କୋର୍ଟଙ୍କ ବଡ଼ ନିଷ୍ପତ୍ତି: ଏଣିକି ଟ୍ରେନ୍‌ରେ ଲଗେଜ୍‌ ଚୋରି ହେଲେ ଜରିମାନା ଦେବ ରେଳ ବିଭାଗ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ…

ନୂଆଦିଲ୍ଲୀ,୬ା୮: ଯଦି ଆପଣ ଟ୍ରେନରେ ଯାତ୍ରା କରୁଛନ୍ତି ଆଉ ଏହି ସମୟରେ ଆପଣଙ୍କ ବ୍ୟାଗ କିମ୍ବା ମୂଲ୍ୟବାନ ଜିନିଷ ଚୋରି ହୋଇଯାଉଛି, ତେବେ ଆଉ ଚିନ୍ତା ନାହିଁ। ଏଣିକି ଟ୍ରେନ୍‌ରେ ଲଗେଜ୍‌ ଚୋରି ହେଲେ ରେଳ ବିଭାଗ କ୍ଷତିପୂରଣ ଭରଣା କରିବ। ଜାଣନ୍ତୁ ପୂରା ତଥ୍ୟ…

ରାଜଧାନୀ ଏକ୍ସପ୍ରେସରେ ଯାତ୍ରା କରୁଥିବା ଏକ ପରିବାରର ଲଗେଜ୍‌ ଚୋରି ହୋଇଯାଇଥିଲା। ମାମଲା ଉପଭୋକ୍ତା କମିଶନକୁ ଯାଇଥିଲା, ଯେଉଁଠାରେ ରେଳ ବିଭାଗ ପକ୍ଷରୁ ଅବହେଳା ପ୍ରମାଣିତ ହେବା ପରେ, ପୀଡ଼ିତ ପରିବାର ସପକ୍ଷରେ ରାୟ ଦିଆଯାଇଥିଲା। କୋର୍ଟ ରେଳ ବିଭାଗକୁ ୮୦୦୦୦ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

ଏହି ଘଟଣା ୧୪ ଡିସେମ୍ବର ୨୦୨୧ରେ ଘଟିଥିଲା। ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ଏବଂ ପିଲାଙ୍କ ସହିତ ରାଜଧାନୀ ଏକ୍ସପ୍ରେସ୍‌ ଟ୍ରେନ ନମ୍ବର ୧୨୪୨୩ର ୩-AC କୋଚ୍‌ରେ ଯାତ୍ରା କରୁଥିଲେ। ଏହି ସମୟରେ ମହିଳାଙ୍କ ହ୍ୟାଣ୍ଡବ୍ୟାଗ୍‌ ଚୋରି ହୋଇଯାଇଥିଲା। ବ୍ୟାଗରେ ପ୍ରାୟ ୧.୫ ତୋଳା ଓଜନର ଏକ ସୁନା ମଙ୍ଗଳସୂତ୍ର, ନଗଦ ୫୦୦୦ ଟଙ୍କା ଏବଂ ଏସ୍‌ବିଆଇର ପାସ୍‌ବୁକ୍‌ ଥିଲା। ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟ ରେଳ ଷ୍ଟେଶନରେ ଟ୍ରେନ୍‌ ପହଞ୍ଚିବା ପରେ ଚୋରି ଘଟଣା ଜଣାପଡ଼ିଥିଲା।

ବ୍ୟାଗ୍‌ଟି ହଜିବା ପରେ, ପରିବାର ପ୍ରଥମେ କୋଚ୍‌ ଆଟେଣ୍ଡାଣ୍ଟଙ୍କୁ ଖୋଜିଥିଲେ, କିନ୍ତୁ ସେ ଡ୍ୟୁଟିରେ ନ ଥିଲେ। ପରେ ସେମାନେ ଟ୍ରେନ୍‌ର ଟିଟିଇ ଏବଂ ଆର୍‌ପିଏଫ୍‌ ଏସ୍କର୍ଟଙ୍କୁ ଘଟଣା ବିଷୟରେ ଜଣାଇଥିଲେ। ଟ୍ରେନ୍‌ ନୂଆଦିଲ୍ଲୀରେ ପହଞ୍ଚିବା ପରେ ଏକ ଏଫ୍‌ଆଇଆର୍‌ ଦାୟର କରାଯାଇଥିଲା। ରେଳବାଇ କହିଛି ଯେ, ଷ୍ଟେଶନ ମାଷ୍ଟର ଚୋରି ବିଷୟରେ କୌଣସି ସୂଚନା ପାଇ ନ ଥିଲେ, ତେଣୁ ରେଳ ବିଭାଗ ଦାୟୀ ନୁହେଁ।

WAP 4 train passes through Munroeisland

କୋର୍ଟ ଶୁଣାଣି ସମୟରେ, ପଠାନକୋଟ କନ୍‌ଜ୍ୟୁମର କୋର୍ଟ ରେଳ ବିଭାଗର ଯୁକ୍ତି ଗ୍ରହଣ କରିବାକୁ ମନା କରିଦେଇଥିଲେ। କୋର୍ଟ କହିଥିଲେ ଯେ, ଯେହେତୁ ରେଳବାଇ ନିଜେ ସ୍ବୀକାର କରିଛି ଆର୍‌ପିଏଫ୍‌ ଏସ୍କର୍ଟଙ୍କ ନିକଟରେ ଅଭିଯୋଗ କରାଯାଇଛି, ତେଣୁ ଏହା କୁହାଯାଇପାରିବ ନାହିଁ ଯେ ରେଳ ପ୍ରଶାସନ ଘଟଣା ବିଷୟରେ ଅଜ୍ଞ ଥିଲା। କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ରେଳବାଇ ପ୍ରମାଣ କରିପାରିଲା ନାହିଁ ଯେ ଘଟଣା ସମୟରେ କୋଚ ଆଟେଣ୍ଡାଣ୍ଟ ଡ୍ୟୁଟିରେ ଥିଲେ। ରେଳବାଇ ତାଙ୍କର ଡ୍ୟୁଟି ରୋଷ୍ଟର ପ୍ରଦାନ କରି ନ ଥିଲା।

Feature: Lost My Rimowa to Bologna - My Nightmare Suitcase Theft In Italy | Secret Life of Fatbacks

କୋର୍ଟ ତାଙ୍କ ନିଷ୍ପତ୍ତିରେ କହିଛନ୍ତି, ବୁକ ହୋଇ ନ ଥିବା ଲଗେଜ ଚୋରି ପାଇଁ କ୍ଷତିପୂରଣ ପ୍ରଦାନ କରିବା ପାଇଁ ରେଳବାଇ ସାଧାରଣତଃ ଦାୟୀ ନୁହେଁ। ତଥାପି, ଏହି ମାମଲାରେ, ଚୋରି ରେଳବାଇ କର୍ମଚାରୀଙ୍କ ଅବହେଳା ଏବଂ କୋଚ ଆଟେଣ୍ଡାଣ୍ଟଙ୍କ ଅନୁପସ୍ଥିତିରେ ଘଟିଥିଲା। ତେଣୁ ଏହାକୁ ସେବାରେ ତ୍ରୁଟି ଭାବରେ ବିବେଚନା କରାଯାଇଥିଲା ଏବଂ ରେଳବାଇ ଦାୟିତ୍ୱରୁ ଖସି ଯାଇପାରିବ ନାହିଁ।

Top Railway Updates of the Week | ixigo Travel Stories

ରେଳ ବିଭାଗର ଅବହେଳାକୁ ସ୍ବୀକାର କରି କୋର୍ଟ ପୀଡ଼ିତଙ୍କ ପରିବାରକୁ ୮୦୦୦୦ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିଷ୍ପତ୍ତି ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ, ଯାତ୍ରୀମାନେ ରେଳ ବିଭାଗର ଅବହେଳା ଯୋଗୁ ହୋଇଥିବା କ୍ଷତି ପାଇଁ କ୍ଷତିପୂରଣ ପାଇବାକୁ ହକଦାର।

 


Enter your email to get our daily news in your inbox.

All Right Reserved By Dharitri.Com

ଦେଶବ୍ୟାପୀ ୨୦୦ରୁ ଅଧିକ ଯୁବ କଂଗ୍ରେସ ନେତା ନିଲମ୍ବିତ, କାହିଁକି ନିଆଯାଇଛି ଏମିତି କାର୍ଯ୍ୟାନୁଷ୍ଠାନ ଜାଣନ୍ତୁ…

ନୂଆଦିଲ୍ଲୀ, ୫।୧୧: ଭାରତୀୟ ଯୁବ କଂଗ୍ରେସ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନିଜର ୨୦୦ରୁ ଅଧିକ ସଦସ୍ୟଙ୍କୁ ନିଲମ୍ବିତ କରିଛି। ଦେଶର ରାଜଧାନୀରେ ବିରୋଧୀ ଦଳଗୁଡ଼ିକର ‘ଇଣ୍ଡିଆ’…

‘ତାଙ୍କୁ ଜନସାଧାରଣଙ୍କ ସାମ୍ନାକୁ ଆଣି ଗୁଳି କରିଦେବା ଉଚିତ’, ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ କିଏ ଆଉ କାହିଁକି କହିଲେ ଏମିତି, ଜାଣନ୍ତୁ

ନୂଆଦିଲ୍ଲୀ,୫।୧୧: ବାଗେଶ୍ୱର ଧାମର ମୁଖ୍ୟ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ, ପ୍ରଭୁ ରାମ ଏବଂ ପ୍ରଭୁ କୃଷ୍ଣଙ୍କ ବିଷୟରେ ଦେଇଥିବା ମନ୍ତବ୍ୟ ପାଇଁ କ୍ଷମା ମାଗିସାରିଥିଲେ ମଧ୍ୟ, ରାଜନୈତିକ…

ଦୀପାବଳି ପୂର୍ବରୁ ସରକାରଙ୍କ ସ୍ବତନ୍ତ୍ର ପ୍ୟାକେଜ, ମାତ୍ର ୧୦୦ ଟଙ୍କାରେ ମିଳିବ ୧୦ ପ୍ରକାର ପରିବା!

ଚେନ୍ନାଇ,୫ା୧୧: ଦୀପାବଳି ପୂର୍ବରୁ ସାଧାରଣ ଲୋକଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ । ପରିବାରର ରୋଷେଇ ଖର୍ଚ୍ଚ କମାଇବା ପାଇଁ ତାଙ୍କ…

ଝିଅ ସହ କର୍ମଚାରୀଙ୍କୁ ଘରେ ଦେଖି ରାଗିଗଲେ ବାପା, ପିଟି ପିଟି ହତ୍ୟା…

ବେଙ୍ଗାଲୁରୁ,୫।୧୧: କର୍ନାଟକର ରାଜଧାନୀ ବେଙ୍ଗାଲୁରୁରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ନିଜ ୧୯ ବର୍ଷୀୟ ଝିଅ ସହ ଜଣେ ୨୨ ବର୍ଷୀୟ କର୍ମଚାରୀଙ୍କୁ ଘରେ…

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର: ବଢ଼ିଲା ମହଙ୍ଗା ଭତ୍ତା, ଏବେ ମିଳିବ ଏତେ ଟଙ୍କା ଏରିୟର

ନୂଆଦିଲ୍ଲୀ, ୫।୧୧: ପାର୍ବଣ ଋତୁରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିଜ କର୍ମଚାରୀ ଓ ପେନସନଭୋଗୀଙ୍କ ଉପରେ ଉପହାର ବର୍ଷା ଜାରି ରହିଛି। ରାଜସ୍ଥାନ, ମଧ୍ୟପ୍ରଦେଶ, ତାମିଲନାଡୁ ଓ…

“ଏମିତି ହେଲେ ଆମ ସ୍ତ୍ରୀ ବି ପକେଟ ମନି ମାଗିବେ…”: ଶୁଣାଣି ସମୟରେ ହଠାତ୍‌ ଏଭଳି କାହିଁକି କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍‌ଲୀ,୫।୧୧: ସୁପ୍ରିମକୋର୍ଟରେ ପତ୍ନୀଙ୍କୁ ପକେଟ ମନି ଦେବା ସହିତ ଜଡ଼ିତ ଏକ ମାମଲାରେ ବିଚାରପତି ଏକ ମଜାଦାର କଥା କହିଛନ୍ତି। ବିବାଦୀୟ ବିବାହ (ମ୍ୟାରେଜ ଡିଜପୁଟ) କୁ…

ଆଇଏଏସ୍‌ ସ୍ତରରେ ବଡ଼ଧରଣର ଅଦଳବଦଳ କଲେ ସରକାର, ଜାଣନ୍ତୁ କାହାକୁ ମିଳିଲା କେଉଁ ବିଭାଗର ଦାୟିତ୍ୱ

ଭୁବନେଶ୍ୱର,୫ା୧୧: ରାଜ୍ୟରେ ପ୍ରଶାସନିକ ବ୍ୟବସ୍ଥାକୁ ଅଧିକ ଗତିଶୀଳ ଏବଂ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଗୁରୁବାର ଏକ ବଡ଼ଧରଣର ଆଇଏଏସ୍ ସ୍ତରୀୟ ଅଦଳବଦଳ କରିଛନ୍ତି। ବିଭିନ୍ନ…

୨ରୁ ଅଧିକ ସନ୍ତାନ ଥିବା ବ୍ୟକ୍ତିଙ୍କୁ ଦଣ୍ଡିତ କରୁଥିବା ଆଇନର ପ୍ରାସଙ୍ଗିକତା ଆଉ ନାହିିଁ

ନୂଆଦିଲ୍ଲୀ, ୫ା୧୧: ବିଗତ କିଛି ଦଶନ୍ଧି ମଧ୍ୟରେ ହୋଇଥିବା ଜନସଂଖ୍ୟା ଜନିତ ପରିବର୍ତ୍ତନ ଯୋଗୁ ଅତ୍ୟଧିକ ଜନସଂଖ୍ୟା ବୃଦ୍ଧିର ଭୟ ଦୂର ହୋଇଯାଇଛି। ତେଣୁ ୨ରୁ ଅଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?