ବଡ଼ ନିଷ୍ପତ୍ତି ନେଲେ ମୋଦି ସରକାର: ହସ୍ପିଟାଲରେ ନିର୍ମାଣ ହେବ ୫୫୧ ଅକ୍ସିଜେନ୍‌ ପ୍ଲାଣ୍ଟ୍‌…

ନୂଆଦିଲ୍ଳୀ,୨୫।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ଅବସ୍ଥା ଅଣାୟତ୍ତ ହେବାରେ ଲାଗିଥିବାବେଳେ ବିଭିନ୍ନ ହସ୍ପିଟାଲରେ ଅକ୍ସିଜେନ୍‌ ଅଭାବ ଯୋଗୁ କରୋନା ଆକ୍ରାନ୍ତଙ୍କ ସମେତ ଅନ୍ୟ ରୋଗୀଙ୍କ ମୃତ୍ୟୁ ଘଟୁଛି। ତେବେ ଅକ୍ସିଜେନ୍‌ ଯୋଗାଣ ତ୍ୱରାନ୍ବିତ ହେବା ଯୋଗୁ ଏବେ ସ୍ଥିତିରେ ସୁଧାର ଆସିବାରେ ଲାଗିଛି। ଆଗାମୀ ଦିନରେ ଯେଭଳି ଅକ୍ସିଜେନ୍‌ ଅଭାବ ସ୍ଥିତି ସୃଷ୍ଟି ନ ହେବ ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ବଡ଼ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଣିକି କେନ୍ଦ୍ର ଶାସିତ ଅଞ୍ଚଳ ଏବଂ ରାଜ୍ୟର ବିଭିନ୍ନ ଜିଲା ମୁଖ୍ୟାଳୟ ସହିତ ଅନ୍ୟ କେତେକ ହସ୍ପିଟାଲରେ ଅକ୍ସିଜେନ୍‌ ଜେନେରେଶନ୍‌ ପ୍ଲାଣ୍ଟ୍‌ ନିର୍ମାଣ କରାଯିବ। ଦେଶର ୫୫୧ ହସ୍ପିଟାଲରେ ଏଭଳି ପ୍ଲାଣ୍ଟ୍‌ ରହିବ। ଯାହାଦ୍ୱାରା ଅକ୍ସିଜେନ୍‌ର ଅଭାବ ପୂରଣ କରାଯାଇ ପାରିବ। ପ୍ଲାଣ୍ଟ୍‌ ନିର୍ମାଣ ପାଇଁ ଆର୍ଥିକ ସହାୟତା ପିଏମ୍‌ କେୟାର୍ସ ଫଣ୍ଡ୍‌ ପକ୍ଷରୁ ଯୋଗାଇ ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

Share