Posted inରାଜ୍ୟ

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ବଢିଲା ବିଡିଓଙ୍କ…

ଭୁବନେଶ୍ୱର, ୧୧।୯: ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ବଢିଲା ବିଡିଓଙ୍କ କ୍ଷମତା । ବିଡିଓଙ୍କ ଆର୍ଥିକ କ୍ଷମତାକୁ ବଢାଇଲେ ରାଜ୍ୟ ସରକାର । ଏ ନେଇ ପ୍ରସ୍ତାବରେ କ୍ୟାବିନେଟ ମୋହର ବାଜିଛି । ରାଜ୍ୟ କ୍ୟାବିନେଟ୍‌ ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଗ୍ରାମ ପଞ୍ଚାୟତ ସମିତିସ୍ତରରେ ବୃଦ୍ଧି ପାଇଥିବା ପାଣ୍ଠିର ପ୍ରବାହ ଓ ବିକାଶମୂଳକ କାର୍ଯ୍ୟର ପରିମାଣକୁ ଦୃଷ୍ଟିରେ ରଖି ଓଡ଼ିଶା ପଞ୍ଚାୟତ ସମିତି ହିସାବ ପ୍ରଣାଳୀ ନିୟମାବଳୀ-୨୦୦୨ ଅଧୀନରେ ନିର୍ଦ୍ଧାରିତ ବୈଷୟିକ ମଞ୍ଜୁରୀ ଓ ପ୍ରଶାସନିକ ଅନୁମୋଦନ କ୍ଷମତାକୁ ବୃଦ୍ଧି କରାଯାଇଛି। ଏଣିକି ଗୋଷ୍ଠୀ ଉନ୍ନୟନ ଅଧିକାରୀ(ବିଡିଓ)ମାନଙ୍କର ପଞ୍ଚାୟତସମିତି କାର୍ଯ୍ୟର ବିଲ୍‌ ପାସ୍‌ କରିବା ପାଇଁ ଆର୍ଥିକ କ୍ଷମତା ୧୦ ଲରିବ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ପଞ୍ଚାୟତ ସମିତି ପ୍ରକଳ୍ପଗୁଡ଼ିକର ଯୋଜନା ଏବଂ ଆକଳନର ପ୍ରଶାସନିକ ଅନୁମୋଦନ ପ୍ରଦାନ କରିବାର କ୍ଷମତା ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀଙ୍କୁ ମଧ୍ୟ ନ୍ୟସ୍ତ କରାଯାଇଛି। ମୁଖ୍ୟ ସଚିବ କହିଛନ୍ତି, ସାଧାରଣ ବିକାଶମୂଳକ କାର୍ଯ୍ୟଗୁଡ଼ିକ ପାଇଁ ବୈଷୟିକ ମଞ୍ଜୁରୀ ଏବଂ ପ୍ରଶାସନିକ ଅନୁମୋଦନ ପୂର୍ବରୁ ଯାହା ଥିଲା, ତାହାକୁ ବୃଦ୍ଧି କରାଯାଇଛି। କନିଷ୍ଠ ତଥା ସହକାରୀ ଯନ୍ତ୍ରୀମାନେ ଏବେ ୫ ଲକ୍ଷ ପର୍ଯ୍ୟନ୍ତ ବୈଷୟିକ ମଞ୍ଜୁରୀ ପ୍ରଦାନ କରିପାରିବେ। ସହକାରୀ ନିର୍ବାହୀ ଯନ୍ତ୍ରୀମାନଙ୍କୁ ୫ ଲକ୍ଷରୁ ୨୦ ଲକ୍ଷ ପର୍ଯ୍ୟନ୍ତ କ୍ଷମତା ମିଳିଥିବାବେଳେ ନିର୍ବାହୀ ଯନ୍ତ୍ରୀମାନେ ୨୦ ଲକ୍ଷରୁ ୧ କୋଟି, ଅଧୀକ୍ଷଣ ଯନ୍ତ୍ରୀମାନେ ୧ କୋଟିରୁ ୪ କୋଟି ପର୍ଯ୍ୟନ୍ତ ଏବଂ ୪ କୋଟିରୁ ଅଧିକ ପ୍ରକଳ୍ପ ମୁଖ୍ୟ ଯନ୍ତ୍ରୀଙ୍କ ଦ୍ବାରା ବୈଷୟିକ ମଞ୍ଜୁରୀ ପ୍ରଦାନ କରାଯିବ।
ଅନ୍ୟପକ୍ଷେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଅଧୀନରେ ବିକାଶମୂଳକ କାର୍ଯ୍ୟ ପାଇଁ କନିଷ୍ଠ/ସହାୟକ ଯନ୍ତ୍ରୀ/ଗ୍ରାମ ପଞ୍ଚାୟତ ବୈଷୟିକ ସହାୟକମାନେ ଏବେ ୫ ଲକ୍ଷ ପର୍ଯ୍ୟନ୍ତ ବୈଷୟିକ ମଞ୍ଜୁରୀ ପ୍ରଦାନ କରିପାରିବେ। ଯେତେବେଳେ କି ସହକାରୀ ନିର୍ବାହୀ ଯନ୍ତ୍ରୀମାନଙ୍କୁ ୫ ଲକ୍ଷରୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ଷମତା ଦିଆଯାଇଛି। ଅନୁରୂପ ଭାବେ ନିର୍ବାହୀ ଯନ୍ତ୍ରୀ/ଅତିରିକ୍ତ ନିର୍ବାହୀ ଅଧିକାରୀ(ବୈଷୟିକ)ମାନେ ୨୦ ଲକ୍ଷରୁ ୧ କୋଟି, ଅଧୀକ୍ଷଣ ଯନ୍ତ୍ରୀମାନେ ୧ କୋଟିରୁ ୪ କୋଟି ଏବଂ ୪ କୋଟି ଟଙ୍କାରୁ ଅଧିକ ପ୍ରକଳ୍ପ ମୁଖ୍ୟ ଯନ୍ତ୍ରୀଙ୍କ ଦ୍ବାରା ବୈଷୟିକ ମଞ୍ଜୁରୀ ପ୍ରଦାନ କରାଯାଇପାରିବ। ସେହିପରି ସାଧାରଣ ବିକାଶମୂଳକ ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ବ୍ୟତୀତ)ରେ ପ୍ରଶାସନିକ ଅନୁମୋଦନ କ୍ଷମତା ମଧ୍ୟ ବୃଦ୍ଧି କରାଯାଇଛି। ବିଡିଓ ୨୦ ଲକ୍ଷ ପର୍ଯ୍ୟନ୍ତ, ପଞ୍ଚାୟତ ସମିତି ଅଧ୍ୟକ୍ଷ ୨୦ ଲକ୍ଷରୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏବଂ ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା-ନିର୍ବାହୀ ଅଧିକାରୀ ୫୦ ଲକ୍ଷରୁ ଅଧିକ ଟଙ୍କାର ପ୍ରକଳ୍ପରେ ଅନୁମୋଦନ ପ୍ରଦାନ କରିପାରିବେ। ସେହିପରି ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଯୋଜନା ଅଧୀନରେ ବିକାଶମୂଳକ କାର୍ଯ୍ୟ ପାଇଁ ପ୍ରଶାସନିକ ଅନୁମୋଦନ କ୍ଷମତା ମଧ୍ୟ ବୃଦ୍ଧି କରାଯାଇଛି। ବିଡିଓମାନେ ୨୦ ଲକ୍ଷ ପର୍ଯ୍ୟନ୍ତ, ପଞ୍ଚାୟତ ସମିତି ଅଧ୍ୟକ୍ଷ ୨୦ ଲକ୍ଷରୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏବଂ ଜିଲାପାଳ ୫୦ ଲକ୍ଷ ଟଙ୍କାରୁ ଅଧିକ ପ୍ରକଳ୍ପ ନିମନ୍ତେ ଅନୁମୋଦନ ପ୍ରଦାନ କରିପାରିବେ। ଏହି ସଂଶୋଧନଗୁଡ଼ିକ ବିଲ୍‌ ପାସ୍‌ କରିବା ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବ ଏବଂ ସମସ୍ତ ପଞ୍ଚାୟତ ସମିତିରେ ବିକାଶମୂଳକ କାର୍ଯ୍ୟକ୍ରମଗୁଡ଼ିକର ସଫଳ ରୂପାୟନ ଦିଗରେ ସହାୟକ ହେବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ଭୟଙ୍କର ଦୁର୍ଘଟଣା: ଗୋଟିଏ କାର୍ ଉପରେ ଚଢ଼ିଗଲା ଆଉ ଏକ କାର୍

ଭୁବନେଶ୍ୱର,୧୯।୧: ରାଜଧାନୀର ବ୍ୟସ୍ତବହୁଳ ପଲାସୁଣୀ ଛକରେ ସୋମବାର ଏକ ଅଭାବନୀୟ ସଡ଼କ ଦୁର୍ଘଟଣା ଘଟିଛି। କଟକ ପଟୁ ଅତି ଦ୍ରୁତ ଗତିରେ ଆସୁଥିବା ଏକ କାର୍,...

ଓଡ଼ିଶାରେ ବଦଳିବ ୪୫ ବର୍ଷର ପୁରୁଣା ରାଜସ୍ୱ ଆଇନ: ଆସିବା ନୂଆ ‘ଲ୍ୟାଣ୍ଡ ମ୍ୟାନେଜମେଣ୍ଟ ଆକ୍ଟ’

ଭୁବନେଶ୍ୱର,୧୯।୧: ରାଜ୍ୟରେ ଜମିଜମା ପ୍ରଶାସନକୁ ଅଧିକ ସରଳ, ସ୍ୱଚ୍ଛ ଏବଂ ଲୋକାଭିମୁଖୀ କରିବା ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଦୀର୍ଘ...

ମେଡିକାଲ ବାଥରୁମ୍‌ରେ ଶିଶୁ କନ୍ୟାଙ୍କୁ ଛାଡି ଚମ୍ପଟ ମାରିଲେ ମା’

ଭଦ୍ରକ, ୧୯।୧(ସନାତନ ରାଉତ): ମେଡିକାଲ ବାଥରୁମ୍‌ରେ ନବଜାତ ଶିଶୁ କନ୍ୟାକୁ ଛାଡ଼ି ମା’ ଫେରାର । ନବଜାତ ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।...

୬ ମାସ ପରେ ଖୋଲିଲା ମଝିଘରିଆଣିଙ୍କ ମନ୍ଦିର ହୁଣ୍ଡି: ବାହାରିଲା ଏତେ କୋଟି ଟଙ୍କା ସହ ବିଦେଶୀ…

ରାୟଗଡା, ୧୯।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିରର ୯ଟି ହୁଣ୍ଡି ସୋମବାର ଖୋଲାଯାଇ ଗଣତି କରାଯାଇଛି। ଉକ୍ତ ୯...

ହେଟାବାଘର କାଟିନେଲେ ଲାଞ୍ଜ, ଗୋଡ, ନଖ

କାଲିମେଳା,୧୯।୧(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ରେଞ୍ଜ ଅଧୀନ କାଲିମେଳା-ମୋଟୁ ୩୨୬ ନମ୍ୱର ଜାତୀୟ ରାଜପଥର ଏମ୍‌ଭି ୭୨ ନିକଟ ଶାନ୍ତିନଗର ନିକଟରୁ ସୋମବାର...

ଜଗନ୍ନାଥଙ୍କୁ ଅପମାନ! ଭାଇରାଲ ହେଉଛି ମହାପ୍ରଭୁଙ୍କ AI ଭିଡ଼ିଓ, କ୍ରେନରେ କ୍ଷୀର…

ଭୁବନେଶ୍ବର,୧୯।୧: ସୋସିଆଲ ମିଡ଼ିଆରେ ଅନେକ ଭିଡିଓ ଭାଇରାଲ ହୋଇଥାଏ । ଏହାରି ଭିତରେ ଏବେ ମହାପ୍ରଭୁ ଜଗନ୍ନାଥଙ୍କ ଏଆଇ ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି...

‘ଘୁମୁରା’ ଉଦ୍‌ଯାପନୀ ସନ୍ଧ୍ୟାରେ ଯୋଗଦେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ଜିଲା ପାଇଁ ଏତିକି କୋଟି ଟଙ୍କାର…

ଭବାନୀପାଟଣା,୧୯।୧(ଉତ୍ତମ କୁମାର ଦାଶ): କୃଷି କ୍ଷେତ୍ରରେ କଳାହାଣ୍ଡିକୁ ରାଜ୍ୟରେ ଏକ ନମ୍ବର କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ରବିବାର ଭବାନୀପାଟଣା ଲାଲ...

ବନ୍ଧୁକ ଦେଖାଇ ବଡ଼ବିଲ ବ୍ୟାଙ୍କରୁ ବଡ଼ ଧରଣର ଲୁଟ୍‌

ଯୋଡ଼ା,୧୯ା୧(ମାନସ ମହାନ୍ତି): କେନ୍ଦୁଝର ଜିଲା ବଡ଼ବିଲସ୍ଥିତ ବ୍ୟାଙ୍କ ଅଫ ମହାରାଷ୍ଟ୍ର ଶାଖାରୁ ସୋମବାର ଏକ ବଡ଼ ଧରଣର ଲୁଟ୍‌ ହୋଇଛି। ଦୁର୍ୱୃତ୍ତମାନେ ବ୍ୟାଙ୍କରେ ପଶି କର୍ମଚାରୀଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri