ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ବଡ଼ ପରିବର୍ତ୍ତନ: ଇନ୍ଦିରା, ନର୍ଗିସ୍‌ଙ୍କ ନାଁ ହଟାଇଦେଲେ

ନୂଆଦିଲ୍ଲୀ,୧୪।୨(ପି.ଟି.):ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଅନେକ ପରିବର୍ତ୍ତନ କରାଯାଇଛି। ଏଥିରେ ‘ସର୍ବଶ୍ରେଷ୍ଠ ନବାଗତ ଚଳଚ୍ଚିତ୍ର ପାଇଁ ରହିଥିବା ଇନ୍ଦିରା ଗାନ୍ଧୀ ପୁରସ୍କାର’ ଏବଂ ‘ଜାତୀୟ ସଂହତି ଉପରେ ସର୍ବଶ୍ରେଷ୍ଠ ଫିଚର ଫିଲ୍ମ ପାଇଁ ନର୍ଗିସ୍‌ ଦତ୍ତ ପୁରସ୍କାର’ରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ କିମ୍ବଦନ୍ତୀ ଅଭିନେତ୍ରୀଙ୍କ ନାଁ ହଟାଇ ଦିଆଯାଇଛି। ବିଭିନ୍ନ ବର୍ଗରେ ଦିଆଯାଉଥିବା ସମ୍ମାନକୁ ଯୁକ୍ତିସଙ୍ଗତ କରିବା ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ଗଠିତ କମିଟିର ସୁପାରିସକ୍ରମେ ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ୨୦୨୨ରେ ପରିବର୍ତ୍ତନ ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି। ‘ଶ୍ରେଷ୍ଠ ନବାଗତ ନିର୍ଦ୍ଦେଶକ ପାଇଁ ଇନ୍ଦିରା ଗାନ୍ଧୀ ପୁରସ୍କାର’ ନାଁ ବଦଳାଯାଇ ‘ଶ୍ରେଷ୍ଠ ନବାଗତ ନିର୍ଦ୍ଦେଶକ ପୁରସ୍କାର’ ରଖାଯାଇଛି। ପୂର୍ବରୁ ଏ ବାବଦରେ ମିଳୁଥିବା ପୁରସ୍କାର ରାଶିକୁ ନିର୍ଦ୍ଦେଶକ ଓ ନିର୍ମାତାଙ୍କ ମଧ୍ୟରେ ଭାଗ କରାଯାଉଥିବାବେଳେ ଏଣିକି କେବଳ ନିର୍ଦ୍ଦେଶକ ଉକ୍ତ ପୁରସ୍କାର ରାଶି ପାଇବେ। ସେହିପରି ‘ଶ୍ରେଷ୍ଠ ଫିଚର ଫିଲ୍ମ ପାଇଁ ନର୍ଗିସ୍‌ ଦତ୍ତ ପୁରସ୍କାର’ ନାଁ ବଦଳାଯାଇ ‘ଜାତୀୟ, ସାମାଜିକ ଓ ପରିବେଶୀୟ ମୂଲ୍ୟବୋଧକୁ ପ୍ରୋତ୍ସାହିତ କରୁଥିବା ଶ୍ରେଷ୍ଠ ଫିଚର ଫିଲ୍ମ’ ରଖାଯାଇଛି। ଏହି ବର୍ଗରେ ସାମାଜିକ ଏବଂ ପରିବେଶ ସଂରକ୍ଷଣ ପାଇଁ ଥିବା ଅଲଗା ଅଲଗା ପୁରସ୍କାରକୁ ଗୋଟିଏ ପୁରସ୍କାର କରାଯାଇଛି। ସେହିପରି ଦାଦାସାହେବ ଫାଲ୍‌କେ ପୁରସ୍କାରରେ ଦିଆଯାଉଥିବା ନଗଦ ଅର୍ଥ ରାଶିକୁ ୧୦ ଲକ୍ଷରୁ ୧୫ ଲକ୍ଷ ଟଙ୍କାକୁ ବଢ଼ାଇ ଦିଆଯାଇଛି। ସ୍ବର୍ଣ୍ଣ କମଳ ପୁରସ୍କାର ରାଶିକୁ ୩ ଲକ୍ଷ ଏବଂ ରଜତ କମଳ ପୁରସ୍କାର ରାଶିକୁ ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବର୍ଗରେ ପରିବର୍ତ୍ତନ ଲାଗି ଗଠିତ କମିଟି ଗତ ଡିସେମ୍ବରରେ ଚୂଡ଼ାନ୍ତ ସୁପାରିସ କରିଥିଲେ। ୨୦୨୨ ପାଇଁ ନ୍ୟାଶନାଲ ଆଓ୍ବାର୍ଡ ପାଇଁ ଏଣ୍ଟ୍ରି ଜାନୁଆରୀ ୩୦ରେ ଶେଷ ହୋଇଛି। ମହାମାରୀ ଯୋଗୁ ପୁରସ୍କାର ପ୍ରଦାନ ବିଳମ୍ବ ହେବା ସହ ୨୦୨୧ର ପୁରସ୍କାର ୨୦୨୩ରେ ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଉ Video କରିପାରିବେ ନାହିଁ ଅର୍ଶଦୀପ, ଖେଳାଳିଙ୍କ ପରିବାର ଉପରେ ବି ଲଗାଗଲା ରୋକ

ନୂଆଦିଲ୍ଲୀ,୮।୫: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ର କଡ଼ା ଆଭିମୁଖ୍ୟ ପରେ ଏବେ ଆଇପିଏଲ୍‌ ଫ୍ରାଞ୍ଚାଇଜ ଗୁଡ଼ିକ ନିଜ ନିଜ ଖେଳାଳିଙ୍କ ଉପରେ ଶୃଙ୍ଖଳାଗତ କଟକଣା…

ଜୁଭେଣ୍ଟିକା ସେଲ୍‌ ଉଦ୍‌ଘାଟିତ ପୁରୁଷୋତ୍ତମପୁର ଥାନାକୁ ଶିଶୁମିତ୍ର ଥାନା ଭାବରେ ଗଢି ତୋଳିବା ଲକ୍ଷ୍ୟ

ପୁରୁଷୋତ୍ତମପୁର/ଶେରଗଡ଼/ଛତ୍ରପୁର/ ଆସିକା ୮ା୫ (ସବିତା ମିଶ୍ର/ ସୂର୍ଯ୍ୟ ନାରାୟଣ ଦାଶ/ଦିଲୀପ ମିଶ୍ର/ ସୁରେନ୍ଦ୍ର ନାଥ ସାହୁ) ଓଡିଶା ପୋଲିସ ପକ୍ଷରୁ ଶିଶୁଙ୍କ ସୁରକ୍ଷା ଲାଗି ଜୁଭେଣ୍ଟିକା ସେଲ୍‌କୁ…

ବିରଳ ଅସ୍ତ୍ରୋପଚାର: ଶିଶୁ ମୁଣ୍ଡରୁ କଢ଼ାଗଲା କାଠଖଣ୍ଡ, ଶିଶୁଙ୍କୁ ବଞ୍ଚାଇଦେଲେ…

ବ୍ରହ୍ମପୁର/ଦିଗପହଣ୍ଡି, ୮।୫(ସୁବାସ ଚନ୍ଦ୍ର ପାଢ଼ୀ/ଅଶେଷ ନାଥ ମିଶ୍ର): ନବରଙ୍ଗପୁର ଜିଲା ଉମରକୋଟ ଗ୍ରାମର ସଞ୍ଜିତ ହରିଜନଙ୍କ ପୁଅ ଓମ (୩) ଗତ ୨୮ ତାରିଖ ଅପରାହ୍ନରେ ଘର…

କାରୁଆନାଙ୍କୁ ହରାଇଲେ ଗୁକେଶ

ଓ୍ବାର୍‌ସ,୮ା୫: ବିଶ୍ୱ ଚାମ୍ପିୟନ ଡି. ଗୁକେଶ ଏଠାରେ ଚାଲିଥିବା ସୁପର ରାପିଡ ଓ ବ୍ଲିଜ୍‌ ଟୁର୍ନାମେଣ୍ଟର ରାପିଡ୍‌ ପ୍ରତିଯୋଗିତାର ୯ମ ତଥା ଫାଇନାଲ ରାଉଣ୍ଡରେ ଆମେରିକୀୟ ଗ୍ରାଣ୍ଡମାଷ୍ଟର…

ଆଇପିଏଲ୍‌: ଖେଳାଳିଙ୍କ ପ୍ରକୋଷ୍ଠରେ ଲାଗିଲା ପ୍ରବେଶ କଟକଣା

ନୂଆଦିଲ୍ଲୀ,୮ା୫: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ହନି ଟ୍ରାପ୍‌, ଆଇନଗତ ଦାୟିତ୍ୱ ଓ ସୁରକ୍ଷାଗତ ବିପଦ ସମ୍ଭାବନା ଥିବା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତରଫରୁ…

ମା’ ବାମଦେଇ ଠାକୁରାଣୀ ଯାତ୍ରା ଆରମ୍ଭ ଉତ୍ସବମୁଖର ବମକୋଇ

ଦିଗପହଣ୍ଡି,୮ା୫(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବମକୋଇ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ବାମଦେଇ ଠାକୁରାଣୀଙ୍କ ୭ ଦିନିଆ ଯାତ୍ରା ମହୋତ୍ସବ ଶୁକ୍ରବାର ଆରମ୍ଭ ହୋଇଛି…

ପ୍ରଧାନମନ୍ତ୍ରୀଙ୍କ ଅଙ୍ଗ, ବଙ୍ଗ, କଳିଙ୍ଗ ମିଶନ ପୂରା: ଓଡ଼ିଶାବାସୀଙ୍କ ପାଇଁ ଦ୍ବିତୀୟ ଘର କୋଲକାତା କହିଲେ…

ଭୁବନେଶ୍ୱର,୮।୫: ବଙ୍ଗ ବିଜୟ ଅବିସ୍ମରଣୀୟ ଯାତ୍ରା କହିଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେ କହିଛନ୍ତି,୨୦୧୧ରେ ୩ ଆସନରୁ ୨୦୨୬ରେ ୨୦୦ ପାର୍‌ ଏକ ଅବିସ୍ମରଣୀୟ ଯାତ୍ରା।…

ପରାଜୟ ପାଇଁ ଅନ୍ୟକୁ ଦୋଷ ନ ଦେଇ କଂଗ୍ରେସ ଆତ୍ମଚିନ୍ତନ କରୁ: ଶାହା

କୋଲକାତା,୮।୫: କୋଲକାତାରେ ଭାଜପା ବିଧାୟକ ଦଳ ବୈଠକରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସମ୍ବୋଧିତ କରି ବିରୋଧୀଙ୍କ ଭୋଟ ଚୋରି ଅଭିଯୋଗକୁ ନେଇ ରାହୁଲ ଗାନ୍ଧୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri