଚରା କରୁଛି ଇଓଡବ୍ଲ୍ୟୁ। ଅନ୍ୟ ୨ ଜଣଙ୍କୁ ସନ୍ଦେହରେ ଅଟକ ରଖି ପଚରାଉଚରା କରାଯାଉଛି। ଜାଫର ନକଲି ସରକାରୀ ୱେବ୍‌ସାଇଟ୍‌ ଖୋଲି ଜୀବନ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନା, ଗ୍ରାମୀଣ ସମାଜ ମାନବ ସ୍ବାସ୍ଥ୍ୟ ସେବା, ଭାରତୀୟ ଜନ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନା ଜରିଆରେ ପାଖାପାଖି ୫୦ ହଜାର ଚାକିରି ଆଶାୟୀଙ୍କଠାରୁ ଟଙ୍କା ଠକିନେଇଥିବା ଜଣାପଡିଛି। ଦେଶରେ ଏହା ସବୁଠୁ ବଡ ନିଯୁକ୍ତି ଠକେଇ ର଼୍ୟାକେଟ ବୋଲି ଇଓଡବ୍ଲ୍ୟୁ ଡିଆଇଜି ଜୟନାରାଣୟ ପଙ୍କଜ ସୂଚନା ଦେଇଛନ୍ତି। ଏଥିସହ ଅନ୍ୟ ରାଜ୍ୟର ତଦନ୍ତକାରୀ ସଂସ୍ଥାକୁ ମଧ୍ୟ ଆଲର୍ଟ କରାଯାଇଛି।
ଡିଆଇଜିଙ୍କ ସୂଚନାନୁଯାୟୀ, ବି.ଟେକ୍‌ ପାସ୍‌ କରିଥିବା ପ୍ରାୟ ୩ଜଣ ବ୍ୟକ୍ତି ଓ ଜଣେ ୱେବ୍‌ସାଇଟ୍‌ ଏକ୍ସପର୍ଟଙ୍କୁ ନେଇ ଠକ ଜାଫର ଟିମ୍‌ କରିଥିଲେ। ଏଥିସହ ଏକ ଗ୍ରୁପ୍‌ ତିଆରି କରି କିଛି ପ୍ରଫେଶନାଲ ଇଞ୍ଜିନିୟର ଓ ୱେବ୍‌ସାଇଟ୍‌ ଡେଭଲପରଙ୍କ ସହାୟତାରେ ଠକେଇ ର଼୍ୟାକେଟ ଚଳାଇଥିଲେ। ଉତ୍ତରପ୍ରଦେଶ ଆଲିଗଡରୁ ହିଁ ଏହି ର଼୍ୟାକେଟ ଅପରେଶନ ହେଉଥିଲା। ପୋଲିସ ଗତିବିଧି ଟ୍ରାକ୍‌ କରିବା ପାଇଁ କଲ୍‌ ସେଣ୍ଟରରେ ଚାକାରୀ କରୁଥିବା ୫୦ ଜଣଙ୍କୁ ମାସିକ ୧୫ ହଜାର ଟଙ୍କା ଲେଖାଏ ଦରମା ଦେଇ ରଖିଥିଲେ। ୨୦୨୦ରୁ ଖବରକାଗଜ ଜରିଆରେ ନିଯୁକ୍ତି ବିଜ୍ଞାପନ ଦେଇ ଯୁବତୀଯୁବକଙ୍କୁ ଫସାଉଥିଲେ। ବିଶ୍ୱାସ ଜନ୍ମାଇବା ପାଇଁ ୱେବ୍‌ସାଇଟକୁ ପୂରା ସରକାରୀ ଢାଞ୍ଚାରେ ପ୍ରସ୍ତୁତ କରିଥିଲେ। ପ୍ରତି ଆଶାୟୀଙ୍କଠାରୁ ବିଭିନ୍ନ ପର୍ଯ୍ୟାୟରେ ଟ୍ରେନିଂ ବାବଦକୁ ୩ ହଜାରରୁ ୫୦ ହଜାର ଟଙ୍କା ନେଉଥିଲେ। ଏଥିପାଇଁ ପ୍ରାୟ ୧୦୦ରୁ ଅଧିକ ଲୋକଙ୍କ ନାମରେ ଫେକ୍‌ ବ୍ୟାଙ୍କ ଆକାଉଣ୍ଟ ଖୋଲି ନିର୍ଦ୍ଦିଷ୍ଟ ଜନସେବା କେନ୍ଦ୍ରକୁ ଯାଇ ୧୦ ପ୍ରତିଶତ କମିଶନି ଦେଇ ଟଙ୍କା ଉଠାଉଥିଲେ। ୧oହଜାର ନକଲି ମୋବାଇଲ୍‌ ସିମ୍‌ ଓ ୫ ଶହରୁ ଅଧିକ ମୋବାଇଲ ବ୍ୟବହାର କରୁଥିଲେ। ଟ୍ରୁ କଲରରେ ନାମରେ ପରିବର୍ତ୍ତନ କରୁଥିଲେ। ଠକେଇ କରି ସାରିବାପରେ ମୋବାଇଲ ଓ ସିମ୍‌ଗୁଡିକୁ ଆଲିଗଡର ଏକ ନଦୀକୁ ଫିଙ୍ଗି ଦେଉଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri