ଆଉ ଏକ ଲକ୍ଷ୍ମୀବସ୍‌ ଚଳାଚଳ ପାଇଁ ଦାବି ଜଣାଇଲେ ଦନେକବାଡ଼ି ପଞ୍ଚାୟତବାସୀ, ବିଡିଓ କହିଲେ…

ଦାରିଙ୍ଗବାଡ଼ି,୧୧ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଦନେକବାଡ଼ି ପଞ୍ଚାୟତ ଅଞ୍ଚଳକୁ ଆଉ ଗୋଟିଏ ଲକ୍ଷ୍ମୀବସ୍‌ ଚଳାଚଳ କରିବାକୁ ଉକ୍ତ ଅଞ୍ଚଳର ଲୋକପ୍ରତିନିଧି, ଏସ୍‌ଏଚ୍‌ଜି ଗ୍ରୁପର  ମହିଳାମାନେ ବିଡିଓ ପ୍ରୀତିରଞ୍ଜନ ରଥଙ୍କ ନିକଟରେ ଦାବି କରିଛନ୍ତି।

ଦାରିଙ୍ଗବାଡ଼ିଠାରୁ ଦନେକବାଡ଼ି ଦେଇ ସିର୍କାବର୍ଗ ପଞ୍ଚାୟତ ପର୍ଯ୍ୟନ୍ତ ଗୋଟିଏ ଲକ୍ଷ୍ମୀବସ୍‌ ଚଳାଚଳ କରୁଛି ତେବେ ବସ୍‌ଟି ସିର୍କାବର୍ଗ ଯାଇ ଫେରିବା ବେଳେ ଯାତ୍ରୀ ସଂଖ୍ୟା ଅଧିକ ରହୁଛନ୍ତି। ଫଳରେ ବସ୍‌ରେ ଦନେକବାଡ଼ିରୁ ଯାତ୍ରୀଙ୍କୁ ସ୍ଥାନ ମିଳୁନାହିଁ ଯଦି ବି ମିଳିଯାଉଛି ସେଥିରେ ବ୍ୟବସ୍ଥିତ କରିଯିବାକୁ ହେଉଛି ରୋଗୀ ଏବଂ ଗର୍ଭବତୀମାନେ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିବା ପଞ୍ଚାୟତ ଅଞ୍ଚଳର ମହିଳା ମହାସଂଘର ସଭାନେତ୍ରୀ ସରସ୍ବତୀ ପ୍ରଧାନ କହିଛନ୍ତି। ଫଳରେ ଦନେକବାଡ଼ି ଅଞ୍ଚଳବାସୀ ସରକାରଙ୍କ ଏହି ବ୍ୟବସ୍ଥିତ ବସ୍‌ରେ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ପଞ୍ଚାୟତର ପ୍ରାୟ ୧୧ ଖଣ୍ଡ ଗ୍ରାମ ସମେତ ଅନ୍ୟ ପଡ଼ୋଶୀ ଗ୍ରାମ ମଧ୍ୟ ହଇରାଣ ଭୋଗୁଥିବା କୁହାଯାଇଛି। ଦାବିପତ୍ରରେ ସେମାନେ ଉଲ୍ଲେଖ କରିଛନ୍ତି ଯେ, ଦନେକବାଡ଼ି ପଞ୍ଚାୟତର ସିରପାକାଲିଠାରୁ ଗରଡ଼ମାହା, କଟଡି, ସୁର୍ଦେ, ପାଡ଼ନକେତା ଦେଇ ଦାରିଙ୍ଗବାଡ଼ିକୁ ଚଳାଚଳ ପାଇଁ ଦାବି ହୋଇଛି।

ଏନେଇ ବିଡିଓ ପ୍ରୀତିରଞ୍ଜନ ରଥ କହିଛନ୍ତି, ନୂଆ ବସ୍‌ ଦାରିଙ୍ଗବାଡ଼ିକୁ ଆବଶ୍ୟକ ପଡୁଛି। ମାତ୍ର ୬ଟି ବସ୍‌ ୨୫ ପଞ୍ଚାୟତକୁ ଚଳାଚଳ କରୁଛି। ଆଉ ନୂଆ ବସ୍‌ ଆସିଲେ ଦନେକବାଡ଼ିକୁ ଚଳାଚଳ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମେଗା ପ୍ରକଳ୍ପର ମେନ୍ ପାଇପ୍ ଫାଟିଲା, ପ୍ରବଳ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ୫ରୁ ଊର୍ଦ୍ଧ୍ୱ ଗ୍ରାମକୁ ପାନୀୟ ଜଳ ଯୋଗାଣ ଠପ୍

ଭେଡ଼େନ, ୬ ଜୁନ୍ (ହୃଷିକେଶ ଖମାରୀ): ସମଗ୍ର ଅଞ୍ଚଳରେ ତାପମାତ୍ରା ଥମିବାର ନାଁ ନେଉ ନଥିବା ବେଳେ ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଛି। ଏଭଳି…

ସାଇବର ଜାଲିଆତି ସିଣ୍ଡିକେଟ୍‌ର ବଡ଼ ପର୍ଦ୍ଦାଫାଶ

ନୂଆଦିଲ୍ଲୀ,୬ା୬: କେନ୍ଦ୍ରୀୟ ଦିଲ୍ଲୀ ପୋଲିସ ମାସେବ୍ୟାପୀ ଚଢ଼ାଉ କରି ୭ଟି ଆନ୍ତଃରାଜ୍ୟ ସାଇବର ଜାଲିଆତି ସିଣଣ୍ଡିକେଟ୍‌ର ପର୍ଦ୍ଦାଫାଶ କରିବା ସହ ୧୪ ଜଣଙ୍କୁ ଗିରଫ କରିଛି। ଜଣେ…

କୂଅ ସଫା କରିବା ବେଳେ ବ୍ଲିଚିଂ ଗ୍ୟାସରେ ଶ୍ରମିକ ଅଣନିଶ୍ୱାସୀ, ଅଗ୍ନିଶମ ବାହିନୀ ଦ୍ୱାରା…

ଭଞ୍ଜନଗର, ୬ ଜୁନ୍ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରର ଏକ ସାହିରେ କୂଅ ସଫା କରିବା ସମୟରେ ଜଣେ ଶ୍ରମିକ ବିଷାକ୍ତ ଗ୍ୟାସ ସଂସ୍ପର୍ଶରେ…

ହିଟ୍‌ ଓ୍ବେଭ୍‌ ସହ କାଳବୈଶାଖୀ, ୧୦ ଯାଏ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୬ା୬ (ବନ୍ଦନା ସେଠୀ) – ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ସହ ଗୁଳୁଗୁଳି ଜାରି ରହିଥିବାବେଳେ ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚୁଛି। ଆସନ୍ତା ୧୦ ତାରିଖ…

ଶୁଳିଆ ପାହାଡ଼ରେ ରୋପଣ ହେଲା ୪ ହଜାର ବାଉଁଶ ଚାରା: ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷା ପାଇଁ…

ଦିଗପହଣ୍ଡି,୬|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଳକ ପୋଡ଼ାମାରି ଗ୍ରାମ ସ୍ଥିତ ଚନ୍ଦ୍ରଗିରି ବନାଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ରେଞ୍ଜର ରୂପକ ପ୍ରଧାନ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ…

ଆମେରିକା ପ୍ରବେଶ ପାଇଁ ଇରାନ ଫୁଟବଲ ଦଳକୁ ମିଳିଲା ଭିଜା

ଓ୍ବାଶିଂଟନ,୫।୬: ଯୁକ୍ତରାଷ୍ଟ୍ର ଆମେରିକା(ୟୁଏସ୍‌) ଇରାନ ବିଶ୍ୱକପ୍‌ ପୁଟ୍‌ବଲ ଦଳର ସଦସ୍ୟମାନଙ୍କୁ ଭିଜା ପ୍ରଦାନ କରିଛି। ଫଳରେ ଇରାନ ଦଳ ଆମେରିକାରେ ପ୍ରବେଶ କରିପାରିବ। ମେକ୍ସିକୋର ଟିଜୁଆନାରେ ଦଳ…

ଥୁଆମୂଳ ରାମପୁରରେ ପରିବର୍ତ୍ତନ କ୍ଲାସେସ୍ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ: ସଫେଇ ଅଭିଯାନ ସହ ଛାତ୍ରଛାତ୍ରୀ ପୁରସ୍କୃତ

ଥୁଆମୂଳ ରାମପୁର, ୦୬ ଜୁନ୍ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରଠାରେ ସ୍ଥାନୀୟ ଅଗ୍ରଣୀ ଶିକ୍ଷାନୁଷ୍ଠାନ ‘ପରିବର୍ତ୍ତନ କ୍ଲାସେସ୍’ ଆନୁକୂଲ୍ୟରେ ବିଶ୍ୱ ପରିବେଶ ଦିବସ ସମାରୋହ…

RI ଚାକିରି ଆଶା ଦେଖାଇ ଲୁଟିଥିଲେ ୫.୫ ଲକ୍ଷ ଟଙ୍କା; ହୀରାକୁଦରୁ ଅଭିଯୁକ୍ତଙ୍କୁ ବାନ୍ଧିଲା କେନ୍ଦୁଝର ପୋଲିସ

କେନ୍ଦୁଝର,୬।୬(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାରୀ ଚାକିରି ଯୋଗାଇଦେବାର ମିଥ୍ୟା ପ୍ରତିଶ୍ରୁତି ଦେଇ ଲକ୍ଷ ଲକ୍ଷ ଟଙ୍କା ଠକେଇ କରିବା ମାମଲାରେ କେନ୍ଦୁଝର ଟାଉନ ପୋଲିସକୁ ଏକ ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri