Categories: ଖେଳ

ଏହି ବ୍ୟାଟ୍ସମ୍ୟାନ୍‌ଙ୍କ ଛକାରେ ରକ୍ତ ଜୁଡୁବୁଡୁ ହେଲେ ଦର୍ଶକ: ଦେଖନ୍ତୁ ଭିଡିଓ

ସିଡନୀ,୧୫।୧୧: ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ବେନ ମ୍ୟାକଡେରମୋଟଙ୍କ ଏକ ଛକାରେ ଜଣେ ପ୍ରଶଂସକ ରକ୍ତ ଜୁଡୁବୁଡୁ ହୋଇଛନ୍ତି। ପ୍ରଶଂସକ ଜଣଙ୍କ ବଲ୍‌ଟି ଧରିବାକୁ ଚେଷ୍ଟା କରୁଥିଲେ, କିନ୍ତୁ ସେ ଧରିପାରି ନ ଥିଲେ। ବଲ ସିଧାସଳଖ ତାଙ୍କ କପାଳକୁ ଆଘାତ କରିଥିଲା। ତାଙ୍କ କପାଳରୁ ରକ୍ତ ବାହାରିବା ଆରମ୍ଭ ହୋଇଥିଲା। ହୋବାର୍ଟରେ ହୋବାର୍ଟ ହରିକେନ୍ସ ଏବଂ ପର୍ଥ ସ୍କୋରର୍ସ ମଧ୍ୟରେ ବିଗ ବ୍ୟାସ ଲିଗ ମ୍ୟାଚର ଅଷ୍ଟମ ଓଭରରେ ଏହି ଘଟଣା ଘଟିଥିଲା। ହରିକେନ୍ସ ବ୍ୟାଟ୍ସମ୍ୟାନ ମ୍ୟାକଡର୍‌ମୋଟ ଆଣ୍ଡ୍ରିୟୁ ଟାଇଙ୍କ ବଲରେ ଛକା ମାରିଥିଲେ।
ଦର୍ଶକଙ୍କ ଗ୍ୟାଲେରୀରେ ବସିଥିବା ଜଣେ ଯୁବ ପ୍ରଶଂସକ ଏହି ବଲ ଧରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ବଲ ତାଙ୍କ ହାତରେ ଆସି ନ ଥିଲା ଏବଂ ଦୁର୍ଭାଗ୍ୟବଶତଃ ବଲ ତାଙ୍କ ମୁଣ୍ଡରେ ବାଜିଥିଲା। ସେ ସଙ୍ଗେ ସଙ୍ଗେ ସେଠାରେ ପଡିଯାଇଥିଲେ। ତାଙ୍କୁ ମୁଣ୍ଡରୁ ପ୍ରବଳ ରକ୍ତ ବାହାରିଥିଲା।

 

Share