Categories: ଖେଳ

ମହମ୍ମଦ ଶାମିଙ୍କୁ ବଡ଼ ଝଟ୍‌କା: ସ୍ତ୍ରୀଙ୍କୁ ମାସିକ ଦେବେ ଏତିକି ଟଙ୍କା ଖର୍ଚ୍ଚ

କୋଲକାତା,୨୪।୧: ଭାରତୀୟ ଫାଷ୍ଟ ବୋଲର ମହମ୍ମଦ ଶାମିଙ୍କୁ କୋଲକାତା କୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଅଲଗା ରହୁଥିବା ସ୍ତ୍ରୀ ହସିନ ଜାହାନଙ୍କୁ ମାସିକ ୧ ଲକ୍ଷ ୩୦ ହଜାର ଟଙ୍କା ରକ୍ଷଣାବେକ୍ଷଣ ଖର୍ଚ୍ଚ ଦେବାକୁ କୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେଥିମଧ୍ୟରୁ ୫୦,୦୦୦ ଟଙ୍କା ହାସିନ ନିଜ ବ୍ୟକ୍ତିଗତ ଖର୍ଚ୍ଚ ଏବଂ ବାକି ୮୦,୦୦୦ ଟଙ୍କା ତାଙ୍କ ସହ ରହୁଥିବା ଝିଅର ରକ୍ଷଣାବେକ୍ଷଣ ଦିଗରେ ରହିବ।
୨୦୧୮ରେ, ହସିନ ଜାହାନ ମାସିକ ୧୦ ଲକ୍ଷ ଟଙ୍କା ଭରଣପୋଷଣ ଦାବି କରି କୋର୍ଟରେ ଏକ ମକୋଦ୍ଦମା ଦାୟର କରିଥିଲେ, ସେଥିମଧ୍ୟରୁ ୭ ଲକ୍ଷ ଟଙ୍କା ତାଙ୍କ ବ୍ୟକ୍ତିଗତ ଖର୍ଚ୍ଚ ଏବଂ ବାକି ୩ ଲକ୍ଷ ଟଙ୍କା ତାଙ୍କ ଝିଅର ରକ୍ଷଣାବେକ୍ଷଣ ପାଇଁ ଖର୍ଚ୍ଚ କରିବାକୁ ଦାବି କରିଥିଲେ।
ହସିନ ଜାହାନ ଏବଂ ମହମ୍ମଦ ଶାମି ୨୦୧୪ରେ ବିବାହ କରିଥିଲେ। ୨୦୧୮ରେ, ହସିନ ଶାମିଙ୍କ ବିରୋଧରେ ଘରୋଇ ହିଂସା ଏବଂ ମ୍ୟାଚ ଫିକ୍ସିଂ ଭଳି ଅନେକ ଗୁରୁତର ଅଭିଯୋଗ ଆଣିଥିଲେ। ତେବେ ବିସିସିଆଇ ଏହି ଘଟଣାରେ ଶାମିଙ୍କୁ ନିର୍ଦ୍ଦୋଷ କହି ଦଳରେ ସ୍ଥାନ ଦେଇଥିଲା।

Share