କରୋନା ଲଢ଼େଇରେ ବଡ଼ ଅଭିଯାନ: ଜାନୁୟାରୀ ୨ରୁ ସମସ୍ତ ରାଜ୍ୟରେ ଟିକାକରଣ ଅଭ୍ୟାସ

ନୂଆଦିଲ୍ଲୀ,୩୧।୧୨: ଭାରତରେ କରୋନା ଟିକାକରଣ ପାଇଁ ସରକାରଙ୍କ ପକ୍ଷରୁ ଜାନୁୟାରୀ ୨ଠାରୁ ବଡ଼ ଅଭିଯାନ ଆରମ୍ଭ ହେବାକୁ ଯାଉଛି। ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ହୋଇଥିବା ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ପୂର୍ବରୁ ପଞ୍ଜାବ, ଆସାମ, ଗୁଜରାଟ ଏବଂ ଆନ୍ଧ୍ରପ୍ରଦେଶ ଆଦି ୪ ରାଜ୍ୟରେ ୪୮ ଘଣ୍ଟିଆ ଟିକାକରଣ ଅଭ୍ୟାସ (ମକ୍‌ ଡ୍ରିଲ୍‌) କରାଯାଇଥିଲା। ମାତ୍ର ଏବେ ସମସ୍ତ ରାଜ୍ୟରେ ଟିକାକରଣ ଅଭ୍ୟାସ କରାଯିବ। ଏଥିରେ ପ୍ରତି ରାଜ୍ୟର ୨ଟି ସହରକୁ ଚିହ୍ନଟ କରାଯିବ। ପ୍ରକୃତ ଟିକାଦାନ ପୂର୍ବରୁ ଚିହ୍ନଟ ହୋଇଥିବା ସହରରେ ମକ୍‌ ଡିଲ୍‌ରେ ଏକ ଅଭ୍ୟାସ ହେବ। ଏଥିରେ ଲୋକଙ୍କୁ ଟିକାଦାନ ନ ଦିଆଗଲେ ମଧ୍ୟ ଅନ୍ୟ ସମସ୍ତ ପ୍ରକ୍ରିୟାକୁ ଯାଞ୍ଚ୍‌ କରାଯିବ। ମକ୍‌ ଡ୍ରିଲ୍‌ ଜିଲା ହସ୍ପିଟାଲ ସମେତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଘରୋଇ ହସ୍ପିଟାଲ ଆଦିରେ ଅନୁଷ୍ଠିତ ହେବ।

Share