ବଡ଼ ଅଦଳବଦଳ

Dillip Cherian

ଦିଲ୍ଲୀର ଲ୍ୟୁଟ୍‌ନାଣ୍ଟ ଗଭର୍ନର ଭାବେ ବିନୟ କୁମାର ସକ୍‌ସେନା ଦାୟିତ୍ୱ ନେବା ପରେ ବହୁ ନିଷ୍ପତ୍ତି ନେଇସାରିଛନ୍ତି। କିନ୍ତୁ ପ୍ରଥମ ଥର ପାଇଁ ସେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଡେପୁଟି ସେକ୍ରେଟାରି ପି.ସି.ଠାକୁରଙ୍କ ସହ ଦୁଇଜଣ ଏସ୍‌ଡିଏମ୍‌ ହର୍ଷିତ ଜୈନ ଏବଂ ଦେବେନ୍ଦ୍ର ଶର୍ମାଙ୍କୁ ଦୁର୍ନୀତି ଅଭିଯୋଗରେ ନିଲମ୍ବନ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ବିଶେଷସୂତ୍ରରୁ ପ୍ରକାଶ ଯେ, ଏହି ଡିଏଏନ୍‌ଆଇସିଏସ୍‌ ଅଧିକାରୀମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଯାଇଛି। ତେବେ ଦିଲ୍ଲୀ ସରକାରରେ ଏହାଠାରୁ ବଡ଼ ପରିବର୍ତ୍ତନ ହେଉଛି, ଯେଉଁଥିରେ ଦିଲ୍ଲୀ ଆଡ୍‌ମିନିଷ୍ଟ୍ରେଟିଭ ସବର୍ଡିନେଟ ସର୍ଭିସ(ଡିଏଏସ୍‌ଏସ୍‌)ର ୬୦ରୁ ୭୦% ଅଧିକାରୀ ପ୍ରଭାବିତ ହେବେ। ଜଣାପଡ଼ିଛି ଯେ, ଗୋଟିଏ ବିଭାଗରେ ବହୁ ବର୍ଷ ହେଲା କାର୍ଯ୍ୟରତ ଡିଏଏସ୍‌ଏସ୍‌ ଅଧିକାରୀମାନଙ୍କ ତାଲିକା ପ୍ରସ୍ତୁତ କରି ସେମାନଙ୍କୁ ବଦଳି କରିବା ପାଇଁ ମୁଖ୍ୟ ସଚିବ ନରେଶ କୁମାର ବିଭାଗୀୟ ମୁଖ୍ୟମାନଙ୍କୁ କହିଛନ୍ତି । ଦିଲ୍ଲୀ ସରକାର ୪୦ରୁ ଊର୍ଦ୍ଧ୍ୱ ଆଇଏଏସ୍‌ ଏବଂ ଡିଏଏନ୍‌ଆଇସିଏସ୍‌ ଅଧିକାରୀମାନଙ୍କୁ ବଦଳି କରିବାର ଦିନକ ପରେ ଏହି ନିଷ୍ପତ୍ତି ସାମ୍ନାକୁ ଆସିଛି। ଉକ୍ତ ପୁନର୍ଗଠନ ପଛରେ କିଛି ରହସ୍ୟ ରହିଛି। ମନେ ହେଉଛି, ସେହି ୭୦% ଅଧିକାରୀ ୫ ବର୍ଷରୁ ଊର୍ଦ୍ଧ୍ୱ ହେଲା ଗୋଟିଏ ବିଭାଗରେ କାମ କରୁଛନ୍ତି। ସେଣ୍ଟ୍ରାଲ ଭିଜିଲାନ୍ସ କମିଶନ (ସିଭିସି) ନିୟମାବଳୀ କହେ ଯେ, ମୁଖ୍ୟ ପଦବୀରେ ଥିତ୍ବା ଅଧିକାରୀମାନେ ପ୍ରତି ୩ ବର୍ଷରେ ସ୍ଥାନାନ୍ତର ହେବା ସହ ଅନ୍ୟମାନେ ଗୋଟିଏ ପଦବୀରେ ୫ ବର୍ଷ ରହିବା ପରେ ବଦଳି ହେବା ଉଚିତ। ଅଧିକ ସଂଖ୍ୟକ ଅଧିକାରୀଙ୍କୁ ବଦଳି କରାଯାଇଥିବାରୁ କାର୍ଯ୍ୟରେ ବାଧାକୁ ଏଡ଼ାଇବା ଲାଗି ପର୍ଯ୍ୟାୟକ୍ରମେ ସେମାନଙ୍କୁ ବଦଳି କରାଯିବାର ସମ୍ଭାବନା ଥିବା ଜଣାପଡ଼ିଛି।
ଭାରତର ସ୍ବର!
ଭୁଟାନରେ ଥିବା ଭାରତର ରାଷ୍ଟ୍ରଦୂତ ରୁଚିରା କମ୍ବୋଜ ଜାତିସଂଘରେ ଟି.ଏସ୍‌ ତିରୁମୂର୍ତ୍ତିଙ୍କ ପରେ ଭାରତର ନୂଆ ସ୍ଥାୟୀ ପ୍ରତିନିଧି ହେବାକୁ ଯାଉଛନ୍ତି। ୧୯୮୭ ବ୍ୟାଚ୍‌ର ଭାରତୀୟ ବିଦେଶ ସେବା(ଆଇଏଫ୍‌ଏସ୍‌) ଅଧିକାରୀ କମ୍ବୋଜଙ୍କ ରାଜନୈତିକ ସମସ୍ୟା, ଶାନ୍ତି ପ୍ରତିଷ୍ଠା ଏବଂ ସଙ୍କଟ ସମ୍ଭାଳିିବାରେ ବିଶେଷଜ୍ଞାନ ରହିଛି। ଏହାସହ ସେ ଯେଉଁ ସ୍ଥାନକୁ ଫେରିବେ ତା’ସମ୍ପର୍କରେ ସେ ବେଶ୍‌ ଅବଗତ; କାରଣ, ପୂର୍ବରୁ ତାଙ୍କୁ ଜାତିସଂଘରେ ଭାରତର ସ୍ଥାୟୀ ମିଶନ ଭାବେ ଦାୟିତ୍ୱ ଦିଆଯାଇଥିଲା। ଭାରତର ଚିଫ୍‌ ପ୍ରୋଟୋକଲ ଅଫିସର ଭାବେ ଅଧିକାଂଶ କୂଟନୀତିଜ୍ଞ ସାଧାରଣତଃ ପରଦା ପଛରେ ରହି କାମ କରୁଥିବାବେଳେ କମ୍ବୋଜ ସେହି ପଦବୀ ଦଖଲ କରିବାରେ ଭାରତର ପ୍ରଥମ ମହିଳା ହୋଇଛନ୍ତି। ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥଗ୍ରହଣ ଉତ୍ସବରେ ସାର୍କର ବହୁ ଦେଶର ମୁଖ୍ୟମାନେ ଉପସ୍ଥିତ ଥିବା ସମୟରେ କମ୍ବୋଜ ଯେଉଁଭଳି ଭାବେ ସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ତହା ଅଧିକାଂଶ କୂଟନୀତିଜ୍ଞଙ୍କ କ୍ଷେତ୍ରରେ ଦେଖାଯାଏ ନାହିଁ। ପ୍ରୋଟୋକଲ ପ୍ରଭାବୀ କୂଟନୀତିର ଚାବିକାଠି। ଉତ୍ତମ ଓ୍ବାଇନ୍‌ ଭଳି ପ୍ରୋଟୋକଲ ବହୁ ସମୟରେ ମୁଡ୍‌ ସେଟ କରେ ଏବଂ ଆୟୋଜିତ ଉତ୍ସବରେ ଗମ୍ଭୀର କୂଟନୀତିକ କାର୍ଯ୍ୟକଳାପ ଲାଗି ଏକ ଉପଯୁକ୍ତ ପରିବେଶ ସୃଷ୍ଟି କରେ। ଏ ଦୃଷ୍ଟିରୁ ବିଚାର କଲେ ଭାରତରେ ପ୍ରୋଟୋକଲ ଇନ୍‌ ଚାର୍ଜରେ ଥିବା ସମୟରେ ବିଶ୍ୱର ଅଧିକାଂଶ ନେତା ଭାରତ ଗସ୍ତରେ ଆସିଥିବା ବେଳେ ରୁଚିରା ସେମାନଙ୍କୁ ଭେଟ କରିଥିବାରୁ ସେ ଜାତିସଂଘରେ ଭାରତର ଆମ୍ବାସାଡାର ଭାବେ ଜଣେ ଯୋଗ୍ୟ ମହିଳା ରୂପେ ବିବେଚିତ ହୋଇଛନ୍ତି। ଅବଶ୍ୟ ତାଙ୍କର ନୂଆ ଦାୟିତ୍ୱ କୂଟନୀତିକ ଶିଷ୍ଟାଚାରଠାରୁ ଅଧିକ କିଛି ଆବଶ୍ୟକ କରେ। କିନ୍ତୁ ଯାହା ସବୁ ସଙ୍କେତ ମିଳୁଛି, ସେଥିରୁ ଜଣାପଡ଼ୁଛି ଯେ, ବିଶ୍ୱର ସର୍ବବୃହତ୍‌ କୂଟନୈତିକ ଷ୍ଟେଜ୍‌ରେ ସେ ଭାରତର ସ୍ବର ହେବାକୁ ପ୍ରସ୍ତୁତ ଅଛନ୍ତି।
ବୋର୍ଡ ନିଷ୍ପତ୍ତିକୁ ଅଣଦେଖା
ଆଦିବାସୀ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଆର୍‌. ଜୟା ଟ୍ରାଇବାଲ କୋଅପରେଟିଭ ମାର୍କେଟିଂ ଡେଭଲପ୍‌ମେଣ୍ଟ ଫେଡେରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ଟିଆର୍‌ଆଇଏଫ୍‌ଇଡି)ର ଅତିରିକ୍ତ ଦାୟିତ୍ୱରେ ପୂର୍ବଭଳି ରହିବେ। ତାଙ୍କ ସେବାକୁ ବନ୍ଦ କରିବା ଲାଗି ଟିଆର୍‌ଆଇଏଫ୍‌ଇଡିର ବୋର୍ଡ ଅଫ୍‌ ଡାଇରେକ୍ଟର୍ସ ପକ୍ଷରୁ ସର୍ବସମ୍ମତ ନିଷ୍ପତ୍ତି ନିଆଯିବା ସତ୍ତ୍ୱେ ସେ ଏହି ଦାୟିତ୍ୱ ତୁଲାଇବେ। ବୋର୍ଡ ଅଫ୍‌ ଡାଇରେକ୍ଟର୍ସର ସର୍ବସମ୍ମତ ମତକୁ ଟିଆର୍‌ଆଇଏଫ୍‌ଇଡି ଅଧ୍ୟକ୍ଷ ରାମସିଂ ରଥଓ୍ବା ଆଦିବାସୀ ବ୍ୟାପାର ସଚିବ ଅନିଲ କୁମାର ଝାଙ୍କୁ ଜଣାଇଦେଇଥିଲେ। ଆଶା କରାଯାଉଥିଲା ଜୟାଙ୍କୁ ଅତିରିକ୍ତ ଦାୟିତ୍ୱରୁ ହଟାଇ ଦିଆଯିବ, ହେଲେ ତାହା ନ ହେବା ଅନେକଙ୍କୁ ବିସ୍ମିତ କରିଛି। ମନ୍ତ୍ରଣାଳୟ ମଧ୍ୟ ବୋର୍ଡର ନିଷ୍ପତ୍ତିକୁ ଅଣଦେଖା କରିବା ସହ ଜୟାଙ୍କ ପଛରେ ଦୃଢ଼ଭାବେ ଠିଆହୋଇଛି। ଏଥିରୁ ସ୍ପଷ୍ଟ ହେଉଛି, ଜଣେ ନିୟମିତ ଅଧିକାରୀ ନିଯୁକ୍ତ ନ ହେବା ପର୍ଯ୍ୟନ୍ତ ଜୟା ତାଙ୍କ ଅତିରିକ୍ତ ଦାୟିତ୍ୱରେ ରହିବେ। ବୋର୍ଡର ନିଷ୍ପତ୍ତି କାର୍ଯ୍ୟକାରୀ କରିବାରେ ଜୟା ଅସହଯୋଗ କରୁଥିବା ଅଭିଯୋଗ ହେବା ପରେ ମ୍ୟାନେଜିଂ ଡାଇରେକ୍ଟର ଭାବେ ଦାୟିତ୍ୱରେ ରହିବା ଲାଗି ବୋର୍ଡ ଚାହଁୁ ନ ଥିବା କହିଥିଲା। ପରେ ଜୟାଙ୍କ ପଦବୀ ଅନିଶ୍ଚିତ ହୋଇଯାଇଥିଲା ଓ ଏଭଳି ସ୍ଥିତିରେ ମନ୍ତ୍ରଣାଳୟର ଦୃଷ୍ଟିକୋଣ ଜୟାଙ୍କ ପାଇଁ ଏକ ଉତ୍ସାହଜନକ ପ୍ରୋତ୍ସାହନ ହୋଇଛି। କିନ୍ତୁ ଟିଆର୍‌ଆଇଏଫ୍‌ଇଡି ଡାଇରେକ୍ଟର୍ସ ଏହାର ଦୃଷ୍ଟିକୋଣ ସ୍ପଷ୍ଟ କରିସାରିଥିଲାବେଳେ ଓ ବର୍ତ୍ତମାନ ମନ୍ତ୍ରଣାଳୟ ଜୟାଙ୍କ ସହ ଥିବାବେଳେ ଟିଆର୍‌ଆଇଏଫ୍‌ଇଡି ଡାଇରେକ୍ଟର୍ସ ସହ କାମ କରିବାକୁ ମନ୍ତ୍ରଣାଳୟର ସମର୍ଥନ କିଭଳି ସାହାଯ୍ୟ କରିବ ତାହା ପର୍ଯ୍ୟବେକ୍ଷକଙ୍କୁ ବିସ୍ମିତ କରିଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri