Categories: ଜାତୀୟ

ବିଗ୍‌ ବୁଲ୍‌ ରାକେଶ ଝୁନ୍‌ଝୁନ୍‌ଓ୍ବାଲାଙ୍କ ପୂରଣ ହୋଇ ନ ଥିବା ସ୍ବପ୍ନ, ୩ ଜଣଙ୍କୁ ରାତ୍ରଭୋଜନ ପାଇଁ ଡାକିଥାନ୍ତେ…

ମୁମ୍ବାଇ, ୧୪।୮ : ଷ୍ଟକ୍‌ ମାର୍କେଟର ବିଗ୍‌ ବୁଲ୍‌ ରାକେଶ ଝୁନ୍‌ଝୁନ୍‌ଓ୍ବାଲାଙ୍କ ପରଲୋକ ଘଟିଛି। ଷ୍ଟକ ମାର୍କେଟ୍‌ରେ ଜଣେ ଆଗଧାଡ଼ିର ନିବେଶକ ଭାବେ ସେ ଜଣାଶୁଣା ଥିଲେ। ତେବେ ତାଙ୍କର ଏକ ପୂରଣ ହୋଇ ନଥିବା ସ୍ବପ୍ନ ରହି ଯାଇଛି।

ସେ ଥରେ ଗଣମାଧ୍ୟମକୁ କହିଥିଲେ ଯେ ସେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ୱିନଷ୍ଟନ ଚର୍ଚ୍ଚିଲ, ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏବଂ ଆମେରିକାର ବଡ ନିବେଶକ ଜର୍ଜ ସୋରୋସଙ୍କୁ ତାଙ୍କ ନୂତନ ଘରେ ରାତ୍ରଭୋଜନ କରିବାକୁ ଆମନ୍ତ୍ରଣ କରିବାକୁ ଚାହୁଁଛନ୍ତି। ସେ କହିଥିଲେ ଯେ ଏହା ତାଙ୍କର ସ୍ବପ୍ନ କିନ୍ତୁ ସେ ଜାଣନ୍ତି ଯେ ଏହା ବର୍ତ୍ତମାନ କେବେ ମଧ୍ୟ ପୂରଣ ହୋଇପାରିବ ନାହିଁ ।
ତାଙ୍କ ପରଲୋକ ହେବା ପରେ ଏହି ଅପୂରଣୀୟ ସ୍ବପ୍ନ ସମ୍ପର୍କରେ ଏବେ ସୋସିଆଲ ମିଡ଼ିଆରେ ବେଶ୍‌ ଚର୍ଚ୍ଚା ହେଉଛି।

Share