Categories: Home Leftଖେଳ

ଜର୍ମାନୀକୁ ବଡ଼ ଝଟ୍‌କା: ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲେ ଏହି ଡିଫେଣ୍ଡର

ଇଙ୍ଗଲଉଡ୍‌,୨୨ା୬- ଜର୍ମାନୀର ଡିଫେଣ୍ଡର ନିକୋ ସ୍କଲଟରବେକ ଚଳିତ ବିଶ୍ୱକପ୍‌ ଅବଶିଷ୍ଟାଂଶରୁ ବାଦ୍‌ ପଡ଼ିଛନ୍ତି। ଗତ ରବିବାର ଆଇଭରୀ କୋଷ୍ଟ ବିପକ୍ଷ ମ୍ୟାଚ୍‌ରେ ତାଙ୍କ ବାମ ଆଙ୍କଲରେ ଆଘାତ ଲାଗିଥିଲା। ପରେ ତାଙ୍କର ଟେଷ୍ଟ କରାଯିବାରୁ ତାଙ୍କର ମିଡିଆଲ ଲିଗାମେଣ୍ଟରେ ଆଘାତ ଲାଗିଥିବା ଜଣାପଡ଼ିଛି। ଟୁର୍ନାମେଣ୍ଟର ପ୍ରଥମ ଦୁଇ ମ୍ୟାଚ୍‌ରେ ଷ୍ଟାର୍ଟିଂ ଲାଇନ୍‌ଅପ୍‌ରେ ସାମିଲ ଥିବା ସ୍କଲଟରବେକଙ୍କୁ ଏଥିରୁ ରିକଭର କରିବା ପାଇଁ କିଛି ମାସ ଲାଗିବ। ଏ ନେଇ ଜର୍ମାନ ସକ୍କର ଫେଡେରେଶନ ପକ୍ଷରୁ ସୋମବାର କୁହାଯାଇଛି।

ନିକୋଙ୍କ ଭଳି ଜବରଦସ୍ତ ଡିଫେଣ୍ଡରଙ୍କ ଅନୁପସ୍ଥିତିକୁ ଫିଲ୍ଡରେ ମିସ କରିବୁ। କିନ୍ତୁ ସେ ଟୁର୍ନାମେଣ୍ଟ ଶେଷ ହେବା ପର୍ଯ୍ୟନ୍ତ ବଳକା ଦଳ ସହ ରହିବେ ବୋଲି ଜର୍ମାନୀ କୋଚ୍‌ ଜୁଲିଆନ ନାଗେଲ୍ସମାନ କହିଛନ୍ତି।

Share