ନୂଆଦିଲ୍ଲୀ,୭।୧୦: ଅକ୍ଟୋବର ୨୦୨୬ରେ ଅନୁଷ୍ଠିତ ମୁଦ୍ରା ନୀତି କମିଟି (MPC) ବୈଠକରେ, ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ରେପୋ ହାରକୁ ୨୫ ବେସିସ ପଏଣ୍ଟ (୦.୨୫%) ବୃଦ୍ଧି କରିଛି। ଅକ୍ଟୋବର ୫ରୁ ୭ ପର୍ଯ୍ୟନ୍ତ ଚାଲିଥିବା ଏହି ବୈଠକରେ ପଶ୍ଚିମ ଏସିଆରେ ଉତ୍ତେଜନାଜନିତ ମୁଦ୍ରାସ୍ଫୀତି ଆଶଙ୍କା, ଅଶୋଧିତ ତୈଳ ଓ ଖାଦ୍ୟ ସାମଗ୍ରୀର ବୃଦ୍ଧି ପାଉଥିବା ମୂଲ୍ୟ ଏବଂ ବିଶ୍ୱ ଅର୍ଥନୈତିକ ଚାପ ଭଳି ବିଷୟ ଉପରେ ମୁଖ୍ୟତଃ ଧ୍ୟାନ କେନ୍ଦ୍ରିତ କରାଯାଇଥିଲା।
ଏହା ପୂର୍ବରୁ ଫେବୃଆରୀ ୨୦୨୩ରେ RBI ରେପୋ ହାରକୁ ୨୫ ବେସିସ ପଏଣ୍ଟ (୦.୨୫%) ବୃଦ୍ଧି କରି ୬.୫୦% ସ୍ତରକୁ ପହଞ୍ଚାଇଥିଲା। ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ଏହି ସର୍ବୋଚ୍ଚ ସ୍ତରରେ ହାର ବଜାୟ ରହିଥିଲା। ତତପଶ୍ଚାତ, ୨୦୨୫ରେ ପରିସ୍ଥିତିରେ ସୁଧାର ଆସିବା ପରେ କେନ୍ଦ୍ରୀୟ ବ୍ୟାଙ୍କ ଚାରିଥର ରେପୋ ହାର ହ୍ରାସ କରିଥିଲା (ମୋଟ ୧୨୫ ବେସିସ ପଏଣ୍ଟ ହ୍ରାସ) ଏବଂ ଏହାକୁ ୫.୨୫%କୁ ଖସାଇ ଆଣିଥିଲା। ଡିସେମ୍ବର ୨୦୨୫ରୁ ପ୍ରାୟ ୧୦ ମାସ ଧରି ଏହି ସ୍ତରରେ ହାର ବଜାୟ ରଖିବା ପରେ, ରିଜର୍ଭ ବ୍ୟାଙ୍କ ବର୍ତ୍ତମାନ ଏହାକୁ ପୁନର୍ବାର ବୃଦ୍ଧି କରିଛି।
୨୦୨୫ ମସିହା ଫେବୃଆରୀ ମାସରେ ୨୫ ବେସିସ ପଏଣ୍ଟର ପ୍ରଥମ ହ୍ରାସ କାର୍ଯ୍ୟକାରୀ କରାଯାଇଥିଲା; ଆରବିଆଇ (RBI) ରେପୋ ରେଟକୁ ୨୫ ବେସିସ ପଏଣ୍ଟ ହ୍ରାସ କରିଥିଲାଯାହାକି ପାଞ୍ଚ ବର୍ଷର ଦୀର୍ଘ ବ୍ୟବଧାନ ପରେ ଏଭଳି ପ୍ରଥମ ପଦକ୍ଷେପ ଥିଲା। ଫଳସ୍ବରୂପ ଏହା ୬.୫୦% ରୁ ୬.୨୫% କୁ ଖସି ଆସିଥିଲା।
୨୦୨୫ ମସିହା ଅପ୍ରେଲ ମାସରେ ୨୫ ବେସିସ ପଏଣ୍ଟର ଦ୍ୱିତୀୟ ହ୍ରାସ କରାଯାଇଥିଲା, ଯାହା ଫଳରେ ଏହି ହାର ୬.୦୦% କୁ ହ୍ରାସ ପାଇଥିଲା।
୨୦୨୫ ମସିହା ଜୁନ ମାସରେ ୫୦ ବେସିସ ପଏଣ୍ଟର ତୃତୀୟ ତଥା ଅଧିକ ଗୁରୁତ୍ୱପୂର୍ଣ୍ଣ ହ୍ରାସ କରାଯାଇଥିଲା, ଯାହା ଦ୍ୱାରା ଏହି ହାର ୫.୫୦% କୁ ଖସି ଆସିଥିଲା।
ଚତୁର୍ଥ ହ୍ରାସ ୨୦୨୫ ମସିହା ଡିସେମ୍ବର ମାସରେ ହୋଇଥିଲା, ଯେତେବେଳେ ଏହି ହାରକୁ ଆଉ ୨୫ ବେସିସ ପଏଣ୍ଟ ହ୍ରାସ କରାଯାଇ ବର୍ତ୍ତମାନର ୫.୨୫% ସ୍ତରକୁ ଅଣାଯାଇଥିଲା।
ରେପୋ ରେଟ (repo rate) ବୃଦ୍ଧି ହେଲେ ବ୍ୟାଙ୍କ ଋଣ ମହଙ୍ଗା ହୋଇଯାଏ, କାରଣ ଏହା ହେଉଛି ସେହି ହାର ଯେଉଁଥିରେ RBI ଅନ୍ୟ ବ୍ୟାଙ୍କଗୁଡ଼ିକୁ ଟଙ୍କା ଋଣ ଦେଇଥାଏ। ଯେତେବେଳେ ରିଜର୍ଭ ବ୍ୟାଙ୍କରୁ ଋଣ ନେବା ବ୍ୟାଙ୍କଗୁଡ଼ିକ ପାଇଁ ମହଙ୍ଗା ହୋଇଯାଏ, ସେତେବେଳେ ସେମାନଙ୍କର ପାଣ୍ଠି ସଂଗ୍ରହ ଖର୍ଚ୍ଚ ବୃଦ୍ଧି ପାଏ। ଫଳରେ, ବ୍ୟାଙ୍କଗୁଡ଼ିକ ଗୃହ ଋଣ, କାର୍ ଋଣ ଏବଂ ବ୍ୟକ୍ତିଗତ ଋଣ ଉପରେ ସୁଧ ହାର ବୃଦ୍ଧି କରନ୍ତି। ସୁଧ ହାର ବୃଦ୍ଧି ପାଇବା ସହିତ, ପୂର୍ବ ତୁଳନାରେ EMI (ମାସିକ କିସ୍ତି)ର ବୋଝ ମଧ୍ୟ ବଢ଼ିଯାଏ।
ଯଦି ଆପଣ ‘ଫ୍ଲୋଟିଂ ରେଟ’ (ପରିବର୍ତ୍ତନଶୀଳ ସୁଧ ହାର)ରେ ଋଣ ନେଇଥାନ୍ତି, ତେବେ ବ୍ୟାଙ୍କ ଦ୍ୱାରା ସୁଧ ହାର ବୃଦ୍ଧି ସହିତ ଆପଣଙ୍କର ମାସିକ ଋଣ କିସ୍ତି (EMI) ମଧ୍ୟ ବୃଦ୍ଧି ପାଇବ। କିଛି କ୍ଷେତ୍ରରେ, ବ୍ୟାଙ୍କଗୁଡ଼ିକ EMI ପରିମାଣକୁ ଅପରିବର୍ତ୍ତିିତ ରଖିପାରନ୍ତି କିନ୍ତୁ ଋଣ ପରିଶୋଧର ମୋଟ ସମୟସୀମା ବଢ଼ାଇ ଦେଇପାରନ୍ତି। ତଥାପି, ଯେଉଁ ଗ୍ରାହକମାନେ ଋଣ ନେବା ସମୟରେ ‘ଫିକ୍ସଡ ରେଟ’ (ସ୍ଥିର ସୁଧ ହାର) ବାଛିଥିଲେ, ସେମାନେ RBIର ଏହି ନିଷ୍ପତ୍ତି ଦ୍ୱାରା ପ୍ରଭାବିତ ହେବେ ନାହିଁ।
ଯଦିଓ ରେପୋ ରେଟ ବୃଦ୍ଧି ଆପଣଙ୍କ ମାସିକ EMI କୁ ମହଙ୍ଗା କରିଥାଏ, ତଥାପି ଏହାର କିଛି ଲାଭ ମଧ୍ୟ ରହିଛି। ବିଶେଷକରି, ବ୍ୟାଙ୍କରେ ‘ଫିକ୍ସଡ ଡିପୋଜିଟ’ (FD) ରଖିଥିବା ଗ୍ରାହକମାନେ ରେପୋ ରେଟ ବୃଦ୍ଧିରୁ ଲାଭବାନ ହେବେ, କାରଣ ଜମାକାରୀମାନେ ସେମାନଙ୍କ ସଞ୍ଚୟ ଉପରେ ପୂର୍ବ ଅପେକ୍ଷା ଅଧିକ ସୁଧ ପାଇବେ।
RBI ଦ୍ୱାରା ରେପୋ ରେଟରେ କରାଯାଇଥିବା ୦.୨୫% (୨୫ ବେସିସ ପଏଣ୍ଟ) ବୃଦ୍ଧି ଫଳରେ ଆପଣଙ୍କ ବ୍ୟାଙ୍କ ଋଣର ସୁଧ ହାର ମଧ୍ୟ ୦.୨୫% ବୃଦ୍ଧି ପାଇବ। ଉଦାହରଣ ସ୍ବରୂପ, ୫୦ ଲକ୍ଷ ଟଙ୍କାର ଗୃହ ଋଣ ଉପରେ ଆପଣଙ୍କ ମାସିକ EMI ପ୍ରାୟ ୭୮୦ ଟଙ୍କାରୁ ୮୧୭ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ।
ଯଦି ଆମେ ବର୍ତ୍ତମାନର ସୁଧ ହାର ୭.୫୦% ବୋଲି ଧରିନେବା, ତେବେ ରେପୋ ରେଟରେ ୦.୨୫% ବୃଦ୍ଧି ହେଲେ ଏହା ୭.୭୫% ହୋଇଯିବ। ଫଳସ୍ବରୂପ, ୨୦ ବର୍ଷ ଅବଧି ବିଶିଷ୍ଟ ୫୦ ଲକ୍ଷ ଟଙ୍କାର ଗୃହ ଋଣ ପାଇଁ EMI ୭୭୭ ଟଙ୍କା ବୃଦ୍ଧି ପାଇବ। ୭.୫୦% ସୁଧ ହାରରେ ପୂର୍ବରୁ ମାସିକ କିସ୍ତି (EMI) ୪୦,୨୮୦ ଟଙ୍କା ଥିବାବେଳେ, ବର୍ତ୍ତମାନ ତାହା ବୃଦ୍ଧି ପାଇ ୪୧,୦୫୭ ଟଙ୍କା ହେବ।
ସେହିଭଳି, ଯଦି ଆପଣ ୨୫ ବର୍ଷ ଅବଧି ପାଇଁ ୫୦ ଲକ୍ଷ ଟଙ୍କାର ଋଣ ନେଇଥାନ୍ତି, ତେବେ ୭.୫୦% ସୁଧ ହାରରେ ମାସିକ କିସ୍ତି ୩୭,୭୬୬ ଟଙ୍କା ହେବ, ଯାହା ପୂର୍ବରୁ ୩୬,୯୫୦ ଟଙ୍କା ଥିଲା।