Categories: ଜାତୀୟ

ସାର୍ବଜନୀକ ହେବ ଜ୍ଞାନବାପି ମସ୍‌ଜିଦ୍‌ ଉପରେ ASI ସର୍ଭେ ରିପୋର୍ଟ

ବାରାଣସୀ, ୨୪।୧: ଜ୍ଞାନବାପି ମସ୍‌ଜିଦ୍‌ ଉପରେ ଭାରତର ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ(ଏଏସ୍‌ଆଇ)ର ସର୍ଭେ ରିପୋର୍ଟ ସମସ୍ତ ପକ୍ଷକୁ ଦିଆଯିବ। ଏନେଇ ଫାଷ୍ଟ ଟ୍ରାକ୍‌ କୋର୍ଟ ନିଷ୍ପତ୍ତି ନେଇଛନ୍ତି। ତେବେ ବର୍ତ୍ତମାନ ଏହି ନକଲ ସାର୍ବଜନୀନ ହେବ ନାହିଁ। ସନ୍ଧ୍ୟାରେ କୋର୍ଟ ଆଦେଶ ଦେବା ପରେ ପକ୍ଷମାନଙ୍କୁ କୋର୍ଟରେ ଆବେଦନ କରିବାକୁ ପଡ଼ିବ। ଏହାପରେ ସେମାନଙ୍କୁ ସର୍ଭେ ରିପୋର୍ଟର ଏକ ଫଟୋକପି ଦିଆଯିବ।

ନିକଟରେ ବାରାଣସୀର କାଶୀ ବିଶ୍ୱନାଥ ମନ୍ଦିର ନିକଟରେ ଅବସ୍ଥିତ ଜ୍ଞାନବାପି ମସ୍‌ଜିଦରେ ଏଏସ୍‌ଆଇର ସର୍ଭେ କରାଯାଇଥିଲା। ଏହାପରେ ଏହି ରିପୋର୍ଟକୁ ସାର୍ବଜନୀନ କରିବାକୁ ଦାବି କରାଯାଇଥିଲା। ଏ ସମ୍ପର୍କରେ ବାରାଣସୀ କୋର୍ଟରେ ଶୁଣାଣି ହୋଇଥିଲା, ଯେଉଁଥିରେ ରିପୋର୍ଟ ସମସ୍ତ ପକ୍ଷକୁ ଦିଆଯିବ ବୋଲି କୋର୍ଟ କହିଛନ୍ତି।

ଏଏସ୍‌ଆଇ ଦିନକ ପୂର୍ବରୁ ଫାଷ୍ଟ ଟ୍ରାକ କୋର୍ଟରେ ରିପୋର୍ଟ ଦାଖଲ କରିଥିଲା। ଏହି ରିପୋର୍ଟ ସିଭିଲ ଜଜ ସିନିୟର ଡିଭିଜନ ଫାଷ୍ଟ ଟ୍ରାକ କୋର୍ଟରେ ଦାଖଲ କରାଯାଇଥିଲା। ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଏହି ସର୍ଭେ ରିପୋର୍ଟ ଦାଖଲ କରାଯାଇଥିଲା। ଏବେକୋର୍ଟଙ୍କ ନିର୍ଦ୍ଦେଶ ପରେ ଏହା ସ୍ପଷ୍ଟ ହୋଇଛି ଯେ ରିପୋର୍ଟ ସମସ୍ତ ପକ୍ଷଙ୍କୁ ଦିଆଯିବ। ତେବେ ଏହି ସର୍ଭେ ରିପୋର୍ଟକୁ ସାର୍ବଜନୀନ କରିବା ପ୍ରକ୍ରିୟା ଏକ ସପ୍ତାହରୁ ଅଧିକ ସମୟ ନେବ ବୋଲି ଆଶା କରାଯାଉଛି।

Share