Categories: ଜାତୀୟ

ଅତିକ ଅହମ୍ମଦଙ୍କ ସମର୍ଥକ ଫହାଦଙ୍କୁ ହାଇକୋର୍ଟରୁ ଝଟ୍‌କା

ଲକ୍ଷ୍ନୌ,୧୪।୩: ଜେଲ୍‌ରେ ବନ୍ଦୀ ଥିବା ମାଫିଆ ତଥା ବାହୁବଲୀ ବିଧାୟକ ଅତିିକ ଅହମ୍ମଦଙ୍କ ସମର୍ଥକ ଫହାଦ ଓରଫ ୱାସିୟର୍‌ ରେହମାନଙ୍କୁ ହାଇକୋର୍ଟରୁ ଏକ ବଡ଼ ଝଟ୍‌କା ଲାଗିଛି। ମଙ୍ଗଳବାର ଫହାଦଙ୍କ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଏହି ଅପରାଧର ଗମ୍ଭୀରତାକୁ ଦେଖି କୋର୍ଟ ଫହାଦଙ୍କୁ ଜାମିନ ଦେବାକୁ ମନା କରିଦେଇଥିବା ଜଣାପଡ଼ିଛି। ସୂଚନା ମୁତାବକ, ଜଣେ ସମ୍ପତ୍ତି ବିକ୍ରେତାଙ୍କଠାରୁ ୫କୋଟି ଟଙ୍କା ଲାଞ୍ଚ ନେବା ଦାବିରେ ଫହାଦଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ବାହୁବଲୀ ବିଧାୟକ ଅତିିକ ଅହମ୍ମଦଙ୍କ ପୁଅ ଅଲି ମଧ୍ୟ ଅଭିଯୁକ୍ତ ଅଛନ୍ତି। ଡିସେମ୍ବର ୨୦୨୧ରେ ଅତିକଙ୍କ ପୁଅ ଅଲି, ଫହାଦ ସମେତ ଅନ୍ୟମାନଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ଫହାଦ ବର୍ତ୍ତମାନ ନୈନି ସେଣ୍ଟ୍ରାଲ ଜେଲ୍‌ରେ ଅଛନ୍ତି। ଜାମିନ ପାଇଁ ଫହାଦ ହାଇକୋର୍ଟଙ୍କୁ ଅନୁରୋଧ କରିଥିଲେ।

Share