Categories: ଖେଳ

ନ୍ୟୁଜିଲାଣ୍ଡକୁ ବଡ଼ ଝଟ୍‌କା

ଅକଲାଣ୍ଡ,୨୧।୧୧: ଭାରତ ବିପକ୍ଷ ତୃତୀୟ ଟି-୨୦ ପୂର୍ବରୁ ନ୍ୟୁଜିଲାଣ୍ଡକୁ ଏକ ବଡ଼ ଝଟ୍‌କା ଲାଗିଛି। ବ୍ୟକ୍ତିଗତ କାରଣରୁ କିୱି ଦଳର ଅଧିନାୟକ କେନ ୱିଲିୟମସନ ତୃତୀୟ ମ୍ୟାଚ ଖେଳିବେ ନାହିଁ। ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ଭାରତୀୟ ଦଳ ବର୍ତ୍ତମାନ ୧-୦ ଅଗ୍ରଣୀ ହାସଲ କରିଛି। ୱେଲିଂଟନ୍‌ରେ ପ୍ରଥମ ମ୍ୟାଚ ବର୍ଷା ହେତୁ ଧୋଇ ହୋଇଯାଇଥିଲା। ଏହା ପରେ ମାଉଣ୍ଟ ମାଙ୍ଗାନୁଇରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ରେ ଭାରତ ୬୫ ରନରେ ଜିତିଥିଲା। ଏବେ ସିରିଜର ଶେଷ ମ୍ୟାଚ ମଙ୍ଗଳବାର ନାପିଅରରେ ଖେଳାଯିବ।
ଆଇସିସି ଅନୁଯାୟୀ, ମେଡିକାଲ କାର୍ଯ୍ୟ ହେତୁ ୱିଲିୟମସନ ତୃତୀୟ ଟି-୨୦ ଖେଳିବେ ନାହିଁ। ତାଙ୍କ ସ୍ଥାନରେ ସିନିୟର ଫାଷ୍ଟ ବୋଲର ଟିମ ସାଉଥି ନ୍ୟୁଜିଲାଣ୍ଡ ଦଳର ଦାୟିତ୍ୱ ଗ୍ରହଣ କରିବେ। ଏଥି ସହ ବାମହାତୀ ବିସ୍ଫୋରକ ବ୍ୟାଟ୍ସମ୍ୟାନ ମାର୍କ ଚ୍ୟାପମ୍ୟାନ ଦଳକୁ ଫେରିଛନ୍ତି। ସେ ତୃତୀୟ ଟି-୨୦ରେ ଏକ ସୁଯୋଗ ପାଇପାରନ୍ତି।

Share