Posted inଜାତୀୟ

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ଦିଓ୍ବାଲି ଗିଫ୍ଟ ଉପରେ ଲାଗିଲା ବ୍ୟାନ୍‌…

ନୂଆଦିଲ୍ଲୀ,୨୩।୯: ଦୀପାବଳିର ଆଗମନ ସମୟରେ ଉପହାର ବିନିମୟ ଏବଂ ଖର୍ଚ୍ଚର ମଜା ନେବାରେ ସମସ୍ତେ ବ୍ୟସ୍ତ। କିନ୍ତୁ ଏହି ସମୟରେ କେନ୍ଦ୍ରୀୟ ସରକାର ଏକ କଠୋର ନିଷ୍ପତ୍ତି ନେଇଛନ୍ତି। ଅର୍ଥ ମନ୍ତ୍ରଣାଳୟ ସମସ୍ତ ମନ୍ତ୍ରଣାଳୟ, ବିଭାଗ ଏବଂ ସାର୍ବଜନିକ କ୍ଷେତ୍ରର ଉପକ୍ରମ (CPSEs)ଗୁଡ଼ିକୁ ଦୀପାବଳି ସମୟରେ ଉପହାର ଉପରେ କୌଣସି ଖର୍ଚ୍ଚ କରିବାରୁ ନିଷେଧ କରିଛନ୍ତି। ଏହା ବ୍ୟତୀତ ଅନ୍ୟାନ୍ୟ ପର୍ବମାନଙ୍କରେ ମଧ୍ୟ ଏଭଳି ଖର୍ଚ୍ଚ କରାଯାଇପାରିବ ନାହିଁ।

ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗ ସେପ୍ଟେମ୍ବର ୧୯, ୨୦୨୫ରେ ଏକ ଅଫିସ ମେମୋରାଣ୍ଡମ (ଓଏମ) ଜାରି କରିଥିଲେ। ଏଥିରେ ସ୍ପଷ୍ଟ ଉଲ୍ଲେଖ କରାଯାଇଛି ଯେ, ସରକାରୀ ଅଧିକାରୀ ଏବଂ କର୍ମଚାରୀମାନେ କୌଣସି ପର୍ବ ଅବସରରେ ଉପହାର କିମ୍ବା ଅନ୍ୟ ଜିନିଷ ଉପରେ ସରକାରୀ ଟଙ୍କାରୁ ଖର୍ଚ୍ଚ କରିପାରିବେ ନାହିଁ। ଏହାର ଉଦ୍ଦେଶ୍ୟ ଅଣଅତ୍ୟାବଶ୍ୟକୀୟ ଖର୍ଚ୍ଚକୁ ନିୟନ୍ତ୍ରଣ କରିବା ଏବଂ ଆର୍ଥିକ ସନ୍ତୁଳନ ବଜାୟ ରଖିବା।

ଏହି ସର୍କୁଲାରରେ ସ୍ପଷ୍ଟ କରାଯାଇଛି ଯେ କୌଣସି ମନ୍ତ୍ରଣାଳୟ କିମ୍ବା ବିଭାଗ ଦୀପାବଳି କିମ୍ବା ଅନ୍ୟାନ୍ୟ ପର୍ବପର୍ବାଣୀ ପାଇଁ ଉପହାର କ୍ରୟ କିମ୍ବା ବଣ୍ଟନ କରିବାରୁ ନିଷେଧ କରାଯିବ। ଏହି ଆଦେଶ ସଚିବ (ବ୍ୟୟ)ଙ୍କ ଦ୍ୱାରା ଅନୁମୋଦନ ଏବଂ ଯୁଗ୍ମ ସଚିବଙ୍କ ଦ୍ୱାରା ସାଇନ୍ ହୋଇଛି ଏବଂ ଏହାକୁ ତୁରନ୍ତ ପ୍ରଭାବରୁ କାର୍ଯ୍ୟକାରୀ କରାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ବେଲୁଚିସ୍ତାନରେ ପୁଣି ଜଳିଲା ବିଦ୍ରୋହର ନିଆଁ! BLA ଚଳାଇଛି Operation Herof 2.0 , ୧୨ ପାକିସ୍ତାନୀ ସେନା ନିହତ

କ୍ୱେଟା,୩୧।୧: ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶ ପୁଣି ଥରେ ଯୁଦ୍ଧକ୍ଷେତ୍ର ପାଲଟିଛି, ଶନିବାର (ଜାନୁଆରୀ ୩୧) ବେଲୁଚି ଆର୍ମିମାନେ ଏକକାଳୀନ ୧୦ଟି ସହରରେ ପାକିସ୍ତାନୀ ସେନା ଏବଂ ISI…

କ’ଣ ଏମିତି କହିଲା ତୁର୍କୀ? ଖପ୍ପା ହୋଇଗଲା Pakistan, ଜାଣନ୍ତୁ ପୂରା ଘଟଣା

ଇସଲାମାବାଦ,୩୧।୧: ଇସଲାମିକ ନାଟୋ ଗଠନ କରିବାକୁ ଚେଷ୍ଟା କରୁଥିବା Pakistanକୁ ତୁର୍କୀ ଏକ ଗୁରୁତ୍ୱପୂର୍ଣ୍ଣ ଧକ୍କା ଦେଇଛି। ତୁର୍କୀର ବୈଦେଶିକ ମନ୍ତ୍ରୀ ହାକାନ ଫିଦାନ ସ୍ପଷ୍ଟ କରିଛନ୍ତି…

ଗର୍ଜିଲେ ଅନୁସୂଚିତ ଜାତି, ଜନଜାତି ଓ ପଛୁଆବର୍ଗର ଲୋକେ, ସ୍ଥାୟୀ ଠିକଣା ଦାବି କରି…

ଦାରିଙ୍ଗବାଡ଼ି,୩୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକରେ ଶନିବାର ସର୍ବଭାରତୀୟ ମୂଳ ନିବାସୀ ସଂଘର ବିଭିନ୍ନ ଦାବିରେ ସଭା, ଶୋଭାଯାତ୍ରା ଓ ବିକ୍ଷୋଭ କରାଯାଇଛି। ସଂଘର ବ୍ଲକସ୍ତରୀୟ…

୧୨ ପ୍ରସ୍ତାବକୁ ମିଳିଲା କ୍ୟାବିନେଟ୍‌ ମଞ୍ଜୁରୀ, ମୁଖ୍ୟ ଶାସନ ସଚିବ ସୂଚନା ଦେଇ କହିଲେ ଏହି ବିଭାଗର…

ଭୁବନେଶ୍ୱର,୩୧ା୧: ସରିଲା କ୍ୟାବିନେଟ୍‌ ବୈଠକ। ଏହା ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇ କହିଛନ୍ତି, ୧୦ଟି ବିଭାଗର ୧୨ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ…

ପଶ୍ଚିମବଙ୍ଗର ୨୧ ଚୋରଙ୍କୁ ବାନ୍ଧିଲା ଭଞ୍ଜନଗର ପୋଲିସ, ବିଦେଶୀ ଲିଙ୍କ୍‌ର ହେବ ଖୋଳତାଡ଼, ପାଖରୁ ମିଳିଲା…

ଭଞ୍ଜନଗର,୩୧ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ଧରଣର ଆନ୍ତଃରାଜ୍ୟ ଚୋର ଗ୍ୟାଙ୍ଗର ୨୧ ଜଣକୁ ଗିରଫ କରିବାରେ ସକ୍ଷମ ହୋଇଛି। ଏଥିସହ ସେମାନଙ୍କଠାରୁ ୧୦୬୬ଟି…

NCP ବିଧାୟକ ଦଳର ନେତା ନିର୍ବାଚିତ ହେଲେ Sunetra Pawar, ସନ୍ଧ୍ୟା ୫ଟାରେ ଉପ ମୁଖ୍ୟମନ୍ତ୍ରୀ ଶପଥ ନେବେ

ମୁମ୍ବାଇ,୩୧।୧: ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (NCP) ବୈଠକରେ ନିଷ୍ପତ୍ତି ହୋଇଛି। ସୁନେତ୍ରା ପାୱାର ଉପମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବେ ଏବଂ ସା ୫ଟାରେ ଶପଥ ଗ୍ରହଣ କରିବେ।…

ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଭାରତୀୟ ଖେଳାଳିଙ୍କୁ ଏମିତି କହିଦେଲେ ସଚିନ ତେନ୍ଦୁଲକର

ନୂଆଦିଲ୍ଲୀ,୩୧।୧: ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ର ଶେଷ ସୁପର ୬ ମ୍ୟାଚ ଭାରତ ଏବଂ ପାକିସ୍ତାନ ମଧ୍ୟରେ ରବିବାର ଅନୁଷ୍ଠିତ ହେବ। ଏହି ମ୍ୟାଚ ଅତ୍ୟନ୍ତ…

ଡାଏଲଗ ନାହିଁ, ଦର୍ଶକଙ୍କୁ ଦୁଇ ଘଣ୍ଟା ବାନ୍ଧି ରଖୁଛି ଏହି ଫିଲ୍ମ

ମୁମ୍ବାଇ: ଡାଏଲଗ୍‌ ବିନା ଫିଲ୍ମ। ଆଜିର ଯୁଗରେ ଏମିତି ଫିଲ୍ମ ନିର୍ମାଣ କରିବା ବୋଧହୁଏ କାଠିକର ପାଠ। କିନ୍ତୁ ନିର୍ଦ୍ଦେଶକ କିଶୋର ପାଣ୍ଡୁରଙ୍ଗ ବେଲେକର ଟିକେ ନିଆରା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri